ETV Bharat / bharat

ବିଜୟ ପରେ ୟେଦୁରପ୍ପା ଆଶ୍ବସ୍ତି; ଖୁବଶୀଘ୍ର କ୍ୟାବିନେଟ ସମ୍ପ୍ରସାରଣ - ବିଜୟ ପରେ ୟେଦିରୁପ୍ପା ଆଶ୍ବସ୍ତି

କର୍ଣ୍ଣାଟକରେ ହୋଇଥିବା 2 ଟି ଉପ-ନିର୍ବାଚନରେ ଦଳ ବିପୁଳ ବ୍ୟବଧାନରେ ଉଭୟ ଆସନ ଦଖଲ କରିଛି । ଯାହା ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପାଙ୍କ ପାଇଁ ବଡ ଆଶ୍ବସ୍ତି ଆଣିଦେଇଛି । ଅଧିକ ପଢନ୍ତୁ...

ବିଜୟ ପରେ ୟେଦିରୁପ୍ପା ଆଶ୍ବସ୍ତି
ବିଜୟ ପରେ ୟେଦିରୁପ୍ପା ଆଶ୍ବସ୍ତି
author img

By

Published : Nov 11, 2020, 1:58 PM IST

ବେଙ୍ଗାଲୁରୁ: ବିହାର ବିଧାନସଭା ନିର୍ବାଚନ ଫଳାଫଳ ସହ ଆସିଛି ଦେଶର 59 ଟି ବିଧାନସଭାରେ ହୋଇଥିବା ଉପ-ନିର୍ବାଚନର ଜନମତ । ଜନମତରୁ ସ୍ପଷ୍ଟ ଯେ ବିଜେପିର ଲୋକପ୍ରିୟତା ଅକ୍ଷୁର୍ଣ୍ଣ ରହିଛି । ଯେଉଁଥିପାଇଁ ଦଳ 59 ଆସନରୁ 40 ଟି ବିଜୟୀ ହୋଇଛି । ଦଳ ପାଇଁ ବିଜୟ ଅତି ଗୁରୁତ୍ବପୂର୍ଣ୍ଣ ଥିଲା ମଧ୍ୟପ୍ରଦେଶ ମଣିପୁର । ତେବେ କର୍ଣ୍ଣାଟକରେ ହୋଇଥିବା 2 ଟି ଉପ-ନିର୍ବାଚନରେ ଦଳ ବିପୁଳ ବ୍ୟବଧାନରେ ଉଭୟ ଆସନ ଦଖଲ କରିଛି । ଯାହା ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପାଙ୍କ ପାଇଁ ବଡ ଆଶ୍ବସ୍ତି ଆଣିଦେଇଛି । କାରଣ ରାଜ୍ୟ ବିଜେପିର ଗୋଟିଏ ଗୋଷ୍ଠୀ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ପାଇଁ କେନ୍ଦ୍ରୀୟ ନେତୃତ୍ବଙ୍କ ପାଖରେ ଦାବି କରିଆସୁଥିଲେ । ଯଦିଓ କେନ୍ଦ୍ରୀୟ ନେତୃତ୍ବ ୟେଦୁରପ୍ପାଙ୍କୁ ହଟାଇବା ପାଇଁ କୌଣସି ସଂକେତ ଦେଇନଥିଲେ କିନ୍ତୁ ୟେଦୁରପ୍ପାଙ୍କ ଉପରେ କିଛି କାର୍ଯ୍ୟକଳାପକୁ ନେଇ ତୀକ୍ଷ୍ଣ ନଜର ରଖିଥିଲେ ।

ତେବେ 2 ଟି ଉପ-ନିର୍ବାଚନରେ ଦଳର ବିପୁଳ ବିଜୟ ପରେ କେନ୍ଦ୍ରୀୟ ନେତୃତ୍ବର ପୁଣିଥରେ ଆସ୍ଥା ଭାଜନ ହୋଇପାରିଛନ୍ତି ୟେଦି । ନିର୍ବାଚନ ଫଳାଫଳ ଆସିବା ପରେ ୟେଦୁରପ୍ପା କହିଛନ୍ତି ଲୋକଙ୍କୁ ଦିଆଯାଇଥିବା ପ୍ରତିଶୃତି ଅତି ଶୀଘ୍ର ପୂରଣ ହେବ । ରାଜ୍ୟର ଦୃତ ଜାରି ରହିଛି । ଲୋକଙ୍କ ପାଇଁ ଯାହା ଆବଶ୍ୟକ ତାହା କରିବୁ ।

ସେହିପରି ୟେଦୁରପ୍ପା କହିଛନ୍ତି ଖୁବ ଶୀଘ୍ର କ୍ୟାବିନେଟ ସମ୍ପ୍ରସାରଣ ହେବ । କେନ୍ଦ୍ରୀୟ ନେତୃତ୍ବଙ୍କ ସହ 2 ଦିନ ମଧ୍ୟରେ ବିଚାର ବିମର୍ଶ କରି ଆମେ କ୍ୟାବିନେଟ ସମ୍ପ୍ରସାରଣ କରିବୁ । ବର୍ତ୍ତମାନ ରାଜ୍ୟ ମନ୍ତ୍ରୀ ମଣ୍ଡଳରେ 7 ଟି ବିଭାଗ ମନ୍ତ୍ରୀ ଶୂନ୍ୟ ରହିଛି । ଗତକାଲି ବିଜୟୀ ହୋଇଥିବା ଆର.ନଗରରୁ ଜିତିଥିବା ଏନ ମୁନିରତନ୍ନା ମଧ୍ୟ ମନ୍ତ୍ରୀ ପଦ ପାଇଁ ଦୃଢ ଦାବୀଦାର ଅଛନ୍ତି । କାରଣ ସେ କଂଗ୍ରେସର ଶକ୍ତିଶାଳୀ ନେତା ତଥା ରାଜ୍ୟ ମୁଖ୍ୟ ଡିକେ ଶିବକୁମାରଙ୍କୁ ରେକର୍ଡ 57 ହଜାର ଭୋଟରେ ପରାସ୍ତ କରିଛନ୍ତି । ଫଳରେ ତାଙ୍କୁ ମନ୍ତ୍ରୀ ମଣ୍ଡଳରେ ସାମିଲ କରିବା ନିଶ୍ଚିତ କୁହାଯାଉଛି ।

ତେବେ ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ କରି ୟେଦୁରପ୍ପା ନିଜ ବିରୋଧରେ ଦାନା ବନ୍ଧୁଥିବା ବିଦ୍ରୋହକୁ କେତେ ପ୍ରଶମିତ କରିପାରୁଛନ୍ତି ଓ କେନ୍ଦ୍ରୀୟ ନେତୃତ୍ବର ପୂର୍ଣ୍ଣ ଆସ୍ଥା ଭାଜନ ହୋଇପାରୁଛନ୍ତି ତାକୁ ଅପେକ୍ଷା ।

ବ୍ୟୁରୋ ରିପୋର୍ଟ, ଇଟିିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.