ETV Bharat / bharat

ବୃକ୍ଷରୋପଣ ପାଇଁ ମୋଦିଙ୍କ ଆହ୍ବାନ, ଦେଖନ୍ତୁ ଭିଡିଓ - pm modi

ବିଶ୍ବ ପରିବେଶ ଦିବସ ଅବସରରେ ଆଜି ସାରା ଦେଶ ବୃକ୍ଷରୋପଣ କରୁଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ଦିବସକୁ ନେଇ ଗୋଟିଏ ଭିଡିଓ ମାଧ୍ୟମରେ ସାରା ଦେଶକୁ ପ୍ରୋତ୍ସାହିତ କରିବା ସହ ଦେଇଛନ୍ତି ସୁନ୍ଦର ବାର୍ତ୍ତା।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Jun 5, 2019, 12:11 PM IST

ନୂଆଦିଲ୍ଲୀ: ବିଶ୍ବ ପରିବେଶ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଜନତାଙ୍କୁ ଅଧିକରୁ ଅଧିକ ବୃକ୍ଷରୋପଣ କରି ଉତ୍ତମ ଭବିଷ୍ୟ ଗଢି ତୋଳିବାକୁ ଆହ୍ବାନ ଦେଇଛନ୍ତି । ଖାଲି ସେତିକି ନୁହେଁ ବରଂ ପୃଥିବୀ ଗ୍ରହକୁ ଅଧିକ ସ୍ବଚ୍ଛ ଓ ସବୁଜିମା କରିବାର ଉପାୟ ମଧ୍ୟ ଖୋଜିବାକୁ କହିଛନ୍ତି ।

ଭିଡିଓ ସୌଜନ୍ୟ: ସୋସିଆଲ ମିଡିଆ/ ଟ୍ବିଟର@@narendramodi
ପ୍ରଧାନମନ୍ତ୍ରୀ ଟ୍ବିଟର ଆକାଉଣ୍ଟରେ ଗୋଟିଏ ଭିଡିଓ ମାଧ୍ୟମରେ କହିଛନ୍ତି, ‘ଆମେ ଏମିତି ଏକ ପରିବେଶରେ ଜନ୍ମ ହୋଇଛେ ଯେଉଁଠି ପ୍ରକୃତିକୁ ଇଶ୍ବର କୁହାଯାଏ । ତେଣୁ ଆମେମାନେ ଏହି ଗ୍ରହକୁ ଅଧିକ ସ୍ବଚ୍ଛ ଓ ସବୁଜ କରିବାର ଉପାୟ ଭାବିବା ଜରୁରୀ । ଆଗକୁ ବର୍ଷା ଋତୁ ଆସୁଥିବାରୁ ଆପଣମାନେ ବହୁତ ପରିମାଣରେ ଗଛ ଲଗାଇ ଏହାର ଦେଖାରଖା କରିବା ବ୍ୟବସ୍ଥା ମଧ୍ୟ କରନ୍ତୁ । ଯଦ୍ବାରା ଆଗାମୀ ବର୍ଷମାନଙ୍କରେ ଏହା ଖୁବ ଭଲରେ ବଢୁ । ଆମେ ସମସ୍ତେ ନିଜକୁ ପରିବେଶ ସହ ଜଡିତ ରଖିବା ଆବଶ୍ୟକ ।’

ତେବେ ସେହି ଭିଡିଓର ଶୀର୍ଷକରେ ସେ ଲେଖିଛନ୍ତି, ଆମ ଗ୍ରହ ଓ ପରିବେଶ ଏମିତି କିଛି ଯାହାକୁ ଆମେ ଖୁବ ଭଲ ପାଉ । ଆଜି ବିଶ୍ବ ପରିବେଶ ଦିବସ ଅବସରରେ ଆମେ ଗୋଟିଏ ସ୍ବଚ୍ଛ ଓ ସବୁଜ ଗ୍ରହ ସୁନିଶ୍ଚିତ କରିବା ପାଇଁ ପୁଣି ସଂକଳ୍ପବଦ୍ଧ ହେବା ।

ପ୍ରକାଶ ଥାଉକି, ଗତକାଲି କେନ୍ଦ୍ର ସରକାର ବୃକ୍ଷରୋପଣକୁ ପ୍ରୋତ୍ସାହିତ କରିବା ପାଇଁ #selfiewithsapling(ବୃକ୍ଷ ସହ ସେଲଫି)ର ଟ୍ରେଣ୍ଡ ଆରମ୍ଭ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକର ବୃକ୍ଷରୋପଣ କରିବା ସହ ସେଲଫି ନେଇ #selfiewithsapling ଲେଖି ମାଇକ୍ରୋ ବ୍ଲଗିଂ ସାଇଟରେ ପୋଷ୍ଟ କରିବାକୁ କହିଛନ୍ତି ।

Intro:Body:

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.