ETV Bharat / bharat

ବିଶ୍ବ ଆଲଜାଇମର ଦିବସ: ବିଶ୍ବର 5 କୋଟି ଲୋକଙ୍କୁ ସ୍ମରଣଶକ୍ତିରେ ସମସ୍ୟା

author img

By

Published : Sep 21, 2020, 8:00 AM IST

ଆଲଜାଇମର ଓ ଡିମେନ୍ସିଆ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ 2012 ମସିହାରୁ 21 ସେପ୍ଟେମ୍ବର ଦିନ ବିଶ୍ବ ଆଲଜାଇମର ଦିବସ ପାଳନ କରାଯାଏ।

ବିଶ୍ବ ଆଲଜାଇମର ଦିବସ
ବିଶ୍ବ ଆଲଜାଇମର ଦିବସ

ହାଇଦ୍ରାବାଦ: ଆଲଜାଇମର ଓ ଡିମେନ୍ସିଆ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ 2012 ମସିହାରୁ 21 ସେପ୍ଟେମ୍ବର ଦିନ ବିଶ୍ବ ଆଲଜାଇମର ଦିବସ ପାଳନ କରାଯାଏ। ସେପ୍ଟେମ୍ବର 2020 ନବମ ବିଶ୍ବ ଆଲଜାଇମର ମାସ ପାଳନ କରିବ । ଡିମେନ୍ସିଆ ସଚେତନତା ତଥା ରୋଗକୁ ଚ୍ୟାଲେଞ୍ଜ କରିବା ପାଇଁ ଏକ ଆନ୍ତର୍ଜାତୀୟ ଅଭିଯାନ। 2020 ବର୍ଷର ବିଷୟବସ୍ତୁ ହେଉଛି ‘ଆସନ୍ତୁ ଡିମେନ୍ସିଆ ବିଷୟରେ ଆଲୋଚନା କରିବା’ ।

ଆଲଜାଇମର ରୋଗ ହେଉଛି ଡିମେନ୍ସିଆର ଏକ ସାଧାରଣ ରୂପ । ଏହା ଏକ ପ୍ରଗତିଶୀଳ ମସ୍ତିଷ୍କ ରୋଗ ଯାହା ଦ୍ବାରା ସ୍ମୃତି ଶକ୍ତି ଏବଂ ଚିନ୍ତାଧାରା ନଷ୍ଟ ହୋଇଯାଏ । ଏହା ମସ୍ତିଷ୍କ କୋଷ ଗୁଡିକୁ ନଷ୍ଟ କରିଥାଏ ଯାହା ସ୍ମୃତି ଶକ୍ତି ହ୍ରାସ, ସ୍ମୃତି ପରିବର୍ତ୍ତନ, ଭୁଲ ଆଚରଣ ଏବଂ ଶରୀରର କାର୍ଯ୍ୟ ହରାଇଥାଏ । ଆଲଜାଇମର ରୋଗ ପ୍ରାୟତଃ ବୃଦ୍ଧ ଲୋକଙ୍କୁ ପ୍ରଭାବିତ କରିଥାଏ ।

ଆଲଜାଇମର ଓ ଡିମେନ୍ସିଆ ମଧ୍ୟରେ ପ୍ରଭେଦ-

ସ୍ମୃତିଶକ୍ତି ହ୍ରାସ କରିବା, ଯୁକ୍ତି ବା ଅନ୍ୟାନ୍ୟ ଚିନ୍ତାଧାରା ଭଳି ଲକ୍ଷଣକୁ ଡିମେନ୍ସିଆ କୁହାଯାଏ । ଆଲଜାଇମର ଏକ ନିର୍ଦ୍ଦିଷ୍ଟ ମସ୍ତିଷ୍କ ରୋଗ ଯାହା ଡିମେନ୍ସିଆ ରୋଗର 60-80 ପ୍ରତିଶତ ଲକ୍ଷଣ ଦେଖାଏ ।

