ହାଇଦ୍ରାବାଦ: ଆଜି ବିଶ୍ୱ ସଂସ୍କୃତ ଦିବସ । ଏହି ଭାଷାକୁ ବିଶ୍ବର ସବୁଠାରୁ ପୁରାତନ ଭାଷା ବୋଲି ଜଣାଯାଏ । ଏପରିକି ସମସ୍ତ ଭାଷାର ମାଆ ବୋଲି ମଧ୍ୟ କୁହାଯାଏ । ଏହି ଅବସରରେ ଆଜି ଅଲ ଇଣ୍ଡିଆ ରେଡିଓ ସଂସ୍କୃତରେ "ବହୁଜନ ଭାଷା - ସଂସ୍କୃତ ଭାଷା" ଶୀର୍ଷକ ନାମରେ ପ୍ରଥମ କାର୍ଯ୍ୟକ୍ରମ ପ୍ରସାରଣ କରିଥିଲା । ସଂସ୍କୃତ ଭାଷାର ଏକ ବିଶେଷ ବାର୍ତ୍ତାରେ ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ସଂସ୍କୃତ ଭାଷାର ଗୁରୁତ୍ୱକୁ ସୂଚିତ କରିଛନ୍ତି ।
ସଂସ୍କୃତ ଦିବସ ଅବସରରେ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର ଦେଶକୁ ଶୁଭେଚ୍ଛା ଜଣାଇଛନ୍ତି । ଏହାସହ ସେ ତାଙ୍କ ବାର୍ତ୍ତାରେ କହିଛନ୍ତି ଯେ ବେଦ ପରି ଭାରତର ପ୍ରାଚୀନ ଗ୍ରନ୍ଥଗୁଡ଼ିକ ସଂସ୍କୃତରେ ରଚନା କରାଯାଇଛି । ସେ ଏହାକୁ ଅନ୍ୟ ଭାଷାର ମାଆ ବୋଲି ମଧ୍ୟ କହିଛନ୍ତି ।
ସେହିପରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।