ETV Bharat / bharat

ବିଶ୍ବ ନଦୀ ଦିବସ: କୋଭିଡ-19 ଭାରତୀୟ ନଦୀ ପାଇଁ ଭେଣ୍ଟିଲେଟର ସଦୃଶ୍ୟ

2005 ରେ ମିଳିତ ଜାତିସଂଘ ଜଳ ଉତ୍ସ ଗୁଡିକର ଯତ୍ନ ନେବା ସହ ଏହାର ଆବଶ୍ୟକତା ବିଷୟରେ ଅଧିକ ସଚେତନତା ପାଇଁ ‘ଜଳ ପାଇଁ ଜୀବନ ଦଶନ୍ଧି’ ଆରମ୍ଭ କରିଥିଲା ।

ବିଶ୍ବ ନଦୀ ଦିବସ
ବିଶ୍ବ ନଦୀ ଦିବସ
author img

By

Published : Sep 27, 2020, 4:23 PM IST

ହାଇଦ୍ରାବାଦ: 2005 ରେ ମିଳିତ ଜାତିସଂଘ ଜଳ ଉତ୍ସ ଗୁଡିକର ଯତ୍ନ ନେବା ସହ ଏହାର ଆବଶ୍ୟକତା ବିଷୟରେ ଅଧିକ ସଚେତନତା ପାଇଁ ‘ଜଳ ପାଇଁ ଜୀବନ ଦଶନ୍ଧି’ ଆରମ୍ଭ କରିଥିଲା । 2005 ରେ ପ୍ରଥମ କାର୍ଯ୍ୟକ୍ରମ ଏକ ବଡ ସଫଳତା ଥିଲା ଏବଂ ବିଭିନ୍ନ ଦେଶରେ ବିଶ୍ବ ନଦୀ ଦିବସ ପାଳନ କରାଯାଇଥିଲା । ପ୍ରତିବର୍ଷ 60 ରୁ ଅଧିକ ଦେଶରେ ଲକ୍ଷ ଲକ୍ଷ ଲୋକ ନଦୀ ଜଳର ସ୍ବାସ୍ଥ୍ୟ ପାଇଁ ଅନେକ କାର୍ଯ୍ୟକ୍ରମ ଆୟୋଜନ କରି ଜଳର ମୂଲ୍ୟବୋଧ ପାଳନ କରିଥିଲେ।

ବିଶ୍ବ ନଦୀ ଦିବସ ପାଇଁ ଚଳିତ ବର୍ଷର ବିଷୟବସ୍ତୁ ହେଉଛି ‘ନଦୀଙ୍କ ପାଇଁ କାର୍ଯ୍ୟ ଦିବସ’ । ଏହା ନଦୀଗୁଡିକର ସୁରକ୍ଷା ତଥା ପରିଚାଳନାରେ ମହିଳାଙ୍କ ଭୂମିକା ବିଷୟକରେ ଜାଣିବା ।

ବିଶ୍ବ ନଦୀ ଦିବସରେ କିଛି ନଦୀର ତଥ୍ୟ ଉପରେ ନଜର ଦେବା-

  1. ବିଶ୍ବର ତିନୋଟି ଲମ୍ବା ନଦୀ ହେଉଛି ଆଫ୍ରିକାର ନିଲ୍ ନଦୀ, ଦକ୍ଷିଣ ଆମେରିକାର ଆମାଜନ ନଦୀ, ଯାହା ବିଶ୍ବର ସବୁଠାରୁ ପ୍ରଶସ୍ତ ନଦୀ ଏବଂ ଚାଇନାର ୟାଙ୍ଗଜେ ନଦୀ ଯାହାକି ବିଶ୍ବରେ ଲମ୍ବା ଅଟେ ।
  2. ଆଫ୍ରିକାର କଙ୍ଗୋ ନଦୀ । ଏହାକୁ ପୂର୍ବରୁ ଜାୟେର ନଦୀ କୁହାଯାଉଥିଲା । ଏହା ହେଉଛି ବିଶ୍ବର ଗଭୀର ନଦୀ ।
  3. ରିଓ ନେଗ୍ରୋ, ଆମାଜନ ନଦୀର ଏକ ଉପନଦୀ, ଏହା ହେଉଛି ବିଶ୍ବର ବୃହତ୍ତମ କଳା ଜଳ ନଦୀ ।
  4. ଭାରତର ଗଙ୍ଗା ନଦୀ ଏହାର ଐତିହାସିକ ମହତ୍ତ୍ବ ହେତୁ ସବୁଠାରୁ ପବିତ୍ର ନଦୀ ଭାବରେ ପରିଗଣିତ ହୁଏ । ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଏହା ଏକ ଲାଇଫ୍ ଲାଇନ୍ । ହିନ୍ଦୁ ଧର୍ମରେ ଗଙ୍ଗା ନଦୀକୁ ଦେବୀ ଗଙ୍ଗା ଭାବେ ପୂଜା କରାଯାଏ।
  5. କଲମ୍ବିଆ ଦେଇ ନଦୀ କାନୋ କ୍ରିଷ୍ଟାଲ୍ସ ପ୍ରବାହିତ ହେଉଛି । ଏହି ନୀଦର ରଙ୍ଗ 5 ପ୍ରକାର ।
  6. ‘Liquid Rainbow’ ନଦୀ ନିଜର ଚମତ୍କାର ରଙ୍ଗ ହେତୁ ସବୁଠାରୁ ସୁନ୍ଦର ନଦୀ ।

