ETV Bharat / bharat

ଡାକ୍ତରଙ୍କୁ ନୈତିକତା ଶିକ୍ଷା ଦେବେ ଯୋଗୀ ସରକାର - ମହାମାରୀ କୋରୋନା

ରାଜ୍ୟରେ ଡାକ୍ତର ଏବଂ ରୋଗୀଙ୍କ ମଧ୍ୟରେ ସମ୍ପର୍କକୁ ସମ୍ମାନ ଦେବା ପାଇଁ ଉତ୍ତରପ୍ରଦେଶ ସରକାର ଏକ ନିଆରା ନିଷ୍ପତ୍ତି ନେଇଛନ୍ତି। ପ୍ରତି ମାସରେ ରାଜ୍ୟର ସମସ୍ତ ମେଡିକାଲ କଲେଜର ଡାକ୍ତରଙ୍କୁ ନୈତିକ ଶିକ୍ଷା ଦିଆଯିବ। ଅଧିକ ପଢନ୍ତୁ...

ଡାକ୍ତରମାନଙ୍କୁ ନୈତିକତା ଶିକ୍ଷା ଦେବେ ଯୋଗୀ ସରକାର

author img

By

Published : Jun 30, 2020, 3:16 PM IST

ଲକ୍ଷ୍ନୌ: ସାରାବିଶ୍ବରେ ଏବେ ଆତଙ୍କ ରଚାଇଛି ମହାମାରୀ କୋରୋନା । ଏଭଳି ସ୍ଥିତିରେ ଆଗ ଧାଡ଼ିର ବୋଲାଉଛନ୍ତି ପୋଲିସ, ଡାକ୍ତର, ସ୍ବେଚ୍ଛାସେବୀ । ତେବେ ରାଜ୍ୟରେ ଡାକ୍ତର ଏବଂ ରୋଗୀଙ୍କ ମଧ୍ୟରେ ସମ୍ପର୍କକୁ ସମ୍ମାନ ଦେବା ପାଇଁ ଉତ୍ତରପ୍ରଦେଶ ସରକାର ଏକ ନିଆରା ନିଷ୍ପତ୍ତି ନେଇଛନ୍ତି। ପ୍ରତି ମାସରେ ରାଜ୍ୟର ସମସ୍ତ ମେଡିକାଲ କଲେଜର ଡାକ୍ତରଙ୍କୁ ନୈତିକ ଶିକ୍ଷା ଦିଆଯିବ। ଏଥିପାଇଁ ଏକ ସେମିନାର ଆୟୋଜିତ ହେବ ଯେଉଁଥିରେ ସେମାନଙ୍କୁ ବୃତ୍ତି ସହ ଜଡିତ ନୈତିକତା ଶିକ୍ଷା ଦିଆଯିବ ବୋଲି ୟୁପି ସରକାର ନିଷ୍ପତ୍ତି ନେଇଛନ୍ତି ।

ତେବେ ମାସର ଦ୍ୱିତୀୟ ଶନିବାର ଦିନ ଏହି ସେମିନାର ରହିବ । ଏହି ସେମିନାରରେ ସମସ୍ତ ଜୁନିଅର, ସିନିୟର ଏବଂ ବିଭାଗର ସଦସ୍ୟମାନଙ୍କୁ ରୋଗୀମାନଙ୍କ ପ୍ରତି ଅଧିକ ସମ୍ବେଦନଶୀଳ ହେବାକୁ ନେଇ ଶିକ୍ଷା ଦିଆଯିବ । ସମସ୍ତେ ଏହି ସେମିନାରରେ ଅଂଶଗ୍ରହଣ କରିବା ବାଧ୍ୟତାମୂଳକ ହେବ । ଏଭଳି ସେମିନାର ମାଧ୍ୟମରେ ରାଜ୍ୟରେ ଡାକ୍ତର ଏବଂ ରୋଗୀଙ୍କ ମଧ୍ୟରେ ସମ୍ପର୍କ ସୁଦୃଢ କରିବାକୁ ସରକାର ଚାହୁଁଛନ୍ତି ।

ଡାକ୍ତରମାନେ ରୋଗୀଙ୍କୁ ସମ୍ମାନର ସହ ବ୍ୟବହାର କରନ୍ତୁ ଏବଂ ରୋଗୀମାନେ ସେମାନଙ୍କୁ ସମ୍ମାନ କରନ୍ତୁ, ଏଥିପାଇଁ ସେମାନଙ୍କ ପ୍ରତି ସମ୍ବେଦନଶୀଳ ହେବା ଅତ୍ୟନ୍ତ ଜରୁରୀ ଅଟେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.