ETV Bharat / bharat

ଦୁଃଖ ଦରିଆରେ ଭାସୁଛନ୍ତି ଶରଣାର୍ଥୀ

ବିସ୍ଥାପିତଙ୍କ ସମସ୍ୟାର ସମାଧାନ ଖୋଜା ଚାଲିଥିବା ବେଳେ ଦିନକୁ ଦିନ ବିସ୍ଥାପିତଙ୍କ ସଂଖ୍ୟା ମଧ୍ଯ ବୃଦ୍ଧି ପାଉଛି । ଶରଣାର୍ଥୀଙ୍କ ପାଇଁ ସବୁଠାରୁ ଭଲ ସମାଧାନ ହେଉଛି ସ୍ୱଇଚ୍ଛାରେ ସମ୍ନାନ ଓ ସୁରକ୍ଷା ସହ ନିଜ ଘରକୁ ଫେରିବା ।

author img

By

Published : Jun 19, 2019, 11:50 PM IST

Updated : Jun 21, 2019, 12:12 AM IST

ଡିଜାଇନ ଫଟୋ

ହାଇଦ୍ରାବାଦ: ସାରା ବିଶ୍ବରେ 2018 ସୁଦ୍ଧା ଯୁଦ୍ଧ, ଉତ୍ପୀଡନ, ସଂଘର୍ଷରେ ପଳାୟନ କରିଥିବା ଶରଣାର୍ଥୀ/ବିସ୍ଥାପିତଙ୍କ ସଂଖ୍ୟା 70 ମିଲିୟନରେ ପହଞ୍ଚିଛି । ଦୀର୍ଘ 70 ବର୍ଷ ମଧ୍ୟରେ ଏହାସର୍ବାଧିକ ବୋଲି ସଂଯୁକ୍ତ ରାଷ୍ଟ୍ର ଶରଣାର୍ଥୀ ସଂସ୍ଥା (UNHCR) ମତ ପ୍ରକାଶ କରିଛି । ତେବେ ବୁଧବାର ପ୍ରକାଶ ପାଇଥିବା UNHCRର ରିପୋର୍ଟ ଅନୁସାରେ ପ୍ରାୟ 70.8 ମିଲିୟନ ଲୋକଙ୍କୁ ବାଧ୍ୟତାମୂଳକ ଭାବେ ବିସ୍ଥାପିତ କରାଯାଇଛି । ତେବେ ଗତ 20 ବର୍ଷ ମଧ୍ୟରେ ଏହି ସଂଖ୍ୟା ଦ୍ୱିଗୁଣିତ ହୋଇଛି । ଏପରିକି ପୂର୍ବବର୍ଷ ତୁଳନାରେ ଏହା 2.3 ମିଲିୟନ ଅଧିକ ରହିଥିବା ଜଣା ପଡିଛି । ଯାହାକି ଥାଇଲାଣ୍ଡ ଓ ତୁର୍କୀର ମୋଟ ଜନସଂଖ୍ୟା ସହ ସମାନ ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

70.8 ମିଲିୟନ ବିସ୍ଥାପିତଙ୍କ ସଂଖ୍ୟା ବ୍ୟାପକ ଅଟେ । ବିଶେଷ ରୂପେ ଭେନେଜୁଏଲାରେ ଦେଖାଦେଇଥିବା ସଙ୍କଟ ବର୍ତ୍ତମାନ ଏହି ସଂଖ୍ୟା ବୃଦ୍ଧି ପଛର ଅନ୍ୟ ଏକ କାରଣ । ସରକାରୀ ସୂଚନା ଅନୁସାରେ ପାଖାପାଖି 4 ମିଲିଅନ ଲୋକ ଭେନେଜୁଏଲା ଛାଡି ସାରିଛନ୍ତି। ଯାହା ବର୍ତ୍ତମାନ ବିଶ୍ୱର ସବୁଠାରୁ ବଡ ବିସ୍ଥାପନ ସଙ୍କଟ ମଧ୍ୟରୁ ଗୋଟିଏ । ତେବେ ଏମାନଙ୍କ ମଧ୍ୟରୁ ପ୍ରାୟ ସଭିଙ୍କୁ ଅନ୍ତର୍ଜାତୀୟ ଶରଣାର୍ଥୀ ସଂରକ୍ଷଣର ଆବଶ୍ୟକତା ରହିଛି । କିନ୍ତୁ ମାତ୍ର ଅଧା ମିଲିଅନ ଲୋକେ ଔପଚାରିକ ଭାବେ ଏଥିପାଇଁ ଆବେଦନ କରିଛନ୍ତି ।

