ETV Bharat / bharat

କାହ୍ନାକୁ ଦର୍ଶନ କରିବାକୁ ମଥୁରା ଗସ୍ତରେ ଯୋଗୀ

ଜନ୍ମାଷ୍ଟମୀ ଉପଲକ୍ଷେ ଭଗବାନ କୃଷ୍ଣଙ୍କ ଦର୍ଶନ ପାଇଁ ମଥୁରା ଗସ୍ତରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ରାମଲୀଲା ଗ୍ରାଉଣ୍ଡରେ ଦହିହାଣ୍ଡି କାର୍ଯ୍ୟକ୍ରମରେ ଯୋଗ ଦେବେ ଯୋଗୀ ।

author img

By

Published : Aug 24, 2019, 2:36 PM IST

ଫଟୋ ସୌଜନ୍ୟ: ଏଏନଆଇ

ମଥୁରା: ନନ୍ଦ ଘରେ ଆନନ୍ଦର ଉତ୍ସବ । ଜନ୍ମାଷ୍ଟମୀ ପାଇଁ ଦିଲ୍ଲୀଠୁ ପଲ୍ଲୀ ଉତ୍ସବମୁଖରିତ । କୃଷ୍ଣ ନାମ ସଂକୀର୍ତ୍ତନରେ ଗୁଞ୍ଜରିତ ହେଉଛି ମଥୁରା ଓ ବୃନ୍ଦାବନ । କୃଷ୍ଣ ଜନ୍ମଭୂମି ମଥୁରାରେ ଆଜି ପାଳନ ହେଉଛି ଜନ୍ମାଷ୍ଟମୀ । କାହ୍ନାର ଟିକିଏ ଝଲକ ପାଇବା ପାଇଁ ମଥୁରା ନଗରୀରେ ଦେଶ ବିଦେଶରୁ ଭକ୍ତଙ୍କ ଭିଡ ଲାଗି ରହିଛି । ମୁଖ୍ୟମନ୍ତ୍ରୀ ଯୋଗୀ ମଧ୍ୟ ଜନ୍ମାଷ୍ଟମୀ ଉତ୍ସବରେ ଯୋଗ ଦେବାକୁ ମଥୁରା ଯାଉଛନ୍ତି ।

ଯୋଗୀ ଶନିବାର ଦିନ 2ଟାରେ ବୃନ୍ଦାବନରେ ପହଞ୍ଚି ପର୍ଯ୍ୟଟକ ସୁବିଧା ସେଣ୍ଟରର ଉଦଘାଟନ କରିବେ । ପରେ ବୃନ୍ଦାବନରୁ ଯୋଗୀ ହେଲିକପ୍ଟର ଯୋଗେ ମଥୁରା ପୋଲିସ ଲାଇନ ଯିବେ । ସେଠାରୁ ସେ କାର ଯୋଗେ ଶ୍ରୀକୃଷ୍ଣ ଜନ୍ମସ୍ଥାନ ଯିବେ ।

ଯୋଗୀ ଶ୍ରୀକୃଷ୍ଣ ଜନ୍ମସ୍ଥାନରେ ପହଞ୍ଚି ପୂଜାର୍ଚ୍ଚନା କରିବା ସହ ରାମଲୀଲା ଗ୍ରାଉଣ୍ଡରେ ଆୟୋଜିତ ସାଂସ୍କୃତିକ ଓ ଦହିହାଣ୍ଡି କାର୍ଯ୍ୟକ୍ରମରେ ଯୋଗ ଦେବେ । ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ମଥୁରା ନଗରୀକୁ ପୋଲିସ ଛାଉଣିରେ ରଖାଯାଇଛି ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.