ETV Bharat / bharat

ହେଡ କନେଷ୍ଟବଳ ରତନଲାଲଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅନ୍ତିମ ବିଦାୟ

author img

By

Published : Feb 25, 2020, 8:16 PM IST

ସୋମବାର ଉତ୍ତର-ପୂର୍ବ ଦିଲ୍ଲୀରେ ନାଗରିକତା ଆଇନ ସପକ୍ଷବାଦୀ ଓ ବିରୋଧୀଙ୍କ ମଧ୍ୟରେ ହୋଇଥିବା ଦଙ୍ଗାବେଳେ ପ୍ରାଣ ହରାଇଥିଲେ ଦିଲ୍ଲୀ ପୋଲିସର ହେଡ କନେଷ୍ଟବଳ ରତନ ଲାଲ । ଶହୀଦ ରତନଲାଲଙ୍କୁ କିଙ୍ଗ୍ସୱୈ କ୍ୟାମ୍ପରେ ଗାର୍ଡ ଅଫ୍‌ ଅନର ଦିଆଯାଇଛି ।

ଫାଇଲ ଫଟୋ
ଫାଇଲ ଫଟୋ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ସିଏଏକୁ ନେଇ ବିକ୍ଷୋଭ ପରେ ଦଙ୍ଗା ପରିସ୍ଥିତି ସୃଷ୍ଟି ହୋଇଛି । ସୋମବାର ଉତ୍ତର-ପୂର୍ବ ଦିଲ୍ଲୀରେ ନାଗରିକତା ଆଇନ ସପକ୍ଷବାଦୀ ଓ ବିରୋଧୀଙ୍କ ମଧ୍ୟରେ ହୋଇଥିବା ଦଙ୍ଗା ବେଳେ ପ୍ରାଣ ହରାଇଥିଲେ ଦିଲ୍ଲୀ ପୋଲିସର ହେଡ କନେଷ୍ଟବଳ ରତନ ଲାଲ । ଶହୀଦ ରତନଲାଲଙ୍କୁ କିଙ୍ଗ୍ସୱୈ କ୍ୟାମ୍ପରେ ଗାର୍ଡ ଅଫ୍‌ ଅନର ଦିଆଯାଇଛି । ଏହାସହ ଦିଲ୍ଲୀ ପୋଲିସର ଅନେକ ବରିଷ୍ଠ ଅଧିକାରୀ ଶହୀଦ କନେଷ୍ଟବଳଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସହ ଅନ୍ତିମ ବିଦାୟ ଦେଇଛନ୍ତି ।

ହେଡ କନେଷ୍ଟବଳ ରତନଲାଲଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅନ୍ତିମ ବିଦାୟ

ଦିଲ୍ଲୀରେ ଶହୀଦ ରାତନଲାଲଙ୍କୁ ଶ୍ରଦ୍ଧାଞ୍ଜଳି ଓ ଗାର୍ଡ ଅଫ୍‌ ଅନର ପ୍ରଦାନ ପରେ ତାଙ୍କ ମରଶରୀରକୁ ଦିଲ୍ଲୀର ବୁରାଡିସ୍ଥିତ ବାସଭବନକୁ ନିଆଯିବ । ଏହାପରେ ତାଙ୍କ ପୈତୃକ ଗ୍ରାମ ରାଜସ୍ଥାନର ଶୀକରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ କରାଯିବ ।

ସୂଚନା ଅନୁସାରେ ଦିଲ୍ଲୀର ଭଜନପୁରା ଅଞ୍ଚଳରେ ସୋମବାର ଦଙ୍ଗା ବେଳେ ପ୍ରାଣ ହରାଇଥିଲେ ଦିଲ୍ଲୀ ପୁଲିସର ହେଡ କନେଷ୍ଟବଳ ରତନ ଲାଲ । ଆଜି ତାଙ୍କ ପାର୍ଥିବ ଶୀରରକୁ ଟି.ଭି ହସ୍ପିଟାଲରେ ପୋଷ୍ଟମର୍ଟମ କରାଯାଇଥିଲା । ପରେ ତାଙ୍କୁ ଦିଲ୍ଲୀର କିଙ୍ଗ୍ସୱୈ କ୍ୟାମ୍ପ ସ୍ଥିତ ପୋଲିସ ଲାଇନକୁ ସସମ୍ମାନେ ନିଆଯାଇଥିଲା । ସେଠାରେ ତାଙ୍କୁ ଗାର୍ଡ ଅଫ୍‌ ଅନର ପ୍ରଦାନ କରାଯାଇଥିଲା । ଦିଲ୍ଲୀ ଉପରାଜ୍ୟପାଳ ଅନିଲ ବୈଜାଲ ଓ ପୋଲିସ କମିଶନର ଅମୂଲ୍ୟ ପଟ୍ଟନାୟକ ତାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

ଏଠାରେ ସୂଚନା ଯୋଗ୍ୟ ଯେ, ସୋମବାର ଠାରୁ ଦିଲ୍ଲୀରେ ସିଏଏ ବିରୋଧୀ ଓ ସପକ୍ଷବାଦୀଙ୍କ ମଧ୍ୟରେ ହୋଇଥିବା ପଥରମାଡ଼ ଓ ପୋଡ଼ାଜଳାରେ ଏଯାଏ 10 ଜଣ ପ୍ରାଣ ହରାଇଛନ୍ତି । ଏଥିସହ ଏଥିରେ 150 ରୁ ଅଧିକ ଲୋକ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଅନ୍ୟପଟେ ଦିଲ୍ଲୀର ଉତ୍ତରପୂର୍ବ ଜିଲ୍ଲାରେ ହାଇ ଆଲର୍ଟ ଜାରି କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.