ETV Bharat / bharat

ମହାରାଷ୍ଟ୍ରର ଆସନ ବୁଝାମଣା, ଭାରତ-ପାକିସ୍ତାନ ବିଭାଜନଠାରୁ ବି ଭୟଙ୍କର ! - Maharashtra election

ମହାରାଷ୍ଟ୍ରରେ ଛିଡୁନି ବିଜେପି-ଶିବସେନା ଆସନ ବୁଝାମଣା । ଆସନ ବଣ୍ଟାକୁ ନେଇ ଶିବସେନା ନେତା ସଞ୍ଜୟ ରାଉତ ଏକ ପ୍ରତିକ୍ରିୟା ଦେଇଛନ୍ତି ଯାହା ବିଜେପି ଓ ଶିବସେନା ମଧ୍ୟରେ ସବୁକିଛି ଠିକ୍‌ ଚାଲିଥିବା ଦର୍ଶାଉନାହିଁ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ ଟ୍ବିଟର@ANI
author img

By

Published : Sep 24, 2019, 11:41 AM IST

ହାଇଦ୍ରାବାଦ: ସଙ୍କଟରେ ମହାରାଷ୍ଟ୍ରର ବିଜେପି-ଶିବସେନା ମେଣ୍ଟ । ଛିଡୁନି ଅଙ୍କ । ଫିଟୁନି ବାଟ । ଆସନ ବୁଝାବଣାର ସରୁନି ନାଟ । ଫଳରେ ଦ୍ବନ୍ଦ୍ବରେ ପଡିଛନ୍ତି ଆଶାୟୀ ପ୍ରାର୍ଥୀ ।

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ କମିଶନ ତାରିଖ ଘୋଷଣା ପରେ ବିଜେପି-ଶିବସେନା ମଧ୍ୟରେ ଆସନ ବୁଝାମଣାକୁ ନେଇ ଜୋର ଧରିଛି ଚର୍ଚ୍ଚା । 288 ଆସନ ବିଶିଷ୍ଟ ଏହି ବିଧାନସଭା ପାଇଁ ଦୁଇ ଦଳ ମଧ୍ୟରେ ଆସନ ଭାଗବଣ୍ଟା ସରିବାର ନାଁ ନେଉନି । ସେପଟେ ଆସନ ବଣ୍ଟାକୁ ନେଇ ଜାରି ରହିଛି ବୟାନବାଜି ।

ତେବେ ଆସନ ବଣ୍ଟାକୁ ନେଇ ଶିବସେନା ନେତା ସଞ୍ଜୟ ରାଉତ ଏକ ପ୍ରତିକ୍ରିୟା ଦେଇଛନ୍ତି ଯାହା ବିଜେପି ଓ ଶିବସେନା ମଧ୍ୟରେ ସବୁକିଛି ଠିକ୍‌ ଚାଲିଥିବା ଦର୍ଶାଉନାହିଁ । ସଞ୍ଜୟ କହିଛନ୍ତି,‘ମହାରାଷ୍ଟ୍ର ଏକ ବଡ ରାଜ୍ୟ । 288 ସିଟ୍‌ ଥିବା ଏହି ରାଜ୍ୟରେ ଆସନ ଭାଗବଣ୍ଟା, ଭାରତ ଓ ପାକିସ୍ତାନ ବିଭାଜନ ଠାରୁ ମଧ୍ୟ ଭୟଙ୍କର । ଯେତେବେଳେ ଏହା ଶେଷ ହେବ ଆମେ ଆପଣଙ୍କୁ ଜଣାଇବୁ ।’ ଯାହାକି ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି ।

ଏହା ସହ ସେ କହିଛନ୍ତି, ‘ଆମେ ଯଦି ଏବେ ସରକାରରେ ନ ରହି ବିପକ୍ଷରେ ରହିଥାନ୍ତୁ ତାହେଲେ ଏହାର ଚିତ୍ର କିଛି ଅଲଗା ହୋଇଥାନ୍ତା ।’ ଯାହାକି ବିଜେପି-ଶିବସେନା ମଧ୍ୟରେ ସିଟ୍‌କୁ ନେଇ ଚାଲିଥିବା ଶୀତଳ ଯୁଦ୍ଧକୁ ପଦାରେ ପକାଇଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.