ETV Bharat / bharat

ବେଙ୍ଗାଲୁରୁରେ ହିଂସାବେଳେ ହିନ୍ଦୁ ମନ୍ଦିର ଜଗିଲେ ଯୁବକ, ଭିଡିଓ ଭାଇରାଲ - ଭିଡିଓ ଭାଇରାଲ

ବେଙ୍ଗାଲୁରୁ ହିଂସା ସମୟରେ ଏକ ମନ୍ଦିରକୁ ରକ୍ଷା କରିବାକୁ ମାନବ ଶୃଙ୍ଖଳ କରାଯାଇଥିବା ଦେଖିବାକୁ ମିଳୁଛି । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅଧିକ ପଢନ୍ତୁ...

ହିଂସାବେଳେ ହିନ୍ଦୁ ମନ୍ଦିର ଜଗିଲେ ଯୁବକ, ଭିଡିଓ ଭାଇରାଲ...

author img

By

Published : Aug 12, 2020, 2:27 PM IST

Updated : Aug 12, 2020, 3:26 PM IST

ବେଙ୍ଗାଲୁରୁ: ଗୋଟିଏ ପଟେ ବେଙ୍ଗାଲୁରୁର ଡିଜେ ହିଲ ପୋଲିସ ଷ୍ଟେସନ ଅଞ୍ଚଳରେ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ଅନ୍ୟପଟେ ଏକ ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି । ବିଧାୟକ ଅଖଣ୍ଡ ଶ୍ରୀନିବାସଙ୍କ ଘର ସାମ୍ନାରେ ହିଂସାକାଣ୍ଡ ହୋଇଥିବାବେଳେ ସାମ୍ନାରେ ଥିବା ଏକ ମନ୍ଦିରକୁ ହିଂସା କରିଥିବା ଲୋକମାନେ ହିଁ ରକ୍ଷା କରୁଥିବା ଦେଖିବାକୁ ମିଳିଛି ।

ହିଂସାବେଳେ ହିନ୍ଦୁ ମନ୍ଦିର ଜଗିଲେ ଯୁବକ, ଭିଡିଓ ଭାଇରାଲ...

ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁ ଗୋଷ୍ଠୀର ଲୋକମାନେ ହିଂସାକାଣ୍ଡ ଘଟାଉଛନ୍ତି, ସେହିମାନେ ହିଁ ମନ୍ଦିରକୁ ସୁରକ୍ଷା ଦେବାକୁ ହାତରେ ହାତ ଛନ୍ଦି ଛିଡା ହୋଇଥିବା ଦେଖିବାକୁ ମିଳୁଛି ।

ଯାହାକୁ ମହମ୍ମଦ ନମୀର ନାମକ ଜଣେ ବ୍ୟକ୍ତି ଟ୍ବିଟରରେ ପୋଷ୍ଟ କରିଛନ୍ତି । ଟ୍ବିଟରରେ ସେ ଲେଖିଛନ୍ତି, ଏ ଯୁବକମାନେ ହେଉଛନ୍ତି ଭାରତୀୟ ମୁସଲିମ ଯେଉଁମାନେ କି ହିଂସା ସମୟରେ ମନ୍ଦିରକୁ ମାନବ ଶୃଙ୍ଖଳ କରି ରକ୍ଷା କରୁଛନ୍ତି ।

ତେବେ ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Last Updated : Aug 12, 2020, 3:26 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.