ETV Bharat / bharat

କୋଭିଡ୍‌ ୧୯ ମୁକାବିଲା ଲାଗି ବିଶ୍ଵବ୍ୟାଙ୍କର ୧.୯ ବିଲିୟନ୍‌ ଡଲାର ଅନୁମୋଦନ - ବିଶ୍ବବ୍ୟାଙ୍କ

ବିଶ୍ଵବ୍ୟାଙ୍କ ପକ୍ଷରୁ ଯେଉଁ ପ୍ରକଳ୍ପଗୁଡିକ ପୂର୍ବରୁ ଜାରି ରହିଛି ସେଥିପାଇଁ ଅଧିକ ପାଣ୍ଠି ବ୍ୟବସ୍ଥା କରିବାକୁ ବ୍ୟାଙ୍କ ଚିନ୍ତା କରୁଥିବା ଜଣାପଡିଛି । ଏବେ ୧.୭ ବିଲିୟନ୍‌ ଡଲାର ସହାୟତାରେ ବିଭିନ୍ନ ଦେଶରେ ବିଶ୍ଵବ୍ୟାଙ୍କ ପ୍ରକଳ୍ପମାନ ନିର୍ମାଣ ଚାଲିଛି ।

କୋଭିଡ୍‌ ୧୯ ମୁକାବିଲା ଲାଗି ବିଶ୍ଵବ୍ୟାଙ୍କର ୧.୯ ବିଲିୟନ୍‌ ଡଲାର ଅନୁମୋଦନ

author img

By

Published : Apr 4, 2020, 7:07 PM IST

ୱାଶିଂଟନ୍‌(ୟୁଏସ୍‌ଏ): କୋରୋନା ବିରୋଧରେ ଜରୁରୀକାଳୀନ ଲଢେଇ ପାଇଁ ବିଶ୍ଵବ୍ୟାଙ୍କ ସହାୟତା ଘୋଷଣା କରିଛି । ପ୍ରଥମ ପର୍ଯ୍ୟାୟରେ ବିକାଶଶୀଳ ଦେଶଗୁଡିକରେ କୋରୋନା ମୁକାବିଲା ପଦକ୍ଷେପଗୁଡିକୁ ଆବଶ୍ୟକ ସହାୟତା କରିବା ଲାଗି ଏହି ପାଣ୍ଠି ପ୍ରଦାନ କରାଯିବ । ଏହିକ୍ରମରେ ଗୁରୁବାର ବିଶ୍ଵବ୍ୟାଙ୍କ ପକ୍ଷରୁ ୨୫ଟି ଦେଶ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରକଳ୍ପ ନିମନ୍ତେ ୧.୯ ବିଲିୟନ୍‌ ଆମେରିକୀୟ ଡଲାର ଅନୁମୋଦନ କରାଯାଇଛି । ଅନ୍ୟ ୪୦ଟି ଦେଶ ପାଇଁ ଆବଶ୍ୟକ ପାଣ୍ଠି ଅନୁମୋଦନ ନିମନ୍ତେ ପ୍ରକ୍ରିୟା ତ୍ଵରାନ୍ବିତ ହୋଇଥିବା ବିଶ୍ଵବ୍ୟାଙ୍କ୍‌ ପ୍ରକାଶ କରିଛି ।

ଏହି ସହାୟତା ସହ ବିଶ୍ଵବ୍ୟାଙ୍କ ପକ୍ଷରୁ ଯେଉଁ ପ୍ରକଳ୍ପଗୁଡିକ ପୂର୍ବରୁ ଜାରି ରହିଛି ସେଥିପାଇଁ ଅଧିକ ପାଣ୍ଠି ବ୍ୟବସ୍ଥା କରିବାକୁ ବ୍ୟାଙ୍କ ଚିନ୍ତା କରୁଥିବା ଜଣାପଡିଛି । ଏବେ ୧.୭ ବିଲିୟନ୍‌ ଡଲାର ସହାୟତାରେ ବିଭିନ୍ନ ଦେଶରେ ବିଶ୍ଵବ୍ୟାଙ୍କ ପ୍ରକଳ୍ପମାନ ନିର୍ମାଣ ଚାଲିଛି । ଏହାସହ କାର୍ଯ୍ୟକ୍ଷମ ପ୍ରକଳ୍ପ (ସିଇଆରସି)ଗୁଡିକର ପୁନର୍ଗଠନ ଏବଂ ଜରୁରୀକାଳୀନ ଭାଗକୁ ବ୍ୟୟ କରିବା ଲାଗି ମଧ୍ୟ ପ୍ରକ୍ରିୟା ଆରମ୍ଭ ହୋଇଛି । ବିଶ୍ଵର ପ୍ରାୟ ସବୁ ଅଞ୍ଚଳରେ ଏହିଭଳି ପ୍ରୟାସ କରୁଛି ବିଶ୍ଵବ୍ୟାଙ୍କ ।

