ETV Bharat / bharat

ବିଶ୍ବରେ କୋରୋନା ସଂକ୍ରମଣ 7.2 ମିଲିୟନ, ସୂଚନା ଦେଲା WHO

ବିଶ୍ବ ସ୍ତରରେ କୋରୋନାଭାଇରସ୍ ସଂକ୍ରମଣ ମାମଲା 7,273,958ରେ ପହଁଞ୍ଚିଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆକଳନ କରିଛି। ଏହାସହ 413,000 ରୁ ଅଧିକ ଲୋକ ଏଥିରେ ପ୍ରାଣ ହରାଇ ସାରିଲେଣି।

author img

By

Published : Jun 12, 2020, 9:18 AM IST

ବିଶ୍ବରେ କୋରୋନା ସଂକ୍ରମଣ 7.2 ମିଲିୟନରେ ପହଁଞ୍ଚିଲାଣି, WHO ଦେଲା ସୂଚନା

ନୂଆଦିଲ୍ଲୀ: ହୁ ହୁ ବଢି ଚାଲିଛି କୋରୋନା ଭାଇରସ। ବିଶ୍ବରେ ଗତ କିଛିଦିନ ମଧ୍ୟରେ ଏହାର ବିସ୍ତାର ପୂର୍ବ ଅପେକ୍ଷା ଯଥେଷ୍ଟ ବଢିଯାଇଛି। ତେବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ବିଶ୍ବ ସ୍ତରରେ କୋରୋନା ଭାଇରସ୍ ସଂକ୍ରମଣ ମାମଲା 7,273,958ରେ ପହଁଞ୍ଚିଛି ବୋଲି ଆକଳନ କରିଛି । ଏବଂ 413,000 ରୁ ଅଧିକ ଲୋକ ଏହି ରୋଗରେ ପ୍ରାଣ ହରାଇଛନ୍ତି ବୋଲି ସୂଚନା ଦେଇଛି।

ମିଳିତ ଜାତିସଂଘର ସ୍ୱାସ୍ଥ୍ୟ ଏଜେନ୍ସି ଗୁରୁବାର ବିଳମ୍ବିତ ରାତିରେ ପ୍ରକାଶିତ ପରିସ୍ଥିତି ରିପୋର୍ଟରେ କହିଛି ଯେ ଗତ କିଛି ଦିନରେ 128,419 ଟି ନୂଆ ମାମଲା ରେକର୍ଡ ହୋଇଥିବାବେଳେ ଆହୁରି 5,347 ରୋଗୀଙ୍କ ମୃତ୍ୟୁ ଘଟିଛି।

ଏପଟେ ଭାରତରେ ଗୁରୁବାର ଦିନ କୋଭିଡ୍ 19 ମାମଲା 2.9 ଲକ୍ଷରେ ପହଁଞ୍ଚିଛି। ଗୋଟିଏ ଦିନରେ ପ୍ରାୟ 10,000 ନୂଆ ମାମଲା ବୃଦ୍ଧି ପାଇଛି ଯାହା ଏହି ମାସରେ ଚିହ୍ନଟ ହୋଇଥିବା ସଂକ୍ରମଣର ଗଣନାକୁ ପ୍ରାୟ ଏକ ଲକ୍ଷକୁ ନେଇଛି। ଏପଟେ ସରକାର କହିଛନ୍ତି ଯେ, ଲକଡାଉନ ଏବଂ କଣ୍ଟେନମେଣ୍ଟ ବ୍ୟବସ୍ଥା କରାଯାଇଥିବାରୁ ଏହା ଗୋଷ୍ଠୀ ସଂକ୍ରମଣ ପର୍ଯ୍ୟାୟରେ ପ୍ରବେଶ କରି ନାହିଁ।

ସେହିପରି ଆମେରିକାରେ 3.48 ମିଲିୟନରୁ ଅଧିକ ମାମଲା ସହିତ ସଂକ୍ରମଣ ଟାଲିକୁ ଆଗକୁ ନେଇଆସିଛି, ତା’ପରେ ୟୁରୋପରେ 2.33 ନିୟୁତ ସଂକ୍ରମଣ ମାମଲା ରହିଛି । ମାର୍ଚ୍ଚ 11 ରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ କୋଭିଡ୍ 19କୁ ମହାମାରୀ ଘୋଷଣା କରିଥିଲା।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.