ଭାରତର ଏକ ଗୁରୁତ୍ବପୂର୍ଣ୍ଣ ଭାଗ ଜଳ ଅଭାବର ସମ୍ମୁଖୀନ ହେଉଥିବା ବେଳେ ସରକାର କିନ୍ତୁ ଭାରତ ଜଳ ଅଭାବୀ ଦେଶ ନୁହେଁ ବରଂ ଜଳ ଉତ୍ସ ଏବଂ ବିକାଶ ପ୍ରକଳ୍ପର ତଦାରଖ ଅଭାବରୁ ଏହି ଅଭାବ ଦେଖାଦେଇଛି। ଭାରତର 20 ଟି ନଦୀ ଅବବାହିକା 32,71,953 ବର୍ଗ କିଲୋମିଟର ରହିଛି । ଅଧ୍ୟୟନ ଅନୁଯାୟୀ, ସିନ୍ଦୁ, ଗଙ୍ଗା ଏବଂ ବ୍ରହ୍ମପୁତ୍ର ନଦୀ ଅବବାହିକାରେ ଜଳ ଉପଲବ୍ଧତା ହ୍ରାସ ପାଇଛି ।

ବିଗତ କିଛି ବର୍ଷ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ବାରମ୍ବାର ମରୁଡି ପରିସ୍ଥିତି ସମ୍ମୁଖୀନ ହେଉଥିବା ଜଳ ଚାପ ଉପରେ ଅନେକ ଧ୍ୟାନ ଦେଇଛି। ସରକାରୀ ତଥ୍ୟ ଅନୁଯାୟୀ, 1947 ମସିହାରେ ଭାରତର ସ୍ବାଧୀନତା ପରଠାରୁ ମୁଣ୍ଡପିଛା ଜଳ ଉପଲବ୍ଧତାରେ ନିରବଚ୍ଛିନ୍ନ ତଥା କ୍ରମାଗତ ହ୍ରାସ ଘଟିଛି। ଉଦାହରଣ ସ୍ବରୂପ, 2025 ମସିହାରେ ଜଳ ଉପଲବ୍ଧତା ମୁଣ୍ଡପିଛା 1,341 ଘନ ମିଟର ରହିବ ବୋଲି ଆଶା କରାଯାଉଥିବା ବେଳେ 1951ରେ ଏହା 5,1777 ଥିଲା ।

ନଦୀ ସୁରକ୍ଷା ପାଇଁ ମୋଦି ସରକାରଙ୍କ ପଦକ୍ଷେପ-

ଜଳ ଶକ୍ତି ମନ୍ତ୍ରଣାଳୟ ଦ୍ବାରା ମେ 2019 ରେ ଜଳ ସମସ୍ୟାର ମୁକାବିଲା ପାଇଁ ଏକ ବ୍ୟବସ୍ଥା କରାଗଲା । ମନ୍ତ୍ରଣାଳୟର ଦୁଇଟି ବିଭାଗ ଯଥା ଜଳ ସମ୍ପଦ ବିଭାଗ, ନଦୀ ବିକାଶ ଏବଂ ଗଙ୍ଗା ନବୀକରଣ (DoWR, RD&GR) ବିଭାଗ ରହିଲା । ଏଥିରେ ପାନୀୟ ଜଳ ଏବଂ ପରିମଳ ବିଭାଗ ମଧ୍ୟ ଅନ୍ତର୍ଭୁକ୍ତ । ଭାରତ ସରକାର 256 ଟି ଜିଲ୍ଲାରେ ‘ଜଲ୍ ଶକ୍ତି ଅଭିଯାନ’ (JSA) ଆରମ୍ଭ କରିଥିଲେ।

