ETV Bharat / bharat

ବିଶ୍ବରେ ରହିଛି 10,3,57,662 କୋରୋନା ମାମଲା: WHO

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ବିଶ୍ବ ସ୍ତରରେ ମୋଟ କୋରୋନା ମାମଲା 10 କୋଟି 3 ଲକ୍ଷ 57 ହଜାର 662 ରହିଛି ବୋଲି ଆକଳନ କରିଛି । ଏଥିସହ ବର୍ତ୍ତମାନ ସୁଦ୍ଧା ବିଶ୍ବରେ 5 ଲକ୍ଷ 08 ହଜାର 055 ଜଣଙ୍କର କୋରୋନା ମୃତ୍ୟୁ ଘଟିଛି।

author img

By

Published : Jul 2, 2020, 10:47 AM IST

_who
ବିଶ୍ବରେ ରହିଛି 10357662 କୋରୋନା ମାମଲା

ଜେନେଭା: ସମଗ୍ର ବିଶ୍ବରେ କୋରୋନା ମାମଲା ଥମିବାର ନାଁ ନେଉନାହିଁ । ଏହା ମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ବିଶ୍ବ ସ୍ତରରେ ମୋଟ କୋରୋନା ମାମଲା 10 କୋଟି 3 ଲକ୍ଷ 57 ହଜାର 662 ରହିଛି ବୋଲି ଆକଳନ କରିଛି । ଏଥିସହ ବର୍ତ୍ତମାନ ସୁଦ୍ଧା ବିଶ୍ବରେ 5 ଲକ୍ଷ 08 ହଜାର 055 ଜଣଙ୍କର କୋରୋନା ମୃତ୍ୟୁ ଘଟିଛି।

ୟୁଏନ ସ୍ୱାସ୍ଥ୍ୟ ଏଜେନ୍ସି ବୁଧବାର ବିଳମ୍ବିତ ରାତିରେ କହିଛି ଯେ, ଗତ 24 ଘଣ୍ଟାରେ ବିଶ୍ବରେ 1 ଲକ୍ଷ 63 ହଜାର 939 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 4188 ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ସମଗ୍ର ବିଶ୍ବର କୋରୋନା ମାମଲା ମଧ୍ୟରେ କେବଳ ଆମେରିକାରେ 5.2 ମିଲିୟନ ଆକ୍ରାନ୍ତ ରହିଛି । ସେହିପରି ୟୁରୋପରେ ବର୍ତ୍ତମାନ 2.7 ମିଲିୟନରୁ ଅଧିକ ମାମଲା ରହିଛି।

ଜନ୍ ହପକିନ୍ସ କୋରୋନା ଟ୍ରାକର ଅନୁଯାୟୀ, ସମଗ୍ର ବିଶ୍ବରେ କୋରୋନା ମାମଲା ଦୃଷ୍ଟିରୁ ଆମେରିକା(2686249) ପ୍ରଥମ ସ୍ଥାନରେ ରହିଥିବା ବେଳେ ଦ୍ବିତୀୟରେ ରହିଛି ବ୍ରାଜିଲ(1448753) । ସେହିପରି ତୃତୀୟରେ ଋଷିଆ(653479) ଥିବାବେଳେ ଚତୁର୍ଥରେ ରହିଛି ଭାରତ(604641) ।

ପ୍ରକାଶ ଥାଉକି, ଗତ ମାର୍ଚ୍ଚ 11ରେ ଡବ୍ଲୁଏଚଓ କୋରୋନାକୁ ମହାମାରୀ ଘୋଷଣା କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.