ଲକ୍ଷ୍ନୌ: ଉନ୍ନାଓ ପୀଡିତାଙ୍କ ପରିବାରକୁ 25 ଲକ୍ଷ ଟଙ୍କାର ସହୟତା ରାଶି ଦେବେ ଉତ୍ତର ପ୍ରଦେଶ ସରକାର । ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଉନ୍ନାଓ ଜିଲ୍ଲାଧିକାରୀ ପୀଡିତାଙ୍କ ପରିବାରବର୍ଗଙ୍କୁ ଭେଟି ଆର୍ଥିକ ସହାୟତାର ଚେକ୍ ପ୍ରଦାନ କରିବେ । ଏହାସହ ପୀଡିତାଙ୍କ ପରିବାରକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତ ଘର ଦେବାକୁ ମଧ୍ୟ ଘୋଷଣା ହୋଇଛି ।
ଉନ୍ନାଓ ପୀଡିତାଙ୍କୁ ଗୁରୁବାର ଜିଅନ୍ତା ଜଳିବାକୁ ଉଦ୍ୟମ କରିଥିଲେ ଅଭିଯୁକ୍ତ । ଏହାପରେ ପୀଡିତାଙ୍କୁ ଗୁରୁତର ଅବସ୍ଥାରେ ଲକ୍ଷ୍ନୌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ପୀଡିତାଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ତାଙ୍କୁ ଦିଲ୍ଲୀ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଜୀବନ ସହ ସଂଗ୍ରାମ କରି ଶେଷରେ ପୀଡିତା ଶୁକ୍ରବାର ରାତିରେ ମୃତ୍ୟୁବରଣ କରିଥିଲେ ।