ଜାତୀୟ ନଦୀ ସଂରକ୍ଷଣ ଯୋଜନା (NRCP) ଅଧୀନରେ, ବର୍ତ୍ତମାନ ସୁଦ୍ଧା 77 ଟି ସହରର 34 ଟି ପ୍ରଦୂଷିତ ନଦୀକୁ ସଂଯୋଗ କରାଯାଇଛି । ବିଭିନ୍ନ ପ୍ରଦୂଷଣ ନିବାରଣ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାରଙ୍କୁ 63 କୋଟି ପ୍ରଦାନ କରାଯାଇଛି।

ନମାମୀ ଗଙ୍ଗେ କାର୍ଯ୍ୟକ୍ରମରେ ଜଳ ନିଷ୍କାସନ, ଔଦ୍ୟୋଗିକ ଜଳ ନିଷ୍କାସନ, କଠିନ ବର୍ଜ୍ୟବସ୍ତୁ ପରିଚାଳନା, ନଦୀ ସମ୍ମୁଖ ପରିଚାଳନା, ଆଭିରାଲ୍ ଧରା, ଗ୍ରାମୀଣ ପରିମଳ, ବୃକ୍ଷରୋପଣ, ଜୈବ ବିବିଧତା ସଂରକ୍ଷଣ ଭଳି ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ । ନମାମୀ ଗଙ୍ଗେ କାର୍ଯ୍ୟକ୍ରମ ଅଧୀନରେ ଡିସେମ୍ବର 2019 ସୁଦ୍ଧା ମୋଟ 280 ଟି ପ୍ରକଳ୍ପର ଆନୁମାନିକ ମୂଲ୍ୟରେ 28,909.59 କୋଟି ଟଙ୍କା ମଞ୍ଜୁର କରାଯାଇଛି । ସେଥିମଧ୍ୟରୁ 114 ଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇ କାର୍ଯ୍ୟକ୍ଷମ ହୋଇଛି। 2018-19 ଆର୍ଥିକ ବର୍ଷ ପାଇଁ ନମାମୀ ଗଙ୍ଗେ କାର୍ଯ୍ୟକ୍ରମ ପାଇଁ ଅନ୍ତିମ ଆବଣ୍ଟନ ଥିଲା 2,370.00 କୋଟି । ଏହା ବିରୋଧରେ ଭାରତ ସରକାର NMCG କୁ 2,307.50 କୋଟି ଟଙ୍କା ପ୍ରଦାନ କରିଛନ୍ତି ।

କୋଭିଡ-19 ଭାରତୀୟ ନଦୀର ସ୍ଥିତି-

କୋଭିଡ-19 ଭାରତର ଅନେକ ନଦୀ ପାଇଁ ଏକ ଭେଣ୍ଟିଲେଟର ସଦୃଶ୍ୟ । ଏହି ଗବେଷଣାରେ ଗଙ୍ଗା, କାବେରୀ, ସତଲେଜ୍ ଏବଂ ଯମୁନା ସମେତ ଭାରତର ନଦୀ ଗୁଡିକର ଗୁଣବତ୍ତାରେ ଉନ୍ନତି ଦେଖାଯାଇଛି । ଏହାର ମୂଳ କାରଣ ହେଉଛି ଲକଡାଉନ୍ । ଲକଡାଉନ୍ କାରଣରୁ ନଦୀଗୁଡିକରେ ପ୍ରବେଶ କରୁଥିବା ଶିଳ୍ପ ବର୍ଜ୍ୟବସ୍ତୁ କମିଗଲା ।

ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ହରିଦ୍ବାର ଘାଟରେ ଜଳର ଗୁଣବତ୍ତା ଉଲ୍ଲେଖନୀୟ ଭାବରେ ଉନ୍ନତ ହୋଇଛି । ପାଣିରେ ପବିତ୍ର ସ୍ନାନ କରୁଥିବା କିମ୍ବା ଏଥିରେ ଫୁଲ ଏବଂ ଅନ୍ୟାନ୍ୟ ବର୍ଜ୍ୟବସ୍ତୁ ପକାଇବା ବନ୍ଦ ହୋଇଯାଇଥିଲା। ଏହାଦ୍ବାରା ଜଳ ଜୀବନ ଗତିଶୀଳ ହେବା ସହିତ ଜଳ ପରିଷ୍କାର ଦେଖାଯାଉଛି । ଗଙ୍ଗା ନଦୀର ଜଳ ଦଶନ୍ଧି ପରେ ପାନୀୟଜଳ ପାଇଁ ଉଦ୍ଦିଷ୍ଟ ହୋଇପାରିଛି । ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ରୁର୍କୀ ଦ୍ବାରା କରାଯାଇଥିବା ଅନୁସନ୍ଧାନରୁ ଜଣାପଡିଛି।

