ETV Bharat / bharat

21ଦିନ ଲକ୍‌ଡାଉନ: ଫୁଡ ହୋମ ଡେଲିଭରି କରିବେ ଯୋଗୀ ସରକାର

author img

By

Published : Mar 24, 2020, 11:54 PM IST

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 21 ଦିନ ପାଇଁ ଦେଶବ୍ୟାପୀ ଲକ୍‌ଡାଉନ ଘୋଷଣା କରିଛନ୍ତି । ଲକ୍‌ଡାଉନ ସମୟରେ ୟୁପି ବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କ ବଡ ଘୋଷଣା । ସରକାର ସମସ୍ତ ଘର ମାନଙ୍କୁ ଫୁଡ ହୋମ ଡେଲିଭରୀ କରିବା ପାଇଁ ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ

ଲକ୍ଷ୍ନୌ: କୋରୋନା ବିରୁଦ୍ଧରେ ଲଢେଇ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 21 ଦିନ ପାଇଁ ଦେଶବ୍ୟାପୀ ଲକ୍‌ଡାଉନ ଘୋଷଣା କରିଛନ୍ତି । ଲକ୍‌ଡାଉନ ସମୟରେ ୟୁପି ବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କ ବଡ ଘୋଷଣା । ସରକାର ସମସ୍ତ ଘର ମାନଙ୍କୁ ଫୁଡ ହୋମ ଡେଲିଭରୀ କରିବା ପାଇଁ ଘୋଷଣା କରିଛନ୍ତି ।

ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ ପୋଲିସ୍ କର୍ମଚାରୀ 108, 102 ସମେତ 10,000 ରୁ ଅଧିକ ଗାଡିର ରାଜ୍ୟର ପ୍ରତି ଘରରୁ ପନିପରିବା, ରାସନ ଏବଂ କ୍ଷୀର ଯୋଗାଣ କରିବ । ଏହାସହ ପରିମଳ ଓ ସ୍ବଚ୍ଛତା ପ୍ରତି ଲକ୍‌ଡାଉନ ସମୟରେ ଅତ୍ୟଧିକ ଧ୍ୟାନ ଦେବା ପାଇଁ ପରାମର୍ଶ ଦେଇଛନ୍ତି ।

ସିଏମ ଯୋଗୀ କହିଛନ୍ତି ଯେ, ରାଜ୍ୟବାସୀଙ୍କ ସୁରକ୍ଷାର ସମ୍ପୂର୍ଣ୍ଣ ବ୍ୟବସ୍ଥା ରାଜ୍ୟ ସରକାରଙ୍କ ଦାୟିତ୍ବ । ରାଜ୍ୟରେ ଲୋକଙ୍କ ସେବା ପାଇଁ ପ୍ରାୟ 4500 ପିଆରଭି, ପ୍ରାୟ 4500 ଆମ୍ବୁଲାନ୍ସ ରହିଛି । ପିଆରଭି ଗୁଡିକ ଘରକୁ ଘର ବୁଲି ସାମଗ୍ରୀ ବିତରଣ କରିବେ।

ଏହାକୁ ସୁଚାରୁରୂପେ ସମ୍ପାଦନା କରିବା ପାଇଁ ସିଏମ ଯୋଗୀ ରାଜ୍ୟ କମିଶନର, ଏସଏସପି, ଏସପିଙ୍କ ସହ ରାଜ୍ୟର ସମସ୍ତ ଜିଲ୍ଲା ମାଜିଷ୍ଟ୍ରେଟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟର ସମସ୍ତ ଜିଲ୍ଲାରେ ନିୟନ୍ତ୍ରଣ ପ୍ରକୋଷ୍ଠରେ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଯୋଗାଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ସିଏମ ଦୁଗ୍ଧ, କୃଷି, ଉଦ୍ୟାନ, ପଶୁପାଳନ ଅଧିକାରୀଙ୍କ ସହ ମଧ୍ୟ ଏନେଇ ଆଲୋଚନା କରିଛନ୍ତି ।

ଏହି ପରିପ୍ରେକ୍ଷୀରେ ରାଜ୍ୟରେ କଣ୍ଟ୍ରୋଲ ରୁମର ସଂଖ୍ୟା ବୃଦ୍ଧି କରିବା ପାଇଁ କହିଛନ୍ତି ସିଏମ । ଏହାଦ୍ବାରା ଜିଲ୍ଲା ପ୍ରଶାସନ ମଧ୍ୟ ଉକ୍ତ ବ୍ୟବସ୍ଥାରେ ଉତ୍ତମ ପରିଚାଳନା ପାଇଁ ଜନସାଧାରଣଙ୍କ ଠାରୁ ମତାମତ ପାଇପାରିବେ ବୋଲି ସେ କହିଛନ୍ତି ।

ବ୍ୟୁରୋ ଇନପୁଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.