ETV Bharat / bharat

ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ୟେଦୁରପ୍ପା

author img

By

Published : Jul 26, 2019, 10:38 AM IST

Updated : Jul 26, 2019, 3:24 PM IST

କୁମାରସ୍ବାମୀଙ୍କ ଇସ୍ତଫା ପରେ କ୍ଷମତାକୁ ଫେରିବାକୁ ତତ୍ପର ବିଜେପି । ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ପାରନ୍ତି କର୍ଣ୍ଣାଟକ ବିଜେପି ଅଧ୍ୟକ୍ଷ ବିଏସ ୟେଦୁରପ୍ପା ।

ଫାଇଲ ଫଟୋ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଏଚଡି କୁମାରସ୍ବାମୀଙ୍କ ସରକାରର ପତନ ପରେ ଏବେ ରାଜ୍ୟରେ ନୂଆ ସରକାର ଗଠନ ପାଇଁ ପ୍ରସ୍ତୁତ ହୋଇଛି ବିଜେପି । ଆଜି କର୍ଣ୍ଣାଟକ ବିଜେପି ଅଧ୍ୟକ୍ଷ ବିଏସ ୟେଦୁରପ୍ପା ରାଜ୍ୟପାଳ ବଜୁଭାଇ ବାଲାଙ୍କୁ ସାକ୍ଷାତ କରି ନୂଆ ସରକାର ଗଠନ ପାଇଁ ଦାବି ଉପସ୍ଥାପନା କରିଛନ୍ତି । ତେବେ ଆଜି ହିଁ ଶପଥ ଗ୍ରହଣ ଉତ୍ସବ ପାଇଁ ରାଜ୍ୟପାଳଙ୍କୁ ଅନୁରୋଧ କରିଥିଲେ ୟେଦୁରପ୍ପା ।

ସୂଚନାନୁସାରେ ୟେଦୁରପ୍ପା ଆଜି ସନ୍ଧ୍ୟାରେ ଶପଥ ନେବେ । ତେବେ ବିଦ୍ରୋହୀ ବିଧାୟକଙ୍କୁ ନେଇ ବାଚସ୍ପତିଙ୍କ ନିଷ୍ପତ୍ତିର ବିଜେପି ଅପେକ୍ଷା କରିବ ବୋଲି ପୂର୍ବରୁ ଆକଳନ କରାଯାଉଥିଲା । କିନ୍ତୁ ଶୁକ୍ରବାର ହଠାତ୍‌ ସରକାର ଗଠନର ପ୍ରକ୍ରିୟା ଆରମ୍ଭ କରିଦେଇଛି ବିଜେପି ।

ସୂଚନାଯୋଗ୍ୟ ଯେ, ଜୁଲାଇ 24 ତାରିଖରେ କର୍ଣ୍ଣାଟକ ବିଧାନସଭାରେ କୁମାରସ୍ବାମୀଙ୍କ ସରକାର ଆସ୍ଥା ଭୋଟରେ ହାରି ଯାଇଥିଲା । କଂଗ୍ରେସ-ଜେଡିଏସକୁ ମାତ୍ର 99 ଭୋଟ ମିଳିଥିଲା ଏବଂ ବିଜେପିକୁ 105 ଭୋଟ ମିଳିଥିଲା । ଏହାପରେ ବିଜେପିର ସରକାର ଗଠନର ରାସ୍ତା ସଫା ହୋଇଯାଇଥିଲା ।

Intro:Body:

sdfsdf

Conclusion:
Last Updated : Jul 26, 2019, 3:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.