ବିଶ୍ଵବ୍ୟାଙ୍କ ଗ୍ରୁପ୍‌ ଏହା କହିଛନ୍ତି ଯେ, କୋଭିଡ୍‌ ୧୯କୁ ମୁକାବିଲା କରିବା ପାଇଁ ଆସନ୍ତା ୧୫ ମାସ ଭିତରେ ସଂସ୍ଥା ପକ୍ଷରୁ ୧୬୦ ବିଲିୟନ ଆମେରିକୀୟ ଡଲାର ଯାଏଁ ଖର୍ଚ୍ଚ କରାଯିବ । ଏହାଦ୍ଵାରା ମହାମାରୀ ପରବର୍ତ୍ତୀ ସମୟରେ ଯେଉଁ ପ୍ରଭାବ ଅର୍ଥନୀତି ଉପରେ ପଡିବାକୁ ଯାଉଛି ଏବଂ ବର୍ତ୍ତମାନର ସ୍ଵାସ୍ଥ୍ୟ ବ୍ୟବସ୍ଥା ଉପରେ ଯେଉଁ ପ୍ରଭାବ ପଡିଛି ତାହାକୁ ମୁକାବିଲା କରିବାରେ ଦେଶଗୁଡିକ ସମର୍ଥ ହୋଇପାରିବେ । ବିଶେଷକରି ଅର୍ଥନୈତିକ ଅବସ୍ଥାକୁ ପୁଣିଥରେ ସ୍ଵାଭାବିକ ଅବସ୍ଥାକୁ ଆଣିବା ପାଇଁ ଏହି ପ୍ରୟାସ ହେବ ।

ଏହି ମହାମାରୀ ଯେଉଁସବୁ ପ୍ରଭାବ ପକାଇବ ତାହାକୁ ପୂର୍ବରୁ ଆକଳନ କରି ଖୁବ୍‌ କମ୍‌ ସମୟ ଭିତରେ ଜବାବ ଦେବା ଲାଗି ଏହି ସହାୟତା ଉଦ୍ଦିଷ୍ଟ ହେବ । ଏହିକ୍ରମରେ ବିଶ୍ଵବ୍ୟାଙ୍କ ବିକାଶ ପାଇଁ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପକୁ ଧ୍ୟାନ ଦେବା ସହ ଗରିବ ଓ ସମ୍ବେଦନଶୀଳ ବ୍ୟକ୍ତିର ସୁରକ୍ଷା ପାଇଁ ଧ୍ୟାନ ଦେବାକୁ ପ୍ରକଳ୍ପ ହାତକୁ ନେବାକୁ ଯାଉଛି ।

ବ୍ୟାଙ୍କ୍‌ କହିଛନ୍ତି ଯେ, ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଉଦ୍ଦେଶ୍ୟ ରହିବ କିପରି ଆମେ ଦାରିଦ୍ର୍ୟକୁ ମୁକାବିଲା କରିବା । ଏଥିପାଇଁ ଏକ ନୀତିସମ୍ପନ୍ନ ଆର୍ଥିକ ସହାୟତା ଏବଂ ଦରିଦ୍ର ପରିବାର ଓ ପରିବେଶର ସୁରକ୍ଷା ଲାଗି ଧ୍ୟାନ ଦିଆଯିବ । ବିଶ୍ଵବ୍ୟାଙ୍କ ଗ୍ରୁପ୍‌ ଅଧ୍ୟକ୍ଷ ଡେଭିଡ୍‌ ମାଲ୍‌ପାସ୍‌ କହିଛନ୍ତି ଯେ, ବିଶ୍ଵବ୍ୟାଙ୍କ୍‌ ଗ୍ରୁପ୍‌ କୋଭିଡ୍‌ ୧୯ର ପ୍ରଭାବକୁ ମୁକାବିଲା କରିବା ଲାଗି ଦ୍ରୁତ ଏବଂ ବିସ୍ତୃତ ପ୍ରକଳ୍ପ ହାତକୁ ନେଉଛି ।

ଏବେ ୬୫ଟି ଦେଶରେ ଏଥିପାଇଁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ସେ ସୂଚନା ଦେଇଛନ୍ତି । ଏହି ପ୍ରାଥମିକ ପ୍ରକଳ୍ପ ସହାୟତାରେ ଭାରତକୁ ବିଶ୍ଵବ୍ୟାଙ୍କ ୧ ବିଲିୟନ୍‌ ଆମେରିକୀୟ ଡଲାର ସହାୟତା ଦେବ । ଏହି ସହାୟତାକୁ କୋରୋନା ରୋଗୀଙ୍କ ଉତ୍ତମ ସ୍କ୍ରିନିଂ, ସଂସ୍ପର୍ଶ ଠାବ ଏବଂ ନମୁନା ପରୀକ୍ଷଣ ପାଇଁ ଭାରତକୁ ସହାୟତା କରିବ । ଏହାସହ ପର୍ସନାଲ୍‌ ପ୍ରୋଟେକ୍ଟିଭ୍‌ ଇକ୍ଵିପ୍‌ମେଣ୍ଟ(ପିପିଇ) କିଣିବା ସହ ନୂଆ ଏକାନ୍ତ ୱାର୍ଡ ନିର୍ମାଣରେ ମଧ୍ୟ ଏହା ସହାୟକ ହେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.