ETV Bharat / bharat

ଭାରତରେ ଅନ୍ୟ ସ୍ମାର୍ଟଫୋନ ବ୍ରାଣ୍ଡଠାରୁ ସାଓମି ଅଧିକ ଆଦୃତ

ଭାରତର ବୃହତ୍ତମ ସ୍ମାର୍ଟଫୋନ ବିକ୍ରେତା ସାଓମି ଭାରତରେ ଅନ୍ୟ ସ୍ମାର୍ଟଫୋନ ବ୍ରାଣ୍ଡ ତୁଳନାରେ ଅଧିକ ଆଦୃତ ବୋଲି ଶନିବାର ପ୍ରକାଶ କରିଛି । ଏନେଇ ସୂଚନା ଦେଇଛନ୍ତି କମ୍ପାନୀର ଭାରତୀୟ ମୁଖ୍ୟ ମନୁ ଜୈନ ।

author img

By

Published : Jun 21, 2020, 10:03 AM IST

indian smartphone market, xiaomi's demand in india, xiaomi india's demand, latest technology news, ଭାରତୀୟ ସ୍ମାର୍ଟଫୋନ ବଜାର, ଭାରତରେ ସାଓମିର ଚାହିଦା, ସାଓମି ଇଣ୍ଡିଆର ଚାହିଦା, ଲାଟେଷ୍ଟ ଟେକ୍ନୋଲୋଜି ନ୍ୟୁଜ୍‌
ଭାରତରେ ଅନ୍ୟ ସ୍ମାର୍ଟଫୋନ ବ୍ରାଣ୍ଡଠାରୁ ସାଓମି ଅଧିକ ଆଦୃତ

ହାଇଦ୍ରାବାଦ: ଭାରତର ବୃହତ୍ତମ ସ୍ମାର୍ଟଫୋନ ବିକ୍ରେତା ସାଓମି ଭାରତରେ ଅନ୍ୟ ସ୍ମାର୍ଟଫୋନ ବ୍ରାଣ୍ଡ ତୁଳନାରେ ଅଧିକ ଆଦୃତ ବୋଲି ଶନିବାର ପ୍ରକାଶ କରିଛି । ଏନେଇ ସୂଚନା ଦେଇଛନ୍ତି କମ୍ପାନୀର ଭାରତୀୟ ମୁଖ୍ୟ ମନୁ ଜୈନ । ଦେଶରେ ବୟକଟ୍‌ ଚାଇନିଜ ପ୍ରଡକ୍ଟ ନେଇ ଆନ୍ଦୋଳନ ତେଜିବାରେ ଲାଗିଥିବା ବେଳେ ଏପରି ମନ୍ତବ୍ୟ ଦେଇ ଅନ୍ୟ ସ୍ମାର୍ଟଫୋନ କମ୍ପାନୀଙ୍କୁ ଖୋଲାଖୋଲି ଚ୍ୟାଲେଞ୍ଜ କରିଛନ୍ତି ମନୁ ।

ସେପଟେ କମ୍ପାନୀରେ ଭାରତୀୟ ନିର୍ଦ୍ଦେଶକ କହିଛନ୍ତି କି କମ୍ପାନୀର ମୋବାଇଲ ଫୋନ ଆର ଆଣ୍ଡ ଡି ସେଣ୍ଟର ଓ ପ୍ରଡକ୍ଟ ଟିମ୍‌ ଭାରତରେ ରହିଛି । ଏଥିସହ ଭାରତରେ ପ୍ରାୟ 50 ହଜାରରୁ ଉର୍ଦ୍ଧ୍ବ ଲୋକଙ୍କୁ କମ୍ପାନୀ ରୋଜଗାର ଯୋଗାଇଛି । ଏନେଇ ଏକ ଟ୍ବିଟ ଯୋଗେ ସେ କହିଛନ୍ତି କି ସାଓମି ଇଣ୍ଡିଆ ଦ୍ବାରା ପ୍ରସ୍ତୁତ ସ୍ମାର୍ଟଫୋନ ଓ ସ୍ମାର୍ଟ ଟିଭିର ଚାହିଦାକୁ ଦେଖି ସ୍ପଷ୍ଟ ଭାବେ କୁହାଯାଇପାରେ କି ଏହି କମ୍ପାନୀ ଅଧିକାଂଶ ଭାରତୀୟଙ୍କ ପସନ୍ଦ । ଏପରି ମନ୍ତବ୍ୟରେ ଟ୍ବିଟରରେ ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା ।

କିଛି ୟୁଜର୍ସ ଏହା ଏକ ଚାଇନିଜ କମ୍ପାନୀର ଭାରତୀୟ ଅଂଶ ବୋଲି ଆକ୍ଷେପ କରିଥିବା ବେଳେ କିଛି ୟୁଜର୍ସ ଏହି କମ୍ପାନୀର ଆମଦାନୀ କେଉଁଠାକୁ ଯାଉଛି ବୋଲି ପ୍ରଶ୍ନ କରିଥିଲେ । ସେପଟେ କିଛି ୟୁଜର୍ସ ଏହା ମଧ୍ୟ ଯୁକ୍ତି ବାଢିଥିଲେ କି ମେଡ ଇନ ଇଣ୍ଡିଆ ସାଓମି ପ୍ରଡକ୍ଟ ବାସ୍ତବରେ ଭାରତରେ ପ୍ରସ୍ତୁତ କରାନଯାଇ କେବଳ ଭାରତରେ ଆସେମ୍ବଲ ବା ଏକତ୍ରିତ କରି ବିକ୍ରି କରାଯାଉଛି । ହେଲେ ଏତେ ୟୁଜର୍ସଙ୍କ ନକାରାତ୍ମକ ପ୍ରତିକ୍ରିୟା ଭିତରେ କିଛି ୟୁଜର୍ସଙ୍କ ସାଓମି ଇଣ୍ଡିଆ ପ୍ରତି ସମର୍ଥନ ମଧ୍ୟ ଦେଖିବାକୁ ମିଳିଥିଲା ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.