ନାଗପୁର: ଜୁଲାଇ 29(ସୋମବାର) ବିଶ୍ବ ବ୍ୟାଘ୍ର ଦିବସ । ଦେଶରେ କେତେ ବାଘ ଅଛନ୍ତି, ସେ ସଂକ୍ରାନ୍ତରେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରିପୋର୍ଟ ପ୍ରକାଶ କରିବେ । ସର୍ବ ଭାରତୀୟ ବାଘ ଗଣନା ରିପୋର୍ଟ-୨୦୧୮ରୁ ଚାଲୁ ରହିଥିଲା । ଯାହାର ରିପୋର୍ଟକୁ ପିଏମ୍ ସୋମବାର ଉନ୍ମୋଚନ କରିବେ ।
ସମଗ୍ର ବିଶ୍ବରେ ଦ୍ରୁତ ଗତିରେ ବାଘଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ବ୍ୟାଘ୍ର ସଂରକ୍ଷଣ ଦିଗରେ ସଚେତନତାର ପ୍ରଚାର ଓ ପ୍ରସାର ପାଇଁ ପ୍ରତି ବର୍ଷ ଜୁଲାଇ 29କୁ 'ବିଶ୍ବ ବ୍ୟାଘ୍ର ଦିବସ' ଦିବସ ରୂପେ ପାଳନ କରାଯାଉଛି ।
୨୦୦୬ରେ ପ୍ରୋଜେକ୍ଟ ଟାଇଗରର ପୁନର୍ଗଠନ ପରେ ଏହା ଚତୁର୍ଥ ରିପୋର୍ଟ । ପ୍ରତି ୪ ବର୍ଷରେ ଥରେ ଦେଶରେ ବ୍ୟାଘ୍ର ଗଣନା ହୋଇଆସୁଛି । ୨୦୧୪ରେ ହୋଇଥିବା ଗଣନାରେ ଦେଶରେ ବାଘଙ୍କ ସଂଖ୍ୟା ୨୨୨୬ ଥିବା ଦର୍ଶାଯାଇଥିଲା ।
ବର୍ଷ ୨୦୦୬ରେ ୧୪୧୧ ଏବଂ ୨୦୧୦ରେ ବାଘଙ୍କ ସଂଖ୍ୟା ଦେଶରେ ୧୭୨୬ ରହିଥିଲା । ତେବେ ଗତ ୪ ବର୍ଷ ମଧ୍ୟରେ ଦେଶରେ ବାଘଙ୍କ ସଂଖ୍ୟା ୧୮ରୁ ୨୦% ବୃଦ୍ଧି ଘଟି ୨୬୦୦ ଟପିବା ନେଇ ଆଶା ରଖାଯାଇଛି ।