ETV Bharat / bharat

ବିଶ୍ବ ଗୋଲାପ ଦିବସ: ଜାଣନ୍ତୁ ସେଲିବ୍ରେସନର ପ୍ରକୃତ ଉଦ୍ଦେଶ୍ୟ - ବିଶ୍ବ ଗୋଲାପ ଦିବସ

ଗୋଲାପ ଫୁଲ । ସ୍ନେହ, ପ୍ରେମ ଓ ଶାନ୍ତିର ବାର୍ତ୍ତା ବହନ କରୁଥିବା ଏହି ଫୁଲଟି କାହାରି ବି ମନରେ ସୃଷ୍ଟି କରିପାରେ ସକାରାତ୍ମକ ଭାବନା । ଗୋଲାପ ଫୁଲର ଏହି ସକାରାତ୍ମକ ପ୍ରଭାବକୁ ପ୍ରତିବର୍ଷ ସେପ୍ଟେମ୍ବର 22 ତାରିଖରେ ବେଶ ଉତ୍ସାହର ସହ ପାଳନ କରାଯାଏ ।

ଫାଇଲ ଫଟୋ
author img

By

Published : Sep 22, 2019, 11:11 AM IST

ହାଇଦ୍ରାବାଦ: ଗୋଲାପ ଫୁଲ । ସ୍ନେହ, ପ୍ରେମ ଓ ଶାନ୍ତିର ବାର୍ତ୍ତା ବହନ କରୁଥିବା ଏହି ଫୁଲଟି କାହାରି ବି ମନରେ ସୃଷ୍ଟି କରିପାରେ ସକାରାତ୍ମକ ଭାବନା । ଗୋଲାପ ଫୁଲର ଏହି ସକାରାତ୍ମକ ପ୍ରଭାବକୁ ପ୍ରତିବର୍ଷ ସେପ୍ଟେମ୍ବର 22 ତାରିଖରେ ବେଶ ଉତ୍ସାହର ସହ ପାଳନ କରାଯାଏ । ଗୋଲାପ ଫୁଲ ସହ ହାତ ତିଆରି କାର୍ଡ ଓ ଗିଫ୍ଟ ସହ ଆରମ୍ଭ ହୁଏ ବିଶ୍ବ ଗୋଲାପ ଦିବସ ପାଳନ । ତେବେ ଏହି ଦିନ ପଛରେ ରହିଛି ଏକ ସ୍ମୃତି ଓ ମହାନ ଉଦ୍ଦେଶ୍ୟ ।

କାନାଡାସ୍ଥିତି 12 ବର୍ଷୀ ମେଲିଣ୍ଡା ରୋଜ । କୁନି ବୟସରୁ ଅତି ମାରାତ୍ମକ ରୋଗରେ ପୀଡିତ ହୁଅନ୍ତି ରୋଜ । ବ୍ଲଡ କ୍ୟାନ୍ସରର ଏକ ବିରଳ ପ୍ରକାର ଆସ୍କିନ୍ସ ଟ୍ୟୁମରରେ ପୀଡିତ ଥିଲେ ରୋଜ । ହେଲେ ଏତେ ବଡ ରୋଗ ଆଗରେ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ବି ହାର ମାନିନଥିଲା ରୋଜଙ୍କ ସାହସ । ଅତି ସାହସର ସହ ସେ ଶେଷ ପର୍ଯ୍ୟନ୍ତ ଲଢିଥିଲେ ଏହି ରୋଗ ସହ । ପ୍ରତି ମୁହୂର୍ତ୍ତକୁ ସ୍ମରଣୀୟ କରିବା ସହ ନିଜ ପରିବେଶରେ ଖୁସିର ବାର୍ତ୍ତା ବାଣ୍ଟୁଥିଲେ ରୋଜ।

ରୋଜଙ୍କର ଏହି ଆକର୍ଷଣୀୟ ବ୍ୟକ୍ତିତ୍ବ ତଥା ତାଙ୍କ ସାହସକୁ ମନେ ପକାଇ ପ୍ରତିବର୍ଷ ସେପ୍ଟେମ୍ବର 22କୁ ବିଶ୍ବ ଗୋଲାପ ଦିବସ ବା ୱାର୍ଲଡ ରୋଜ ଡେ ଭାବେ ପାଳନ କରାଯାଏ। ଏହି ସେଲିବ୍ରେସନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିଶ୍ବର ସମସ୍ତ କ୍ୟାନ୍ସର ରୋଗୀମାନଙ୍କୁ ଗୋଲାପ ଫୁଲ ଦେଇ ସଲାମ କରିବା। କ୍ୟାନ୍ସର ଭଳି ମାରାତ୍ମକ ରୋଗ ସହ ଲଢେଇ କରୁଥିବାରୁ ସେମାନଙ୍କ ସାହସ ଓ ଦୃଢ ମନୋବଳକୁ ସଲାମ କରି ଗୋଲାପ ଫୁଲ ଦିଆଯାଏ । ଯାହା ସେମାନଙ୍କ ଉତ୍ସାହିତ କରିବାରେ ମଧ୍ୟ ସାହାଯ୍ୟ କରିଥାଏ ।

ଏହି ଦିନ ବିଶ୍ବର ବିଭିନ୍ନ ପ୍ରାନ୍ତରେ ଲୋକେ କ୍ୟାନ୍ସର ରୋଗୀମାନଙ୍କୁ ଗୋଲାପ ଫୁଲ ଦେବା ସହ ସେମାନଙ୍କ ସହ ସମୟ ଅତିବାହିତ କରନ୍ତି । ଯାହାକୁ ସେମାନଙ୍କୁ ମାନସିକ ସ୍ତରରେ ଉତ୍ସାହିତ କରିବା ସହ ମନରେ ଖୁସି ମଧ୍ୟ ଆଣିଦିଏ । ତେବେ ଆଜି ବିଶ୍ବ ଗୋଲାପ ଦିବସ ପାଳନ କରାଯାଉଥିବା ବେଳେ ଫେବୃଆରୀ 4ରେ ପାଳନ ହୁଏ ବିଶ୍ବ କର୍କଟ ଦିବସ ବା ୱାର୍ଲଡ କ୍ୟାନ୍ସର ଡେ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.