ETV Bharat / bharat

ବିଶ୍ବ ଐତିହ୍ୟସ୍ଥଳୀ ହାମ୍ପି, ପ୍ରଭୁ ଗଣେଶଙ୍କ ପ୍ରତିମୂର୍ତ୍ତିକୁ ନେଇ ରହିଛି କିମ୍ବଦନ୍ତୀ

author img

By

Published : Aug 24, 2020, 7:11 AM IST

କର୍ଣ୍ଣାଟକର ହାମ୍ପିରେ ଥିବା ଐତିହାସିକ ସ୍ଥଳୀ ୟୁନେସ୍କୋର ବିଶ୍ବ ଐତିହ୍ୟ ସ୍ଥଳୀରେ ସ୍ଥାନ ପାଇଛି । ବର୍ତ୍ତମାନ ଏହା ହିନ୍ଦୁ ମାନଙ୍କ ପାଇଁ ଏକ ଧାର୍ମିକ ସ୍ଥଳ ପାଲଟିଛି । ୧୪୦୦ ଶତାବ୍ଦୀରେ ହିନ୍ଦୁ ରାଜ୍ୟ ବିଜୟନଗରର ରାଜଧାନୀ ଥିଲା ହାମ୍ପି । ଏଠାରେ ଅନେକ ଆକର୍ଷଣୀୟ ପ୍ରତିମୂର୍ତ୍ତି ଗୁଡିକ ମଧ୍ୟ ରହିଥିଲା । ସେଠାରେ ଥିବା ବିରୁପାକ୍ଷ ମନ୍ଦିର ହେଉଛି ସବୁଠାରୁ ପୁରୁଣା ମନ୍ଦିର । ଏହି ମନ୍ଦିର ତୀର୍ଥଯାତ୍ରୀ ଏବଂ ପର୍ଯ୍ୟଟକଙ୍କ ପାଇଁ ଏକ ପ୍ରମୁଖ ଗନ୍ତବ୍ୟସ୍ଥଳ ଏବଂ ଏହା ଏକ ସକ୍ରିୟ ହିନ୍ଦୁ ପୂଜାସ୍ଥଳୀ । ଅଧିକ ପଢନ୍ତୁ...

ବିଶ୍ବ ଐତିହ୍ୟ ସ୍ଥଳୀ ହାମ୍ପି, ପ୍ରଭୁ ଗଣେଶଙ୍କ ପ୍ରତିମୂର୍ତ୍ତିକୁ ନେଇ ରହିଛି କିମ୍ବଦନ୍ତୀ

ହସପେଟ(କର୍ଣ୍ଣାଟକ): କର୍ଣ୍ଣାଟକର ହାମ୍ପିରେ ଥିବା ଐତିହାସିକ ସ୍ଥଳୀ ୟୁନେସ୍କୋର ବିଶ୍ବ ଐତିହ୍ୟ ସ୍ଥଳୀରେ ସ୍ଥାନ ପାଇଛି । ବର୍ତ୍ତମାନ ଏହା ହିନ୍ଦୁ ମାନଙ୍କ ପାଇଁ ଏକ ଧାର୍ମିକ ସ୍ଥଳ ପାଲଟିଛି । ୧୪୦୦ ଶତାବ୍ଦୀରେ ହିନ୍ଦୁ ରାଜ୍ୟ ବିଜୟନଗରର ରାଜଧାନୀ ଥିଲା ହାମ୍ପି । ଏଠାରେ ଅନେକ ଆକର୍ଷଣୀୟ ପ୍ରତିମୂର୍ତ୍ତି ଗୁଡିକ ମଧ୍ୟ ରହିଥିଲା । ସେଠାରେ ଥିବା ବିରୁପାକ୍ଷ ମନ୍ଦିର ହେଉଛି ସବୁଠାରୁ ପୁରୁଣା ମନ୍ଦିର । ଏହି ମନ୍ଦିର ତୀର୍ଥଯାତ୍ରୀ ଏବଂ ପର୍ଯ୍ୟଟକଙ୍କ ପାଇଁ ଏକ ପ୍ରମୁଖ ଗନ୍ତବ୍ୟସ୍ଥଳ ଏବଂ ଏହା ଏକ ସକ୍ରିୟ ହିନ୍ଦୁ ପୂଜାସ୍ଥଳୀ । ସେଠାରେ ଥିବା ଭଗବାନ ଗଣେଶଙ୍କ 2ଟି ପ୍ରତିମୂର୍ତ୍ତି ଲୋକମାନଙ୍କୁ ଅଧିକ ଆକର୍ଷିତ କରିଥାଏ ।

