ETV Bharat / bharat

ଆଗକୁ ଆହୁରି ଖରାପ ସମୟ ଆସୁଛି : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

କୋରୋନା ହେବାର 6ମାସ ପରେ ଏକ ଡରାଇବା ଭଳି ବୟାନ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଡବ୍ଲୁଏଚଓର ମୁଖ୍ୟ ଟ୍ରେଡୋସ ଆଧାନମ ଗେବ୍ରେୟସସ କହିଛନ୍ତି ଯେ ଆଗକୁ ଆହୁରି ଖରାପ ସମୟ ଆସିବାକୁ ଯାଉଛି । ଅଧିକ ପଢନ୍ତୁ...

author img

By

Published : Jun 30, 2020, 5:20 PM IST

ଆଗକୁ ଆହୁରି ଖରାପ ସମୟ ଆସୁଛି : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ
ଆଗକୁ ଆହୁରି ଖରାପ ସମୟ ଆସୁଛି : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ଜେନିଭା: ସମଗ୍ର ବିଶ୍ୱରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ଟପିଯାଇଛି ଓ ମୃତ୍ୟୁସଂଖ୍ୟା ୫ଲକ୍ଷ ଟପିଯାଇଛି । ଅନେକ ଦେଶ ଏହି କୋରୋନା ମହାମାରୀ ପ୍ରକୋପରେ ଗୁରୁତରଭାବେ ପ୍ରଭାବିତ ହୋଇଛନ୍ତି । ତେବେ କୋରୋନା ହେବାର 6ମାସ ପରେ ଏକ ଡରାଇବା ଭଳି ବୟାନ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଡବ୍ଲୁଏଚଓର ମୁଖ୍ୟ ଟ୍ରେଡୋସ ଆଧାନମ ଗେବ୍ରେୟସସ କହିଛନ୍ତି ଯେ ଆଗକୁ ଆହୁରି ଖରାପ ସମୟ ଆସିବାକୁ ଯାଉଛି । ନିକଟ ଭବିଷ୍ୟତରେ କୋରୋନା ଭାଇରସ ଯିବାଭଳି ଲାଗୁନାହିଁ ।

ଅନେକ ଦେଶ ଲକଡାଉନ ଖୋଲିବା ପରେ ପୁଣି ଥରେ କୋରୋନା ସଂକ୍ରମଣ ସଂଖ୍ୟା ବଢିଯାଇଛି । ଏହି ଭାଇରସ ଆହୁରି ବଢିବାର ଆଶଙ୍କା ରହିଛି । ଆମେ ସମସ୍ତେ ଏହା ଶେଷ ହେଉ ବୋଲି ଚାହୁଁଛୁ, କିନ୍ତୁ କହିବାକୁ ଖରାପ ଲାଗିଲେ ମଧ୍ୟ ଏହା ସତ ଯେ ନିକଟ ଭବିଷ୍ୟତରେ ଏହା ଆମ ଜୀବନରୁ ଯିବାଭଳି ଲାଗୁନାହିଁ । ଯଦିଓ କୋରୋନା ମୁକାବିଲା କ୍ଷେତ୍ରରେ ଅନେକ ଦେଶ ଅଗ୍ରଗତିି କରିଛନ୍ତି, କିନ୍ତୁ ପ୍ରକୃତରେ କୋରୋନା ମାଡ଼ିଚାଲିଛି ।

ଏବେ ଆମେରିକାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୫ ଲକ୍ଷ ଟପିଯାଇଥିବା ବେଳେ ଏବେ ଆମେରିକା ତଳକୁ ବ୍ରାଜିଲ, ଋଷିଆ ଓ ଭାରତ ରହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.