ETV Bharat / bharat

କୋରୋନା ପ୍ରକୋପ: ଲୁଡୋ ଖେଳ ସମୟରେ କାଶ ଯୋଗୁଁ ଗୁଳି ମାଡ - Coughing During Ludo Game

ଝିମିଟି ଖେଳରୁ ମହାଭାରତ ପରି ଏଠାରେ ଲୁଡୋ ଖେଳରେ ଏପରି କିଛି ଦେଖିବାକୁ ମିଳିଛି । ଲୁଡୋ ଖେଳ ସମୟରେ ଜଣେ ଯୁବକ କାଶିବା କାରଣରୁ ଅନ୍ୟ ଜଣେ ତାଙ୍କ ଉପରକୁ ଗୁଳି ମାଡ କରିଛି । ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ
author img

By

Published : Apr 15, 2020, 8:13 PM IST

ନୂଆଦିଲ୍ଲୀ: ସାରା ଦେଶରେ କୋରୋନା ପ୍ରକୋପ ଜାରି ରହିଛି । ଦେଶରେ ଦ୍ବିତୀୟ ପର୍ଯ୍ୟାୟ ଲକଡାଉନ ମେ 3 ତାରିଖ ଯାଏଁ ଘୋଷଣା ହୋଇଛି । ଏହା ଭିତରେ ଏକ ଆଶ୍ଚର୍ଯ୍ୟଜନକ ଘଟଣାରେ ଗ୍ରେଟର ନୋଏଡାରେ ଘଟିଛି । ଝିମିଟି ଖେଳରୁ ମହାଭାତର ପରି ଏଠାରେ ଲୁଡୋ ଖେଳରେ ଏପରି କିଛି ଦେଖିବାକୁ ମିଳିଛି । ଲୁଡୋ ଖେଳ ସମୟରେ ଜଣେ ଯୁବକ କାଶିବା କାରଣରୁ ଅନ୍ୟ ଜଣେ ତାଙ୍କ ଉପରକୁ ଗୁଳି ମାଡ କରିଛି ।

ସୂଚନା ଅନୁସାରେ ଗ୍ରେଟନ ନୋଏଡା ସ୍ଥିତ ଦିନାନଗର ଗ୍ରାମରେ ସାଙ୍ଗମାନଙ୍କ ସହ ଲୁଡୋ ଖେଳ ଖେଳିବାବେଳେ 24 ବର୍ଷୀୟ ପ୍ରଭେସ କାଶିବା ପରେ ଝଗଡା ଆରମ୍ଭ ହୋଇଥିଲା । ଲଗାତାର କାଶ ହେତୁ ଜୟଭୀର ନାମକ ଜଣେ ବ୍ୟକ୍ତି କ୍ରୋଧିତ ହୋଇ ତାଙ୍କ ଉପରେ ଗୁଳିମାଡ କରିଥିଲେ ।

ସୂତ୍ରରୁ ପ୍ରକାଶ ଯେ ଗୁଳିର ଶବ୍ଦ ଶୁଣିବା ପରେ ସେଠାରେ ଲୋକ ରୁଣ୍ଡ ହୋଇଯାଇଥିଲେ । ଲୋକମାନେ ତାଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଏବେ ପରେ ପ୍ରଭେସଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଥିବା ସୂଚନା ରହିଛି ।

ଏହି ଘଟଣା ପରେ ପୋଲିସ ଏ ଏଫ୍ଆଇଆର୍ ପଞ୍ଜୀକୃତ କରିଛି ଏବଂ ଘଟଣାସ୍ଥଳରେ ଉପସ୍ଥିତ ଥିବା ଜୟଭୀର ଏବଂ ଅନ୍ୟମାନଙ୍କୁ ଖୋଜୁଛି । ତଥାପି, FIR ରେ ଲୁଡୋ ବିଷୟରେ କିଛି ଉଲ୍ଲେଖ ନାହିଁ |

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.