ETV Bharat / bharat

ବୃଦ୍ଧାଶ୍ରମରେ ପ୍ରେମ ଦିବସ ପାଳିଲେ ଯୁବପୀଢି - valentines

ଅହମଦାବାଦର କିଛି ଯୁବପିଢି ବୃଦ୍ଧାଶ୍ରମ ଯାଇ ପାଳିଛନ୍ତି ପ୍ରେମ ଦିବସ। ବାଣ୍ଟିଛନ୍ତି ପ୍ରେମର ବାର୍ତ୍ତା। ଘର ଛାଡିଆସିଥିବା ଏହି ବୃଦ୍ଧଙ୍କ ମୁହଁରେ ଟିକିଏ ହସ ଦେଖିବା ପାଇଁ ଏହି ଛୋଟିଆ ପ୍ରୟାସ।

ଫଟୋ ସୌଜନ୍ୟ : ସୋସିଆଲ ମିଡିଆ
author img

By

Published : Feb 14, 2019, 11:10 AM IST

ଅହମଦାବାଦ: ପ୍ରେମ ଦିବସ ପାଇଁ ସବୁଆଡେ ପ୍ରେମୀ ଯୁଗଳଙ୍କ ଭିଡ। ଦାମୀ ଉପହାର ଦେଇ, ହୋଟେଲରେ ଖାଇ ବିଭିନ୍ନ ସ୍ଥାନକୁ ବୁଲିବା ପାଇଁ ଯାଇ ପ୍ରେମୀଯୁଗଳ ପାଳିଥାନ୍ତି ଏହି ଦିନକୁ। ହେଲେ ଅହମଦାବାଦର କିଛି ଯୁବପୀଢି ବୃଦ୍ଧାଶ୍ରମ ଯାଇ ପାଳିଛନ୍ତି ପ୍ରେମ ଦିବସ। ବାଣ୍ଟିଛନ୍ତି ପ୍ରେମର ବାର୍ତ୍ତା। ଘର ଛାଡିଆସିଥିବା ଏହି ବୃଦ୍ଧମାନଙ୍କ ମୁହଁରେ ଟିକିଏ ହସ ଦେଖିବା ପାଇଁ ଏହି ଛୋଟିଆ ପ୍ରୟାସ।

ଅହମଦାବାଦର ଜୀବନ ସଂଧ୍ୟା ବୃଦ୍ଧାଶ୍ରମରେ ଆସି ପହଞ୍ଚିଥିଲେ କିଛି ଯୁବକଯୁବତୀ । ପାଶ୍ଚାତ୍ୟ ଶୈଳୀରେ କେକ କାଟି ପାଳିଛନ୍ତି ପ୍ରେମ ଦିବସ। ଅନେକ ଲୋକ ନିଜ ବ୍ୟସ୍ତ ବହୁଳ ଜୀବନରେ ନିଜ ଜନ୍ମକଲା ପିତାମାତାଙ୍କୁ ଅବହେଳା କରୁଛନ୍ତି ଆଜିକାର ଯୁବପୀଢି। ସେମାନଙ୍କୁ ସମୟ ଦେବାକୁ ଖୋଜୁଛନ୍ତି ସମୟ। ଆଜି ପ୍ରେମ ଦିବସ ସହ ଅନେକ ଏହି ଦିନକୁ ମାତାପିତା ଦିବସଭାବେ ପାଳନ କରିଥାନ୍ତି। ହେଲେ ମାଆବାପାଙ୍କୁ ଦାମୀ ଉପହାର କଣ ଟିକିଏ ସମୟ ଦେବାକୁ ସନ୍ତାନ ପାଖେ ନାହିଁ ସମୟ।

ବୃଦ୍ଧାଶ୍ରମରେ କଟୁଛି ଏମାନଙ୍କ ଦିନ। ପ୍ରେମ ଦିବସ ପାଇଁ ଆସିଥିବା ଏହି ଯୁବପୀଢିଙ୍କୁ ଦେଖି ଦୁଃଖରେ ଦିନ କାଟୁଥିବା ଏହି ବୃଦ୍ଧଙ୍କ ମୁହଁରେ ଚେନାଏ ହସ ଖେଳିଯାଇଥିଲା। ହୁଏତ ଆମ ପିନ୍ଧିବା ଶୈଳୀ ପାଶ୍ଚାତ୍ୟ ହୋଇ ଥାଇପାରେ କିନ୍ତୁ ଆମର ଚିନ୍ତାଧାରା ଭାରତୀୟ ଭଳି ବୋଲି କହିଛନ୍ତି ଏସ ଅଂଶାରୀ ନାମକ ଜଣେ ଯୁବତୀ।

sample description

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.