ହାମ୍ପି ପରିସରରେ ମିଳିଥିବା ପ୍ରଭୁ ଗଣେଶ ମୂର୍ତ୍ତି ତନ୍ମଧ୍ୟରୁ ଗୋଟିଏ । ଆଉ ଏହି ଗଣେଶଙ୍କୁ ସାସିଭେ କାଲୁ ଗଣପତି ବୋଲି କୁହାଯାଏ । କନ୍ନଡରେ ଯାହାର ଅର୍ଥ ହେଉଛି ସୋରିଷ ବିହନ ଗଣେଶ । ଭଗବାନ ଗଣେଶଙ୍କ ଏହି ପ୍ରତିମୂର୍ତ୍ତି ପ୍ରାୟ 8 ଫୁଟ ଉଚ୍ଚ ଏବଂ ଏହାକୁ ଏକ ଖୋଲା ମଣ୍ଡପରେ ରଖାଯାଇଛି । କୁହାଯାଏ ଯେ ଏହି ଦେବତାଙ୍କ ପେଟ ଏକ ସୋରିଷ ମଞ୍ଜିର ଆକାର ସଦୃଶ । ତେଣୁ ଏହାର ନାମ ସାସିଭେ କାଲୁ ଗଣପା । ଇତିହାସ ଅନୁଯାୟୀ, ଏହି ଗଣେଶ ମୂର୍ତ୍ତିକୁ ହାମ୍ପିରେ ଦେଖାଯାଇଥିବା ସୋରିଷକୁ ବିକ୍ରି କରାଯାଇଥିବା ଟଙ୍କାରେ ନିର୍ମାଣ କରାଯାଇଥିଲା ।

ହାମ୍ପିର ଇତିହାସ ଅନୁସାରେ, ଜଣେ ସୋରିଷ ବେପାରୀ ଯିଏ ହାମ୍ପିକୁ ଆସି ସୋରିଷ ମଞ୍ଜି ବିକ୍ରି କରିଥିଲେ । ଆଉ ସେଠାରୁ ମିଳିଥିବା ଲାଭ ଟଙ୍କାରେ ଭଗବାନ ଗଣେଶଙ୍କ ପ୍ରତିମୂର୍ତ୍ତି ସାସିଭେ କାଲୁ ଗଣପା ନାମରେ ନିର୍ମାଣ କରିଥିଲେ । ମୂର୍ତ୍ତିର ତଳ ବାମ ହାତ ଏବଂ ଶୁଣ୍ଢ ଭାଙ୍ଗି ଯାଇଛି । ଆଉ ଗଣେଶ ମୂର୍ତ୍ତର ପେଟକୁ ଏକ ସାପ ସହିତ ବନ୍ଧାଯାଇଛି । କିମ୍ବଦନ୍ତୀ ଅନୁଯାୟୀ ପ୍ରଭୁ ଗଣେଶ ଅତ୍ୟଧିକ ଖାଇଥିଲେ, ଯେପରି ତାଙ୍କ ପେଟ ଫାଟିନଯାଏ ସେ ଲାଗି ତାଙ୍କ ପେଟରେ ସାପ ବାନ୍ଧି ଦିଆଯାଇଥିଲା ।

ହାମ୍ପି ଉତ୍ତର କର୍ଣ୍ଣାଟକର ଏକ ଅଂଶରେ ଅବସ୍ଥିତ ଏକ ଚମତ୍କାର ପର୍ଯ୍ୟଟନ ସ୍ଥାନ ମଧ୍ୟରୁ ଗୋଟିଏ । ଏଠାରେ ବିଭିନ୍ନ ପ୍ରକାର ପ୍ରତିମୂର୍ତ୍ତି ରହିଛି । ସେଥିମଧ୍ୟରୁ ସାସିଭେ କାଲୁ ଗଣପା ଏବଂ କଦଲେକାଲୁ ଗଣପା ଅନ୍ୟମାନଙ୍କ ତୁଳନାରେ ବେଶ ପ୍ରସିଦ୍ଧ ।

ତେବେ ହାମ୍ପି ରାଜା ଏବଂ ସେମାନଙ୍କ ରାଜ୍ୟର ଇତିହାସ କିମ୍ବଦନ୍ତୀ ବର୍ଣ୍ଣନା କରିଥାଏ । କଦଲେ କାଲୁ ଗଣପା ମଧ୍ୟ ହାମ୍ପିରେ ଅବସ୍ଥିତ ଏକ ପ୍ରସିଦ୍ଧ ପ୍ରତିମା ମଧ୍ୟରୁ ଅନ୍ୟତମ ଏବଂ ସେ ମଧ୍ୟ ସାସିଭେ କାଲୁ ଗଣପାଙ୍କ ପରି । କଦଲେ କାଲୁ ଗଣପା ମଧ୍ୟ ଜଣେ ବିକ୍ରେତାଙ୍କ ଦ୍ବାରା ନିର୍ମିତ ହୋଇଥିଲା । ଯିଏ ବେଙ୍ଗାଲ ଗ୍ରାମକୁ ବିକ୍ରି କରିବାକୁ ହାମ୍ଫି ଆସିଥିଲେ । ଆଉ ଏଥିରୁ ମିଳିଥିବା ଲାଭରୁ ସେ କଦଲେ କାଲୁ ଗଣପା ନିର୍ମାଣ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.