‘ଆମେ ଦେଖୁଛୁ ଯେ ଅଧିକାଂଶ ବିସ୍ଥାପିତ ଯୁଦ୍ଧ, ଉତ୍ପୀଡନ ଓ ସଂଘର୍ଷରୁ ବଞ୍ଚିବା ପାଇଁ ନିଜ ଦେଶ ଛାଡିଥାନ୍ତି । ତେବେ ଶରଣାର୍ଥୀ ଓ ବିସ୍ଥାପିତଙ୍କ ମଧ୍ୟରେ ଭାଷା ଏକ ପ୍ରମୁଖ ବିଭାଜନକାରୀ । ଯେଉଁ ସମୁଦାୟ ଶରଣାର୍ଥୀଙ୍କ ନେତୃତ୍ୱ ନେଉଛନ୍ତି ସେମାନଙ୍କ ମଧ୍ୟରେ ଆମେ ଏକତା ଓ ଉଦାରତାରର ପରିଚୟ ପାଇଛୁ । ତେବେ ବର୍ତ୍ତମାନ ଅନେକ ନୂଆ ଅଭିନେତା, ଘରୋଇ ଉଦ୍ୟୋଗ ଏବଂ ବ୍ୟକ୍ତି ବିଶେଷ ଶରଣାର୍ଥୀ ତଥା ବିସ୍ଥାପିତଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି । ଯାହା ସରଣାର୍ଥୀଙ୍କ ପାଇଁ ବିଶ୍ବସ୍ତରୀୟ ଚୁକ୍ତିରେ ମଧ୍ୟ ପ୍ରତିଫଳିତ ହେଉଛି,’ ବୋଲି କହିଛନ୍ତି ସଂଯୁକ୍ତ ରାଷ୍ଟ୍ରର ଉଚ୍ଚାୟୁକ୍ତ ଫିଲିପ୍ପୋ ଗ୍ରାଣ୍ଡି । ‘ପ୍ରତିଦିନ ନିଜ ଘରୁ ପଳାୟନ କରିବାକୁ ବାଧ୍ୟ ହେଉଥିବା ନିର୍ଦ୍ଦୋଷ ଲୋକଙ୍କ ପାଇଁ ଆମକୁ ଏକଜୁଟ ହୋଇ ଏପରି ସକାରାତ୍ମକ ଉଦାହଣ ସୃଷ୍ଟି କରିବା ଉଚିତ’ ବୋଲି କହିଛନ୍ତି ଗ୍ରାଣ୍ଡି ।

70.8 ମିଲିଅନ ବିସ୍ଥାପିତଙ୍କ ମଧ୍ୟରେ ମୁଖ୍ୟତଃ ତିନୋଟି ଭାଗ ରହିଛି । ପ୍ରଥମଟି ହେଉଛନ୍ତି ଶରଣାର୍ଥୀ ବା ରେଫ୍ୟୁଜି ଯେଉଁ ମାନଙ୍କୁ ଯୁଦ୍ଧ, ସଂଘର୍ଷ ଓ ଉତ୍ପୀଡନ ଯୋଗୁଁ ନିଜ ଦେଶ ଛାଡିବାକୁ ବାଧ୍ୟ କରାଯାଏ । 2018ରେ ଏମାନଙ୍କ ସଂଖ୍ୟା 25.9 ମିଲିଅନ ଥିଲା, ଯାହା 2017 ଅପେକ୍ଷା 500 ହଜାର ଅଧିକ ଥିଲା । ଏଥିରେ 5.5 ମିଲିୟନ ପାଲେଷ୍ଟାଇନ ଶରଣାର୍ଥୀ ସାମିଲ ଅଛନ୍ତି । ଯାହାଙ୍କ ଦେଖାଶୁଣା ଏବେ ସଂଯୁକ୍ତ ରାଷ୍ଟ୍ର ରିଲିଫ ଓ ନିର୍ମାଣ ଏଜେନ୍ସି କରୁଛି ।

