ETV Bharat / bharat

ଯୋଗୀ @47, ଛୁଟୁଛି ହେଭିୱେଟଙ୍କ ଶୁଭେଚ୍ଛା

47ବର୍ଷରେ ପାଦ ଦେଇଛନ୍ତି ଉତ୍ତର ପ୍ରଦେଶର ବିଜେପି ଫାୟାରବ୍ରାଣ୍ଡ ଯୋଗୀ ଆଦିତ୍ୟନାଥ । ସାରା ଦେଶରୁ ଛୁଟୁଛି ଶୁଭେଚ୍ଛାର ସୁଅ ।

author img

By

Published : Jun 5, 2019, 1:32 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ପବିତ୍ର ଇଦ୍‌ ଓ ବିଶ୍ବ ପରିବେଶ ଦିବସ ସହ ଆଜି 47ବର୍ଷ ବୟସରେ ପାଦ ଦେଇଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଆଉ ସେଥିପାଇଁ ଯୋଗୀଙ୍କ ନିକଟକୁ ସାରା ଦେଶରୁ ଛୁଟିଛି ଜନ୍ମଦିନର ଶୁଭେଚ୍ଛା ।

modi
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ ଟ୍ବିଟର@@narendramodi

ଯୋଗୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲେଖିଛନ୍ତି, ‘ଉତ୍ତର ପ୍ରଦେଶର ଗତିଶୀଳ ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭକାମନା । ଉତ୍ତର ପ୍ରଦେଶର ପରିବର୍ତ୍ତନ ଦିଗରେ ଯୋଗୀ ବହୁତ ଭଲ କାମ କରିଛନ୍ତି । ବିଶେଷ କରି କୃଷି, ଶିଳ୍ପ ଓ ଆଇନକାନୁନ କ୍ଷେତ୍ରରେ । ମୁଁ ଭଗବାନଙ୍କ ନିକଟରେ ତାଙ୍କର ଦୀର୍ଘ ଓ ସୁସ୍ଥ ଜୀବନ କାମନା କରୁଛି ।’

smriti
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ ଟ୍ବିଟର@@smritiirani

କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ମଧ୍ୟ ଯୋଗୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ଲେଖିଛନ୍ତି ‘ଉତ୍ତର ପ୍ରଦେଶର ପ୍ରଗତିଶୀଳ ଓ ପରିଶ୍ରମୀ ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା । ଆପଣଙ୍କ ନେତୃତ୍ବରେ ଉତ୍ତର ପ୍ରଦେଶ ଉନ୍ନତିର ଦିଗରେ ଆଗେଇ ନୂଆ ରେକର୍ଡ ସ୍ଥାପନ କରିବ । ମୁଁ ମଧ୍ୟ ଆପଣଙ୍କ ସୁସ୍ଥ ଶରୀର ଓ ଦୀର୍ଘାୟୁ କାମନା କରୁଛି ।’

anurag
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ ଟ୍ବିଟର@@ianuragthakur

ନବନିର୍ବାଚିତ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ଯୋଗୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ ଲେଖିଛନ୍ତି, ‘ଯୋଗୀ ଆଦିତ୍ୟନାଥଙ୍କୁ ଜନ୍ମଦିନର ଶାନଦାର ଶୁଭେଚ୍ଛା । ସେ ନିଜ ରାଜ୍ୟର ସାମାଜିକ ପ୍ରଗତୀ, ଆର୍ଥିକ ସମୃଦ୍ଧି ଓ ବିକାଶ ଦିଗରେ ନିର୍ଣ୍ଣାୟକ ତଥା ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି । ସୁସ୍ଥ ଓ ସୁଖମୟ ଜୀବନର କାମନା ।’

1972ରେ ଉତ୍ତରାଖଣ୍ଡର ପାଉରୀ ଗରହୱାଲ ଜିଲ୍ଲାର ପଞ୍ଚୁର ଗ୍ରାମରେ ଆଦିତ୍ୟନାଥଙ୍କର ଜନ୍ମ । ବିଜ୍ଞାନ(ଗଣିତ ସମ୍ମାନ ସହ)ରେ ସ୍ନାତକ ଡିଗ୍ରୀ ହାସଲ କରି 1990 ଅଯୋଧ୍ୟା ରାମ ମନ୍ଦିର ଘଟଣାରେ ସେ ସାମିଲ ହୋଇଥିଲେ ।1998ର 12ତମ ଲୋକସଭାରେ ସେ ମାତ୍ର 26ବର୍ଷ ବୟସରେ ଯୋଗ ଦେଇ ସର୍ବକନିଷ୍ଠ ସଦସ୍ୟ ଥିଲେ । ସେ ଗୋରଖପୁର ଲୋକସଭା ଆସନରୁ 5ଥର ପାଇଁ ସାଂସଦ ଥିଲେ ।

