ETV Bharat / bharat

ବିଶ୍ବ ମଶା ଦିବସ: ମଶା ନୁହେଁ ରୋଗର ବିନାଶ କର - WHO

ବିଶ୍ବରେ ଡେଙ୍ଗୁ ଓ ମାଲେରିଆ ଭଳି ମାରାତ୍ମକ ରୋଗ ଧିରେ ଧିରେ କାୟା ବିସ୍ତାର କରିବାରେ ଲାଗିିଛି ଏବଂ ଏହାର କାରଣ ମଶା । ଅସ୍ବାସ୍ଥ୍ୟକର ପରିବେଶ ଏହାର ଏକ ମୁଖ୍ୟ କାରଣ । ମଶାର ବଂଶବୃଦ୍ଧିକୁ ରୋକିବା ପାଇଁ ଅନେକ ପ୍ରୟାସ କରିଥିଲେ ସୁଦ୍ଧା ମଶାଙ୍କ ଦ୍ୱାର ବ୍ୟାପୁଥିବା ରୋଗକୁ ବର୍ତ୍ତମାନ ପର୍ଯ୍ୟନ୍ତ ନିୟନ୍ତ୍ରଣ କରାଯାଇ ପାରିନାହିଁ। ତେଣୁ ବିଶ୍ବ ମଶା ଦିବସରେ ବିଶ୍ବକୁ ‘Zero Malaria’ କରିବାକୁ ପ୍ରୟାସ ଆରମ୍ଭ କରିବା ପାଇଁ ଶପଥ ନିଆଯାଇଛି।

ଫଟୋ ସୌଜନ୍ୟ: ଇଟିଭି ଭାରତ
author img

By

Published : Aug 20, 2019, 10:14 AM IST

ହାଇଦ୍ରାବାଦ: ସାଧାରଣତଃ ମାଲେରିଆ ଓ ଡେଙ୍ଗୁ ଭଳି ରୋଗ ବ୍ୟାପିବାର ମୁଖ୍ୟ କାରଣ ମାଇ ମଶା । ଏଥିପାଇଁ ସଚେତନତା ବାର୍ତ୍ତା ସୃଷ୍ଟି କରିବା ପାଇଁ ପ୍ରଥମେ 1897 ମସିହା ଅଗଷ୍ଟ 20ରେ ସାର୍ ରୋନାଲ୍ଡ ରସଙ୍କ ଦ୍ବାରା ବିଶ୍ବ ମଶା ଦିବସ ପାଳନ କରିବା ଆରମ୍ଭ କରାଯାଇ ଥିଲା । ଏନୋଫିଲିସ୍ ମଶା ମାଲେରିଆ ପାରାସାଇଟ୍ ପରିବହନ କରିଥାଏ । ପ୍ରାଣହାନି ରୋଗ ବ୍ୟାପିବାର କାରଣ ଏହି ମଶା । ମାଲେରିଆ ପ୍ରତି ସଚେତନତା ସୃଷ୍ଟି କରିବା ହିଁ ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ । ତେବେ ଚଳିତ ବର୍ଷ ବିଶ୍ବ ମଶା ଦିବସର ଥିମ ରହିଛି ‘Zero Malaria Starts With Me’। ବିଶ୍ବ ସ୍ବାସ୍ଥ୍ଯ ସଙ୍ଗଠନ (WHO)ର ମୁଖ୍ୟ ସ୍ଲୋଗାନ ଅନୁସାରେ, ବିଶ୍ବର ମିଳିତ ଉର୍ଜା ଓ ଗ୍ଲୋବାଲ ମାଲେରିଆ କମ୍ୟୁନିଟି ଏକାଠି ହୋଇ ମାଲେରିଆ ମୁକ୍ତ ବିଶ୍ବ କରିବା ପାଇଁ ଶପଥ ନେବା ।

ମଶା ବା Mosquito ଶବ୍ଦର ଅର୍ଥ ସ୍ପାନିଶ ଭାଷାରେ ‘Little fly’ । ମଶା ମଧ୍ୟ ଅନ୍ୟ କୀଟପତଙ୍ଗ ପରି ଗଛରୁ ରସ ଶୋସିଥାଏ । ମାତ୍ର ସମସ୍ତଙ୍କର ଏକ ଭୁଲ ଧାରଣା ଥାଏ ମଶା ମନୁଷ୍ୟ ରକ୍ତ ଶୋସି ବଞ୍ଚିରହିଥାଏ କିନ୍ତୁ କେବଳ ମାଇ ମଶା ହିଁ ମନୁଷ୍ୟ ରକ୍ତ ଶୋସିଥାଏ । ବଂଶବୃଦ୍ଧି ଓ ଅଣ୍ଡାକୁ ବଡ କରିବା ପାଇଁ ମାଇ ମଶା ରକ୍ତର ସହାୟତା ନେଇଥାଏ । ଅନ୍ୟପକ୍ଷେ ମଶା ମନୁଷ୍ୟ ଶରୀର ପାଇଁ କ୍ଷତିକାରକ କାରଣ ସେମାନେ ରୋଗ ବାହନକାରୀ ମାଧ୍ୟମ । କିନ୍ତୁ ଏଇଟା ମଧ୍ୟ ଭୁଲିଯିବା ଉଚିତ ନୁହେଁ କି ମଶା ଖାଦ୍ୟ ଶୃଙ୍ଖଳର ଏକ ମୁଖ୍ୟ ଉତ୍ସ ।

