ETV Bharat / bharat

କୋରୋନାରେ ପ୍ରାଣ ହରାଇଲେ ଆଉ ଜଣେ କଂଗ୍ରେସ ନେତା - Coronavirus

ତେଲେଙ୍ଗାନା ପ୍ରଦେଶ କଂଗ୍ରେସ କମିଟି (ଟିଆରପିସି) ସଚିବ ଜି ନରେନ୍ଦ୍ର ଯାଦବଙ୍କର କୋରୋନାରେ ମୃତ୍ୟୁ ଘଟିଥିବା ଜଣାପଡିଛି । କିଛି ଦିନ ତଳେ କୋରୋନାରେ ଆକ୍ରାନ୍ତ ହୋଇ ହାଇଦ୍ରାବାଦର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ ।

କଂଗ୍ରେସ ନେତା
କଂଗ୍ରେସ ନେତା
author img

By

Published : Jul 13, 2020, 5:00 PM IST

ହାଇଦ୍ରାବାଦ: ତେଲେଙ୍ଗାନା କଂଗ୍ରେସର ଅନ୍ୟ ଜଣେ ନେତା ସୋମବାର କୋରୋନାରେ ମୃତ୍ୟୁବରଣ କରିଛନ୍ତି। ତେଲେଙ୍ଗାନା ପ୍ରଦେଶ କଂଗ୍ରେସ କମିଟି (ଟିଆରପିସି) ସଚିବ ଜି ନରେନ୍ଦ୍ର ଯାଦବଙ୍କର କୋରୋନାରେ ମୃତ୍ୟୁ ଘଟିଥିବା ଜଣାପଡିଛି । ସେ କିଛି ଦିନ ତଳେ କୋରୋନାରେ ଆକ୍ରାନ୍ତ ହୋଇ ହାଇଦ୍ରାବାଦର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ତେବେ ଶୁକ୍ରବାର ସେ ଶେଷ ନିଶ୍ବାସ ତ୍ୟାଗ କରିଥିବା ଜଣାପଡିଛି ।

ଯାଦବ ଲକଡାଉନ ଯୋଗୁଁ ପ୍ରଭାବିତ ହୋଇଥିବା ଗରିବଙ୍କ ସହାୟତା ପାଇଁ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଏହାପରେ ସେ କୋରୋନାରେ ସଂକ୍ରମିତ ହୋଇଥିଲେ । ଯାଦବଙ୍କ କୋରୋନା ପରୀକ୍ଷଣ ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କ ପରିବାର ଲୋକଙ୍କ ମଧ୍ୟ କୋରୋନା ପରୀକ୍ଷା କରାଯାଇଥିଲା । ଏହାପରେ ତାଙ୍କ ପତ୍ନୀ ଏବଂ ଭାଇ ମଧ୍ୟ କୋରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଥିଲା ।

ଏହା ବ୍ୟତୀତ ଯାଦବ ଗତ କିଛି ଦିନ ତଳେ ପାର୍ଟି ମୁଖ୍ୟାଳୟ ଗାନ୍ଧୀ ଭବନରେ ଆୟୋଜିତ ପାର୍ଟି କାର୍ଯ୍ୟକ୍ରମରେ ମଧ୍ୟ ଅଂଶଗ୍ରହଣ କରିଥିବାରୁ ତାଙ୍କ ସହ ସମ୍ପର୍କରେ ଥିବା ଲୋକଙ୍କୁ ଖୋଜିବା ପାଇଁ ଉଦ୍ୟମ ଚାଲିଥିଲା।

ତେବେ ଯାଦବଙ୍କ ମୃତ୍ୟୁକୁ ନେଇ ତେଲେଙ୍ଗାନା କଂଗ୍ରେସ ଶିବିରରେ ଶୋକର ଛାୟା ଖେଳିଯାଇଛି । ଏନେଇ ତେଲେଙ୍ଗାନା କଂଗ୍ରେସର ମୁଖପାତ୍ର ଡ . ଶ୍ରାବଣ ଦାସୋଜୁ ଟ୍ବିଟ କରି କହିଛନ୍ତି, କୋରୋନା ଯୋଗୁଁ ଆମର ଜଣେ ସକ୍ରିୟ ବରିଷ୍ଠ ନେତା ନରେନ୍ଦ୍ର ଯାଦବଙ୍କ ମୃତ୍ୟୁ ଘଟିବା ଆଶ୍ଚର୍ଯ୍ୟଜନକ ଏବଂ ଦୁଃଖଦାୟକ। ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ । ତାଙ୍କ ମୃତ୍ୟୁ ଦଳ ପାଇଁ ଏକ ବଡ କ୍ଷତି ।

ସୂଚନାଯୋଗ୍ୟ ଯେ, ତେଲେଙ୍ଗାନା ଗୃହମନ୍ତ୍ରୀ ମହମ୍ମଦ ମହମୁଦ ଅଲି, ତେଲେଙ୍ଗାନା ବିଧାନସଭାର ଉପ ବାଚସ୍ପତି ପଦ୍ମ ରାଓ ଏବଂ ଶାସକ ଦଳ ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆରଏସ)ର ଅନ୍ୟ ତିନିଜଣ ବିଧାୟକ କୋରୋନାରେ ସଂକ୍ରମିତ ହୋଇଥିଲେ । ସେମାନେ ସମସ୍ତେ ସୁସ୍ଥ ହୋଇଯାଇଥିବା ଜଣାପଡିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.