ବିଜେପିର ବିଧାନସଭା ନିର୍ବାଚନରେ ମୋଟ 403 ଆସନରୁ 312ଆସନ ଜିତି 2017ରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ ଯୋଗୀ ଆଦିତ୍ୟନାଥ ।

Intro:Body:

ନୂଆଦିଲ୍ଲୀ: ପବିତ୍ର ଇଦ ଓ ବିଶ୍ବ ପରିବେଶ ଦିବସ ସହ 47ବର୍ଷ ବୟସରେ ପାଦ ଦେଇଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଆଉ ସେଥିପାଇଁ ଯୋଗୀଙ୍କ ନିକଟକୁ ସାରା ଦେଶରୁ ଛୁଟିଛି ଜନ୍ମଦିନର ଶୁଭେଚ୍ଛା ।

ଯୋଗୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲେଖିଛନ୍ତି, ‘ଉତ୍ତର ପ୍ରଦେଶର ଗତିଶୀଳ ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭକାମନା । ଉତ୍ତର ପ୍ରଦେଶର ପରିବର୍ତ୍ତନ ଦିଗରେ ଯୋଗୀ ବହୁତ ଭଲ କାମ କରିଛନ୍ତି । ବିଶେଷକରି କୃଷି, ଶିଳ୍ପ ଓ ଆଇନ-କାନୁନ କ୍ଷେତ୍ରରେ ।  ମୁଁ ଭଗବାନଙ୍କ ନିକଟରେ ତାଙ୍କର ଦୀର୍ଘ ଓ ସୁସ୍ଥ ଜୀବନ କାମନା କରୁଛି ।’

କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ମଧ୍ୟ ଯୋଗୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ଲେଖିଛନ୍ତି ‘ଉତ୍ତର ପ୍ରଦେଶର ପ୍ରଗତିଶୀଳ ଓ ପରିଶ୍ରମୀ ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା । ଆପଣଙ୍କ ନେତୃତ୍ବରେ ଉତ୍ତର ପ୍ରଦେଶ ଉନ୍ନତିର ଦିଗରେ ଆଗେଇ ନୂଆ ରେକର୍ଡ ସ୍ଥାପନ କରିବ । ମୁଁ ମଧ୍ୟ ଆପଣଙ୍କ ସୁସ୍ଥ ଶରୀର ଓ ଦୀର୍ଘାୟୁ କାମନା କରୁଛି ।’

ନବନିର୍ବାଚିତ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ଯୋଗୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ ଲେଖିଛନ୍ତି, ‘ଯୋଗୀ ଆଦିତ୍ୟନାଥଙ୍କୁ ଜନ୍ମଦିନର ଶାନଦାର ଶୁଭେଚ୍ଛା । ସେ ନିଜ ରାଜ୍ୟର ସାମାଜିକ ପ୍ରଗତୀ, ଆର୍ଥିକ ସମୃଦ୍ଧି ଓ ବିକାଶ ଦିଗରେ ନିର୍ଣ୍ଣାୟକ  ଭାବରେ କାମ କରୁଛନ୍ତି । ସୁସ୍ଥ ଓ ସୁଖମୟ ଜୀବନର କାମନା ।’

1972ରେ ଉତ୍ତରାଖଣ୍ଡର ପାଉରୀ ଗରହୱାଲ ଜିଲ୍ଲାର ପଞ୍ଚୁର ଗ୍ରାମରେ ଆଦିତ୍ୟନାଥଙ୍କର ଜନ୍ମ । ଗଣିତରେ ଡିଗ୍ରୀ କରି 1990 ଅଯୋଧ୍ୟା ରାମ ମନ୍ଦିର ଘଟଣାରେ ସେ ସାମିଲ ହୋଇଥିଲେ ।1998ର 12ତମ ଲୋକସଭାରେ ସେ ମାତ୍ର 26ବର୍ଷ ବୟସରେ ଯୋଗ ଦେଇ ସର୍ବକନିଷ୍ଠ ସଦସ୍ୟ ଥିଲେ । ସେ ଗୋରଖପୁର ଲୋକସଭା ଆସନରୁ 5ଥର ପାଇଁ ସାଂସଦ ଥିଲେ । 

ବିଜେପିର ବିଧାନସଭା ନିର୍ବାଚନରେ ମୋଟ 403 ଆସନରୁ 312ଆସନ ଜିତି 2017ରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ ଯୋଗୀ ଆଦିତ୍ୟନାଥ । 

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.