ମଶା ରୋଗସୃଷ୍ଟିକାରୀ ଭାଇରସ ବହନ କରୁଥିବାରୁ ବଂଶବୃଦ୍ଧି ରୋକିବା ନିହାତି ଜରୁରୀ । ମୁଖ୍ୟତଃ ସ୍ବଚ୍ଛ ପରିବେଶ ମଶାଙ୍କ ବଂଶବୃଦ୍ଧି ରୋକିଥାଏ । ମଶା ସାଧାରଣତଃ ଅନ୍ୟ ଜୀବଙ୍କଠାରୁ ରୋଗସୃଷ୍ଟିକାରୀ ପାଥୋଜେନ ବହନ କରେ । ମଶାର ଶୁଣ୍ଢରେ ହିଁ ପାଥୋଜେନ ଥାଆନ୍ତି ଓ ତାହା ଶରୀର ସମ୍ପର୍କରେ ଆସିଲେ ରୋଗ ସଞ୍ଚାରଣ କରନ୍ତି ।

ମଶା ଦ୍ବାରା ବ୍ୟାପୁଥିବା ବିଭିନ୍ନ ରୋଗ:-

ମାଲେରିଆ:- ଏନୋଫିଲିଜ ମଶା ଦ୍ବାର ଏହି ରୋଗ ବ୍ୟାପିଥାଏ ।

ଡେଙ୍ଗୁ:- ଏସିଆନ ଟାଇଗର ମଶା ରୋଗ ବହନ କରିଥାଏ । ଏହି ଭାଇରସ ବେଳେ ଜୀବନନାଶକ ମଧ୍ୟ ସାଜିପାରେ । ଅତ୍ୟଧିକ ବ୍ଲିଡିଙ୍ଗ ହୁଏ ଓ ଶରୀରର ଉତ୍ତାପ ବଢିବାକୁ ଲାଗେ ।

ଜଣ୍ଡିସ:- ଏଡିସ୍ ଏଜିପ୍ଟ ମଶା ଦ୍ବାରା ଭୂତାଣୁ ପରିବହନ କରିଥାଏ । ମାଲେରିଆ ଭଳି ଲକ୍ଷଣ ପରିଲିକ୍ଷିତ ହୁଏ । ବାନ୍ତି ହେବା , ମୁଣ୍ଡ ବୁଲାଇବା ଏହାର ଲକ୍ଷଣ ।

ଜିକା ଭାଇରସ:- ଏଡିସ୍ ମଶା ଏହି ରୋଗର କାରଣ । ଦିନ ସମୟରେ ଏହି ମଶା କାମୁଡି ଥାଏ । ଆଣ୍ଠୁଗଣ୍ଠି ବିନ୍ଧା, ଆଖି ନାଲି ପଡିବା ଏହାର ଲକ୍ଷଣ ।

ଚିକେନଗୁନିଆ:- ଏଡିସ୍ ଏଜିପ୍ଟ ଓ ଏଡିସ୍ ଆଲବୋପିକ୍ଟସ୍ ରୋଗ ବହନକାରୀ । ମୁଣ୍ଡ ବିନ୍ଧା, ଜର, ବାନ୍ତି, ଦେହ ଦରଜ ଏହାର ଲକ୍ଷଣ ।

ଏହାର ନିରାକରଣ

ଘରେ ଅଳିଆ ନପକାଇବା ଡଷ୍ଟବିନରେ ବ୍ୟବହାର କରିବା ଉଚିତ୍ । ମଶା ମରା ଔଷଧ ଖାସ କରି ପ୍ରାକୃତିକ ଔଷଧ ବ୍ୟବହାର କରିବା ଜରୁରୀ । ହାଲକା ରଙ୍ଗର କପଡା ପିନ୍ଧିବା ଜରୁରୀ । ସତର୍କତା ଅବଲମ୍ବନ କରିବା ସହ ଡାକ୍ତରଙ୍କ ସହ ପରାମର୍ଶ ଆବଶ୍ୟକ ।

ବିଶ୍ବ ମଶା ଦିବସର ମୁଖ୍ୟ ଉଦ୍ଦେଶ୍ୟ ହେଲା ପ୍ରତ୍ୟେକଙ୍କୁ ସଚେତନ କରାଇବା ଓ ଅଧିକରୁ ଅଧିକ ଜୀବନ ବଞ୍ଚାଇବା । ମଶାଙ୍କୁ ସମ୍ପୁର୍ଣ୍ଣ ବିନାଶ କରିବା ଦ୍ବାରା ଇକୋସିଷ୍ଟମରେ ଏହା ପ୍ରଭାବ ପକାଇବ ତେଣୁ ମଶା ନିୟନ୍ତ୍ରଣ ଜରୁରୀ । ମଶା ନୁହେଁ ବରଂ ମଶା ଦ୍ବାରା ବ୍ୟାପୁଥିବା ରୋଗର ବିନାଶ କରିବା ଆବଶ୍ୟକ । ଏବେ ମଧ୍ୟ ବିଶ୍ବରେ ପ୍ରତି 2ମିନିଟରେ ଜଣେ ଶିଶୁ ମଶା ଜନିତ ରୋଗରେ ପୀଡିତ ହୋଇ ପ୍ରାଣ ହରାନ୍ତି।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.