ETV Bharat / bharat

ଅମାନବୀୟ, ଲୁହା ଚୋରି ପାଇଁ ଯୁବକଙ୍କୁ ପିଟି ପିଟି ହତ୍ୟା - ଲୁହା ଚୋରୀ ଅଭିଯୋଗରେ ଯୁବକଙ୍କୁ ନିସ୍ତୁକ ଛେଚିଲେ ଲୋକେ

ଲୁହା ଚୋରୀ ଅଭିଯୋଗରେ ଯୁବକଙ୍କୁ ନିସ୍ତୁକ ମାଡ । ପୋଲିସର ଅବହେଳା ଯୋଗୁଁ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ । ଉତ୍ତର ପ୍ରଦେଶର ବରେଲିରେ ଘଟିଛି ଅଭାବନୀୟ ଘଟଣା । ଅଧିକ ପଢନ୍ତୁ...

Young man beaten to death for theft in bareilly
ଲୁହା ଚୋରୀ ଅଭିଯୋଗରେ ଯୁବକଙ୍କୁ ନିସ୍ତୁକ ଛେଚିଲେ ଲୋକେ,ତଦନ୍ତ ଜାରି
author img

By

Published : Sep 5, 2020, 9:48 AM IST

ଲକ୍ଷ୍ନୌ: ଯୁବକଙ୍କୁ ଚୋର କହିଲେ, ଆଉ ଗଛରେ ବାନ୍ଧି ନିସ୍ତୁକ ପିଟିଲେ । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ବରେଲିରେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ,ବରେଲୀରେ ଥିବା ଜଳସେଚନ କାର୍ଯ୍ୟାଳୟରୁ ଜଣେ ଯୁବକ କିଛି ଲୁହା ଚୋରି କରୁଥିବାରେ ଦେଖିଥିଲେ କାର୍ଯ୍ୟାଳୟର ଜଣେ ଚୌକିଦାର । ପରେ ଯୁବକଙ୍କୁ ଚୋରୀ ଅଭିଯୋଗରେ ଗଛରେ ବାନ୍ଧି ସ୍ଥାନୀୟ ଲୋକମାନେ ମାଡ ମାରିଥିଲେ । ପରେ ଯୁବକ ଜଣକ ଗୁରୁତର ହୋଇପଡିଥିଲେ । ଏନେଇ ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ।

ଲୁହା ଚୋରୀ ଅଭିଯୋଗରେ ଯୁବକଙ୍କୁ ନିସ୍ତୁକ ଛେଚିଲେ ଲୋକେ,ତଦନ୍ତ ଜାରି

ଘଟଣାସ୍ଥଳରେ ପୋଲିସ ପହଞ୍ଚି ଯୁବକଙ୍କୁ ଥାନାକୁ ନେଇଥିଲା । ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତକ ଜଣକ ସ୍ଥାନୀୟ ଅଞ୍ଚଳର ବାସିତ ଅଲ୍ଲୀ ବୋଲି ଜଣାପଡିଛି । ଯୁବକଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି । ପୋଲିସ ତାଙ୍କୁ ଥାନାକୁ ନେବା ବଦଳରେ ଡାକ୍ତରଖାନା ନେଇଥିଲେ ତାଙ୍କ ଜୀବନ ବଞ୍ଚି ଯାଇ ପାରିଥାନ୍ତା ବୋଲି ମୃତକଙ୍କ ପରିବାର ଲୋକେ କହିଛନ୍ତି । ପୋଲିସର ଅବହେଳା ଯୋଗୁଁ ତାଙ୍କ ଜୀବନ ଯାଇଥିବା ଅଭିଯୋଗ ହୋଇଛି । ଏନେଇ ଆମଲା ଥାନାରେ ଏକ ମାମଲା ରୁଜୁ ହୋଇଛି । ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ଏସପି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.