ETV Bharat / bharat

ବିଶ୍ବ ମନାଉଛି ବିଡେନଙ୍କ ବିଜୟ

ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ କରି ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋଏ ବିଡେନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢନ୍ତୁ...

author img

By

Published : Nov 8, 2020, 2:27 AM IST

World celebrates Biden win
ବିଶ୍ବ ମନାଉଛି ବିଡେନଙ୍କ ବିଜୟ, ମୋଦିଙ୍କ ଶୁଭେଚ୍ଛା

ୱାସିଂଟନ: ବିଡେନ, ହ୍ବାଇଟ ହାଉସ ବାଜି ଜିତିବା ପରେ ବିଶ୍ବ ମନାଉଛି ବିଜୟ । ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତିଙ୍କୁ ବିଶ୍ବ ନେତାଙ୍କ ଶୁଭେଚ୍ଛାର ସୁଅ ଛୁଟିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ କରି ଜୋଏ ବିଡେନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏଥିସହ ଭାରତ-ଆମେରିକା ଦ୍ବିପାକ୍ଷିକ ସଂପର୍କକୁ ଆହୁରି ଶିଖରକୁ ନେବାକୁ ଉତ୍ସାହିତ ବୋଲି କହିଛନ୍ତି । ସେହିପରି ଭାରତୀୟ ଜାତୀୟ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବିଜେତା ବିଡେନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏଥିସହ ଭାରତ ଶାନ୍ତି ଓ ପ୍ରଗତିର ଭାଗିଦାରୀକୁ ଆଗକୁ ବଢାଇବ ବୋଲି କହିଛନ୍ତି ।

  • Congratulations @JoeBiden on your spectacular victory! As the VP, your contribution to strengthening Indo-US relations was critical and invaluable. I look forward to working closely together once again to take India-US relations to greater heights. pic.twitter.com/yAOCEcs9bN

    — Narendra Modi (@narendramodi) November 7, 2020 " class="align-text-top noRightClick twitterSection" data=" ">

ଉପ-ସଭାପତି ଭାବେ ନିର୍ବାଚିତ ହୋଇଥିବା କମଲା ହାରିସଙ୍କୁ ମଧ୍ୟ ବିଜୟର ଅଜସ୍ର ଶୁଭେଚ୍ଛା ଜଣାଇଛନ୍ତି ସୋନିଆ ।

World celebrates Biden win
କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି

"ବିଡେନ ଏବଂ ହାରିସଙ୍କ "ଜ୍ଞାନୀ ଏବଂ ପରିପକ୍ବ" ନେତୃତ୍ବରେ ଭାରତ ଏକ ଘନିଷ୍ଠ ଭାଗିଦାରୀକୁ ଅପେକ୍ଷା କରିଛି । ଯାହା ଆମ ଦେଶ ତଥା ବିଶ୍ବର ଶାନ୍ତି ଏବଂ ବିକାଶ ପାଇଁ ଲାଭଦାୟକ ହେବ ।" ଶନିବାର ବିଳମ୍ବିତ ରାତିରେ ଏକ ଘୋଷଣାନାମା ଜାରି କରି ଏହା କହିଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ।

ସେହିପରି ଉକ୍ରେନ ରାଷ୍ଟ୍ରପତି ଭୋଲଦିମେର ଜେଲେନସ୍କି, ଟ୍ରମ୍ପଙ୍କ ସ୍ଥାନରେ ରାଷ୍ଟ୍ରପତି ବିଜେତା ବିଡେନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଶନିବାର ଜେଲେନସ୍କି ଟ୍ବିଟରେ ଉଲ୍ଲେଖ କରିଛନ୍ତି ଯେ, "ଉକ୍ରେନ, ଆମେରିକା ସହ ସକରାତ୍ମକ ସାମରିକ ସହଭାଗିତା ନେଇ ଆଶାବାଦୀ ରହିଛି । ଉଭୟ ରାଷ୍ଟ୍ର ସର୍ବଦା ସୁରକ୍ଷା, ବାଣିଜ୍ୟ, ନିବେଶ, ଲୋକତନ୍ତ୍ର, ଓ ଭଷ୍ଟାଚାର ବିରୋଧୀ ଲଢେଇରେ ସହଯୋଗ କରିଆସିଛନ୍ତି । ଏହି ବନ୍ଧୁତ୍ବ ଆହୁରି ଅଧିକ ଘନିଷ୍ଠ ହୋଇଥାଏ ।

ଅନ୍ୟପଟେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା, ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବା ଜୋଏ ବିଡେନ ଓ ଉପ-ରାଷ୍ଟ୍ରପତି ଭାବେ ନିର୍ବାଚିତ କମଲା ହାରିସଙ୍କୁ ଅଜସ୍ର ଶୁଭେଚ୍ଛା ଜଣାଇଛନ୍ତି ।

ଓବାମା କହିଛନ୍ତି "ରାଷ୍ଟ୍ରପତି ନିର୍ବାଚିତ ଜୋ ବିଡେନ ଏବଂ ଉପରାଷ୍ଟ୍ରପତି ନିର୍ବାଚିତ କମଲା ହାରିସଙ୍କୁ ଅଭିନନ୍ଦନ ଜଣାଇବା ପାଇଁ ସେ ଗର୍ବିତ ହୋଇପାରିବେ ନାହିଁ ।