ଆଲଜାଇମରର ଇତିହାସ-

1906 ମସିହାରେ ଜର୍ମାନ ଚିକିତ୍ସକ ଡ଼ଃ ଆଲୋଇସ୍ ଆଲଜାଇମର ପ୍ରଥମେ ସ୍ମୃତି ଶକ୍ତି ହରାଇବା ଏବଂ ମାଇକ୍ରୋସ୍କୋପିକ୍ ମସ୍ତିଷ୍କ ପରିବର୍ତ୍ତନ ବିଷୟରେ ବର୍ଣ୍ଣନା କରିଥିଲେ । ଯାହାକୁ ବର୍ତ୍ତମାନ ଆମେ ଆଲଜାଇମର ବୋଲି ଜାଣୁ । ବିଶ୍ବ ଆଲଜାଇମର ଦିନର ମୂଳ ଉଦ୍ଦେଶ୍ୟ ହେଉଛି ଯଥାସମ୍ଭବ ଦେଶରେ ସଚେତନତା କରିବା । ଡିମେନ୍ସିଆକୁ ନେଇ ବିଶ୍ବର ପ୍ରଭାବ ଓ ଡିମେନ୍ସିଆ ସଚେତନତାକୁ ପ୍ରୋତ୍ସାହିତ କରିବା ସହ ଏହି ରୋଗରେ ପୀଡିତ ଲୋକଙ୍କୁ ସାହାଯ୍ୟ କରିବା ଦିବସର ଉଦ୍ଦେଶ୍ୟ ।

ଡିମେନ୍ସିଆ ଉପରେ ଗ୍ଲୋବାଲ୍ ଆକ୍ସନ ପ୍ଲାନ୍-

ମେ 2017 ରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଡିମେନ୍ସିଆ 2017-2025 ର ଜନସ୍ବାସ୍ଥ୍ୟ ପ୍ରତିକ୍ରିୟାରେ ଗ୍ଲୋବାଲ୍ କାର୍ଯ୍ୟକ୍ରମ ହାତକୁ ନେଇଛି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ସମସ୍ତ 194 ସଦସ୍ୟ ସାତଟି କାର୍ଯ୍ୟକୁ ହାତକୁ ନେଇଛନ୍ତି । ଯଥା-

  • ଜନସ୍ବାସ୍ଥ୍ୟ ପ୍ରାଥମିକତା
  • ଡିମେନ୍ସିଆ ସଚେତନତା
  • ବିପଦ ହ୍ରାସ
  • ନିଦାନ
  • ଚିକିତ୍ସା ଏବଂ ଯତ୍ନ
  • ଯତ୍ନକାରୀଙ୍କ ପାଇଁ ସମର୍ଥନ
  • ତଥ୍ୟ ଏବଂ ଅନୁସନ୍ଧାନ

ଆଲଜାଇମର ରୋଗ ବିଷୟରେ ତଥ୍ୟ-

  • ଆଲଜାଇମର ରୋଗର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ। ମସ୍ତିଷ୍କରେ ଘଟୁଥିବା କେତେକ ଜଟିଳ ଘଟଣା ଏହି ରୋଗ ସୃଷ୍ଟି କରୁଥିବା ଦେଖାଯାଏ ।
  • ବିଶ୍ବସ୍ତରରେ ପ୍ରତି 3 ଜଣଙ୍କ ମଧ୍ୟରୁ 2 ଜଣ ଡିମେନ୍ସିଆ ବିଷୟରେ ଜାଣିଛନ୍ତି ।
  • ଆଲଜାଇମର ରୋଗ ପାଇଁ କୌଣସି ଉପଶମ ନାହିଁ। ଏହି ରୋଗର ଫଳପ୍ରଦ ଚିକିତ୍ସା କରିବାରେ ଶୀଘ୍ର ଚିହ୍ନଟ ରୋଗୀକୁ ଉପଶମ କରିଥାଏ ।
  • ଚିକିତ୍ସା ପ୍ରଣାଳୀରେ ଔଷଧୀୟ, ମାନସିକ ଏବଂ ଯତ୍ନ ପ୍ରଦାନ ଦିଗ ଅନ୍ତର୍ଭୁକ୍ତ ।
  • ପରିବାର ଏବଂ ସାମାଜିକ ସମର୍ଥନ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ।