ଦିଲ୍ଲୀର ଅଧିକାଂଶ ଅଞ୍ଚଳରେ ଯମୁନା ନଦୀ ମଧ୍ୟ ବର୍ଷ ବର୍ଷ ପରେ ସ୍ବଚ୍ଛ, ନୀଳ ଏବଂ ନିର୍ମଳ ଦେଖାଯାଉଛି । ଡିଟରଜେଣ୍ଟ, ଶିଳ୍ପ ଏବଂ ଜଳ ନିଷ୍କାସନରୁ ରାସାୟନିକ ପଦାର୍ଥର ମିଶ୍ରଣ ହେତୁ ଘଟିଥିବା ବିଷାକ୍ତ ଫୋମ୍ ଅଦୃଶ୍ୟ ହୋଇଯାଇଛି।

ଭାରତର ପ୍ରସିଦ୍ଧ ନଦୀ ସଂରକ୍ଷଣକାରୀ-

ରାଜେନ୍ଦ୍ର ସିଂ ମୁଖ୍ୟତଃ ୱାଟରମ୍ୟାନ୍ ଅଫ୍ ଇଣ୍ଡିଆ ଭାବରେ ଜଣାଶୁଣା । ଆୟୁର୍ବେଦିକ ଡାକ୍ତର ରାଜେନ୍ଦ୍ର ସିଂ 1984 ରେ ଏକ ସୁରକ୍ଷିତ ସରକାରୀ ଚାକିରି ଛାଡି ଜଳ ସଂରକ୍ଷଣରେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ସେ ତରୁଣ ଭାରତ ସଂଗଠନ ଆରମ୍ଭ କରିଥିଲେ । ଏଥିରେ ସ୍ବେଚ୍ଛାସେବୀ ଏବଂ ସହଯୋଗୀମାନଙ୍କ ସହାୟତାରେ 8,600 ରୁ ଅଧିକ ଜଳ ଭଣ୍ଡାର ଟାଙ୍କି ଏବଂ ଅନ୍ୟାନ୍ୟ ଜଳ ସଂରକ୍ଷଣ ଗଠନ କରିଥିଲେ । ଏହା 1000 ରୁ ଅଧିକ ଗାଁରେ ଜଳ ଉତ୍ସକୁ ଫେରାଇ ଆଣିଛି । ରାଜସ୍ଥାନ, ମହାରାଷ୍ଟ୍ର ଏବଂ କର୍ଣ୍ଣାଟକର 12 ଟି ନଦୀକୁ ପୁନର୍ଜୀବିତ କରିଛି। ରାଜେନ୍ଦ୍ର ତାଙ୍କ ସହଯୋଗୀ ପ୍ରଫେସର ଜିଡି ଅଗ୍ରୱାଲଙ୍କ ସହ ଯମୁନା ଏବଂ ଗଙ୍ଗା ପରି ନଦୀ ପ୍ରତି ଧ୍ୟାନ ଦେଇଥିଲେ।

ନର୍ମଦା ବାଚାଓ ଆନ୍ଦୋଳନ (NBA) ପାଇଁ ମେଧା ପାଟକର ଜଣେ କେନ୍ଦ୍ରୀୟ ସଂଗଠକ ତଥା ରଣନୀତିଜ୍ଞ ଭାବରେ କାର୍ଯ୍ୟ କରିଛନ୍ତି। ବିଶ୍ବ ବ୍ୟାଙ୍କ ଆର୍ଥିକ ଅନୁଦାନ ପ୍ରାପ୍ତ ସର୍ଦ୍ଦାର ସରୋବର ଡ୍ୟାମ ହେଉଛି ନର୍ମଦା ଉପତ୍ୟକା ବିକାଶ ପ୍ରକଳ୍ପର ପ୍ରମୁଖ ଭାଗ । 1991ରେ 22 ଦିନିଆ ଆମରଣ ଅନଶନରେ ବସିଥିଲେ ମେଧା ପାଟକର । 1993 ଓ 1994ରେ ମଧ୍ୟ ସେ ନଦୀ ସୁରକ୍ଷା ପାଇଁ ଧାରଣାରେ ବସିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.