ଦ୍ୱିତୀୟରେ ରହିଛନ୍ତି ଶରଣ ଖୋଜୁଥିବା ବିସ୍ଥାପିତ । ଯେଉଁ ବିସ୍ଥାପିତ ନିଜ ଦେଶରୁ ବାହାରି ଯାଇଛନ୍ତି ଓ ଅନ୍ତର୍ଜାତୀୟ ସୁରକ୍ଷାରେ ରହି ଶରଣାର୍ଥୀ ଭାବେ ମାନ୍ୟତା ପାଇବା ପାଇଁ ଅପେକ୍ଷା କରିଛନ୍ତି । 2018 ଶେଷ ସୁଦ୍ଧା 3.5 ମିଲିୟନ ଶରଣ ଖୋଜୁଥିବା ବିସ୍ଥାପିତ ରହିଛନ୍ତି ।

ତୃତୀୟରେ ରହିଛନ୍ତି ସବୁଠାରୁ ବଡ ଭାଗ । ଯେଉଁ ମାନେ ନିଜ ଦେଶରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ବିସ୍ଥାପିତ ହୋଇଥାନ୍ତି । ଏମାନଙ୍କ ସଂଖ୍ୟା 41.3 ମିଲିୟନ । ଯାହାଙ୍କୁ ସାଧାରଣତଃ Internally Displaced People ବା IDP ବୋଲି କୁହାଯାଏ ।

ବିସ୍ଥାପିତଙ୍କ ସମସ୍ୟାର ସମାଧାନ ଖୋଜା ଚାଲିଥିବା ବେଳେ ଦିନକୁ ଦିନ ବିସ୍ଥାପିତଙ୍କ ସଂଖ୍ୟା ମଧ୍ଯ ବୃଦ୍ଧି ପାଉଛି । ଶରଣାର୍ଥୀଙ୍କ ପାଇଁ ସବୁଠାରୁ ଭଲ ସମାଧାନ ହେଉଛି ସ୍ୱଇଚ୍ଛାରେ ସମ୍ନାନ ଓ ସୁରକ୍ଷା ସହ ନିଜ ଘରକୁ ଫେରିବା । ଦ୍ୱିତୀୟ ସମାଧାନ ହେଲା ନେତୃତ୍ୱ ନେଉଥିବା ସମୁଦାୟରେ ଏକାକାର ହେବା ଅଥବା କୌଣସି ତୃତୀୟ ଦେଶରେ ସ୍ଥାପିତ ହେବା । 2018ରେ କେବଳ 94,400 ଶରଣାର୍ଥୀଙ୍କୁ ପୁନଃ ସ୍ଥାପିତ କରାଯାଇ ପାରିଥିଲା । ଯାହା ମୋଟ ସଂଖ୍ୟାର ମାତ୍ର 7 ପ୍ରତିଶତ । 593,800 ଘରକୁ ଫେରିବାକୁ ସକ୍ଷମ ହୋଇଥିବା ବେଳେ 62,600 ପରିସ୍ଥିତିରେ ପଡି ଦୁଃଖ ଦରିଆରେ ଭାସୁଛନ୍ତି ।

ଯେଉଁଠାରେ ବି ବିସ୍ଥାପିତ ଅଛନ୍ତି, ଯେଉଁ ପରିସ୍ଥିତିରେ ଅଛନ୍ତି, ଯେତେ ବି ସମୟ ଧରି ରହିଛନ୍ତି ସେଠାରେ ତାଙ୍କ ପାଇଁ ସମାଧାନର ବାଟ ଖୋଜାଯିବା ଦରକାର । ଲୋକଙ୍କୁ ନିଜ ଘରକୁ ଫେରିବା ପାଇଁ ଉପୁଜୁ ଥିବା ବାଧା ଗୁଡିକୁ ଏଡାଇବା ପାଇଁ ସଭିଏଁ ଏକଜୁଟ ହେବା ଦରକାର ବୋଲି କହିଛନ୍ତି ସଂଯୁକ୍ତ ରାଷ୍ଟ୍ର ଉଚ୍ଚାୟୁକ୍ତ ଗ୍ରାଣ୍ଡି । ଏହା ଏକ ଜଟିଳ ସମସ୍ୟା ଯାହାର ସମାଧାନ ପାଇଁ UNHCR ନିରନ୍ତର କାର୍ଯ୍ୟ କରି ଚାଲିଛି କିନ୍ତୁ ସମସ୍ତ ଦେଶ ଏହାର ସମାଧାନ ଦିଗରେ ଅଗ୍ରସର ହେବା ଉଚିତ । ଏହା ବର୍ତ୍ତମାନ ସମୟର ବଡ ସମସ୍ୟା ମଧ୍ୟରୁ ଗୋଟିଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:Conclusion:
Last Updated : Jun 21, 2019, 12:12 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.