ETV Bharat / bharat

ଗଲଓ୍ବାନରେ ଶହୀଦ ଯବାନଙ୍କୁ ଲେହରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ

ଗଲୱାନ ଉପତ୍ୟକାରେ ପ୍ରାଣ ହରାଇଥିବା ଭାରତୀୟ ସେନାର ଶହୀଦ ଯବାନଙ୍କୁ ଲେହର ଆର୍ମି ହସ୍ପିଟାଲରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ ଅଧିକ ପଢନ୍ତୁ...

author img

By

Published : Jun 17, 2020, 4:35 PM IST

ଗଲଓ୍ବାଲରେ ଶହୀଦ ଯବାନଙ୍କୁ ଲେହରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ

ଲେହ: ଗଲୱାନ ଉପତ୍ୟକାରେ ପ୍ରାଣ ହରାଇଥିବା ଭାରତୀୟ ସେନାର ଶହୀଦ ଯବାନଙ୍କୁ ବୁଧବାର ଲେହର ଆର୍ମି ହସ୍ପିଟାଲରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି । ଜୁନ୍ 15 ର ବିଳମ୍ବିତ ରାତିରେ ଲଦାଖର ଗଲୱାନ ଉପତ୍ୟକାରେ ଚୀନ ଓ ଭାରତୀୟ ଯବାନଙ୍କ ମଧ୍ୟରେ ହିଂସାତ୍ମକ ମୁହାଁମୁହିଁ ହୋଇଥିଲା ।

ଘଟଣାରେ ଭାରତର ଜଣେ କର୍ଣ୍ଣେଲଙ୍କ ସମେତ 20 ଜଣ ଯବାନ ଶହୀଦ ହୋଇଥିବା ଭାରତୀୟ ସେନା ପକ୍ଷରୁ ସୂଚନା ଦିଆଯାଇଛି । ଶହୀଦ ଭାରତୀୟ ଯବାନଙ୍କ ମଧ୍ୟରୁ 17 ଜଣ ଗୁରୁତର ଆହତ ହୋଇଥିଲେ । ଅନ୍ୟପକ୍ଷେ ଏହି ଘଟଣାରେ ଚୀନ ସେନାର ଜଣେ କମାଣ୍ଡିଂ ଅଫିସରଙ୍କ ସମେତ 35 ଜଣଙ୍କ ମୃତ୍ୟୁ ହୋଇଛି ।

ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯବାନଙ୍କୁ ନୀରବ ପ୍ରାର୍ଥନା ଜରିଆରେ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି । ଯବାନଙ୍କ ବଳିଦାନ ବ୍ୟର୍ଥ ଯିବନାହିଁ ବୋଲି କହିଛନ୍ତି ମୋଦି । ଭାରତ ନିଜ ଅଖଣ୍ଡତା ବିରୋଧପରେ କେବେ ବି ଚୁକ୍ତି କରିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନିଜ ପ୍ରିତିକ୍ରିୟାରେ କହିଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.