ଲକ୍ଷଣ-

  1. ମନୋବଳର ପରିବର୍ତ୍ତନ, ସୂଚନା ଭୁଲିଯିବା ।
  2. ସମୟ କିମ୍ବା ସ୍ଥାନ ସହିତ ଦ୍ବନ୍ଦ୍ବ ।
  3. ପଢିବା ଓ ରଙ୍ଗ ଚିହ୍ନିବାରେ ଅସୁବିଧା ।
  4. ସାମାଜିକ ଏବଂ ଅବକାଶ କାର୍ଯ୍ୟକଳାପରୁ ପ୍ରତ୍ୟାହାର ।

ପ୍ରତିଷେଧକ-

  • ଶାରୀରିକ, ମାନସିକ, ସାମାଜିକ ଏବଂ ମନୋରଞ୍ଜନ କାର୍ଯ୍ୟକଳାପରେ ଯୋଗଦାନ କରନ୍ତୁ ।•
  • ପଢିବା, ନିଜ ଖୁସି ପାଇଁ ଲେଖିବା ଏବଂ ବାଦ୍ୟଯନ୍ତ୍ର ବଜାଇବା ।
  • ଘରେ ବସି ଖେଳିପାରିବେ ।

ଏହାର ସ୍ଥିତି-

  • ବିଶ୍ବର ପ୍ରାୟ 50 ମିଲିୟନ ବା 5 କୋଟି ଲୋକ ଡିମେନ୍ସିଆ ସହ ଚଳନ୍ତି ।
  • ପ୍ରତି 3 ସେକେଣ୍ଟରେ ଜଣେ ଏହି ରୋଗର ସମ୍ପର୍କରେ ଆସୁଛି ।
  • 2050 ସୁଦ୍ଧା ଏହାର ସଂଖ୍ୟା 152 ମିଲିୟନ ହେବ । ନିମ୍ନ ଓ ମଧ୍ୟବର୍ତ୍ତୀ ରୋଜଗାର କରୁଥିବା ଦେଶରେ 68 ପ୍ରତିଶତ ଲୋକ ଏଥିରେ ପୀଡିତ ।
  • ପ୍ରାୟ 80 ପ୍ରତିଶତ ସାଧାରଣ ଜନତା ଡିମେନ୍ସିଆର ବିକାଶ ପାଇଁ ଚିନ୍ତିତ ।
  • ସମଗ୍ର ବିଶ୍ବରେ 35 ପ୍ରତିଶତ ପରିବାର ଡିମେନ୍ସିଆର ନିରାକରଣକୁ ଲୁଚାଇ ରଖିଛନ୍ତି।
  • ବିଶ୍ବବ୍ୟାପୀ ପ୍ରାୟ 62 ପ୍ରତିଶତ ସ୍ବାସ୍ଥ୍ୟ ସେବା ପ୍ରଦାନକାରୀ ଭାବନ୍ତି ଯେ ଡିମେନ୍ସିଆ ସାଧାରଣ ବାର୍ଦ୍ଧକ୍ୟର ଏକ ଅଂଶ ।

କୋଭିଡ-19 ଏବଂ ଡିମେନ୍ସିଆ-

କୋଭିଡ-19 ସମୟରେ ଡିମେନ୍ସିଆ ଭଳି ଦୀର୍ଘସ୍ଥାୟୀ ଅବସ୍ଥାରେ ରହୁଥିବା ଲୋକଙ୍କୁ ସହାୟତା ଯୋଗାଇବା ପାଇଁ ବିଶ୍ବବ୍ୟାପୀ ସ୍ବାସ୍ଥ୍ୟ ପ୍ରଣାଳୀର ପ୍ରସ୍ତୁତିର ଅଭାବକୁ ଦର୍ଶାଯାଇଛି । ଲକଡାଉନ୍ ଏବଂ ପ୍ରତିବନ୍ଧକ ସମୟରେ ଏହା ଜରୁରୀ ଯେ ବୟସ୍କ ବ୍ୟକ୍ତିଙ୍କ ଉପରେ ଧ୍ୟାନ ଦେବା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.