ଶନିବାର ଏକ ଘୋଷଣାନାମାରେ ଓବାମା କହିଛନ୍ତି ଯେ, "ରାଷ୍ଟ୍ରପତି ହେବା ପାଇଁ ବିଡେନ ଯାହା ପାଇଛନ୍ତି ଏବଂ ସେ ନିଜକୁ ସେପରି କରିସାରିଛନ୍ତି, କାରଣ ସେ ଯେଉଁ ସ୍ଥିତିରେ ହ୍ବାଇଟ ହାଉସରେ ପ୍ରବେଶ କରିବେ, ଯେଉଁଭଳି ଅସାଧାରଣ ଆହ୍ବାନ ରହିଛି, “ଆଗାମୀ ରାଷ୍ଟ୍ରପତିଙ୍କ ପାଇଁ ଏହା ସର୍ବାଧିକ ।"

ନିର୍ବାଚନରେ ଦେଶ ତିକ୍ତ ବିଭାଜନ ହୋଇ ରହିଥିବା ସ୍ବୀକାର କରି ଓବାମା କହିଛନ୍ତି, “ମୁଁ ଜାଣେ ଯେ ସେ ପ୍ରତ୍ୟେକ ଆମେରିକୀୟଙ୍କ ସ୍ବାର୍ଥ ପାଇଁ ସେ କାର୍ଯ୍ୟ କରିବେ, କାହାରି ଭୋଟ ତାଙ୍କୁ ମିଳିଥାଉ ଅବା ନଥାଉ ।

ସେ ଆହୁରି ମଧ୍ୟ କହିଛନ୍ତି: "ମୁଁ ପ୍ରତ୍ୟେକ ଆମେରିକୀୟଙ୍କୁ ତାଙ୍କୁ ଏକ ସୁଯୋଗ ଦେବା ପାଇଁ ଓ ସମର୍ଥନ ଦେବାପାଇଁ ଉତ୍ସାହିତ କରୁଛି ।"

ଓବାମା ରାଷ୍ଟ୍ରପତି ଥିବା ସମୟରେ ଉପ-ରାଷ୍ଟ୍ରପତି ଭାବେ ଦୁଇଥର କାର୍ଯ୍ୟ କରିଛନ୍ତି ବିଡେନ ।

ଏଥିସହ ଦୁଇ ପୂର୍ବତନ ଡେମୋକ୍ରାଟିକ ରାଷ୍ଟ୍ରପତି ମଧ୍ୟ ଜୋଏ ବିଡେନଙ୍କୁ ରାଷ୍ଟ୍ରପତି ଓ କମଲା ହାରିସଙ୍କୁ ଉପ-ରାଷ୍ଟ୍ରପତି ଭାବେ ବିଜୟୀ ହୋଇଥିବାରୁ ଶୁଭେଚ୍ଛା ଜଣାଇଛନ୍ତି ।

ବିଲ କ୍ଳିଣ୍ଟନ ଟ୍ବିଟରେ ଲେଖିଛନ୍ତି, "ଆମେରିକା କହିଛି, ଲୋକତନ୍ତ୍ରର ବିଜୟ ହୋଇଛି ।" 42ତମ ରାଷ୍ଟ୍ରପତି କ୍ଳିଣ୍ଟନ, ଏହା ଭବିଷ୍ୟବାଣୀ କରିଛନ୍ତି ଯେ ବିଡେନ ଓ ହାରିସ ସମସ୍ତଙ୍କ ସେବା କରିବେ ଓ ସମସ୍ତଙ୍କୁ ଗୋଟିଏ ବନ୍ଧନରେ ବାନ୍ଧିବେ ।

  • America has spoken and democracy has won. Now we have a President-Elect and Vice President-Elect who will serve all of us and bring us all together. Congratulations to Joe Biden and Kamala Harris on your momentous victory!

    — Bill Clinton (@BillClinton) November 7, 2020 " class="align-text-top noRightClick twitterSection" data=" ">

39ତମ ରାଷ୍ଟ୍ରପତି ଜିମି କାର୍ଟର ମଧ୍ୟ ଶୁଭେଚ୍ଛା ଜଣାଇବା ସହ, ଶନିବାର କହିଛନ୍ତି ପତ୍ନୀ ରୋସାଲିନଙ୍କ ସହ ନିଜେ ଡେମୋକ୍ରାଟସର ସକରାତ୍ମକ ଅଭିଯାନରେ ଗର୍ବିତ ଓ ଦେଶରେ ସକରାତ୍ମକ ବିକାଶକୁ ଦେଖିଥାଉ ।

ତେବେ କ୍ଳିଣ୍ଟନ କିମ୍ବା କାର୍ଟର ଶୁଭେଚ୍ଛା ବାର୍ତ୍ତାରେ କୌଣସି ସ୍ଥାନରେ ଡୋନାଲ୍ଡ ଟ୍ରମ୍ପଙ୍କ ନାମ ଉଲ୍ଲେଖ କରିନାହାନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.