ETV Bharat / bharat

ପ୍ରଗତିଶୀଳ ଦେଶମାନଙ୍କରେ ଦୟନୀୟ ସଫେଇ କର୍ମଚାରୀଙ୍କ ଅବସ୍ଥା - ଭାରତରେ ସଫେଇ କର୍ମଚାରୀଙ୍କ ଅବସ୍ଥା

ଶ୍ରମିକମାନେ ନା ଯେ କେବଳ ସ୍ବାସ୍ଥ୍ୟ ଦିଗରେ ଅବହେଳିତ ବରଂ ସେମାନେ ମୌଳିକ ଅଧିକାର ପାଇବାରେ ମଧ୍ୟ ଅବହେଳିତ । ଏବେ ବି ସେମାନଙ୍କ ପରିବେଶ ବିକଶିତ ନୁହେଁ । ଅଧିକ ପଢନ୍ତୁ...

ପ୍ରଗତିଶୀଳ ଦେଶମାନଙ୍କରେ ଦୟନୀୟ ସଫେଇ କର୍ମଚାରୀଙ୍କ ଅବସ୍ଥା
author img

By

Published : Nov 18, 2019, 5:52 AM IST

ହାଇଦ୍ରାବାଦ: ଦେଶରେ ସ୍ବଚ୍ଛତା ମିଶନ ଜୋର ଧରିଥିବା ବେଳେ ଏହାକୁ ନେଇ ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ ଜାରି ରହିଛି ଅନେକ କ୍ୟାମ୍ପେନ । ହେଲେ ଏହି ସ୍ବଚ୍ଛତା ମିଶନ ଭିତରେ କେଉଁଠି ନା କେଉଁଠି ହଜିଯାଇଛି ସଫେଇ କର୍ମଚାରୀଙ୍କ ଅଧିକାରର ଲଢେଇ । ପୂର୍ବରୁ ସ୍ବଚ୍ଛତା କାର୍ଯ୍ୟରେ ନିୟୋଜିତ ଅନେକ ଶ୍ରମିକଙ୍କର କାର୍ଯ୍ୟ ସମୟରେ ମୃତ୍ୟୁ ଭଳି ସଙ୍ଗୀନ ଅଭିଯୋଗ ଆସିବା ପରେ ବି ପରିସ୍ଥିତିରେ ଆସିପାରି ନାହିଁ ସାମାନ୍ୟ ସୁଧାର ।

ଏନେଇ ନିକଟରେ ଇଣ୍ଟରନ୍ୟାସନାଲ ଲେବର ଅର୍ଗାନାଇଜେସନ(ILO), ୱାର୍ଲଡ ବ୍ୟାଙ୍କ, ୱାର୍ଲଡ ହେଲ୍‌ଥ ଅର୍ଗାନାଇଜେସନ ଓ ୱାଟର ଏଡ୍‌ ଦ୍ବାରା ମିଳିତ ଭାବେ ଏକ ଅନୁସନ୍ଧାନମୂଳକ ରିପୋର୍ଟ ପ୍ରକାଶ ପାଇଛି । ଯେଉଁଥିରେ କେତେକ ପ୍ରଗତିଶୀଳ ଦେଶମାନଙ୍କରେ ସଫେଇ କର୍ମଚାରୀଙ୍କର ଦୟନୀୟ ସ୍ଥିତିକୁ ଦର୍ଶାଯାଇଛି ।

ଏହି ତାଲିକାରେ ରହିଛନ୍ତି ବାଙ୍ଗଲାଦେଶ, ବୋଲିଭିଆ, ବୁର୍କିନା ଫାସୋ, ହୈତି, ଭାରତ, କେନିଆ, ସେନେଗାଲ, ଦକ୍ଷିଣ ଆଫ୍ରିକା ଓ ୟୁଗାଣ୍ଡା ପରି ଦେଶ । ଏହି ଦେଶମାନଙ୍କରେ ଆଜି ବି ସଫେଇ କର୍ମଚାରୀଙ୍କ ପାଇଁ ନା ଅଛି କୌଣସି ସୁରକ୍ଷା ନିୟମ ନା ଅଛି ଏମାନଙ୍କ ରୋଜଗାର ପନ୍ଥାର ସ୍ଥାୟୀତ୍ବ । ଅତି ବିପଦଜନକ ପରିସ୍ଥିତିରେ ସଫେଇ କରିବା ସମୟରେ ଅନେକ ସମୟରେ ହାନିକାରକ ଗ୍ୟାସର ସଂସ୍ପର୍ଶରେ ଆସି ରୋଗର ଶିକାର ହେଉଛନ୍ତି ଏହି ଶ୍ରମିକ ।

ଶ୍ରମିକମାନେ ନା ଯେ କେବଳ ସ୍ବାସ୍ଥ୍ୟ ଦିଗରେ ଅବହେଳିତ ବରଂ ସେମାନେ ମୌଳିକ ଅଧିକାର ପାଇବାରେ ମଧ୍ୟ ଅବହେଳିତ । ଏବେ ବି ସେମାନଙ୍କ ପରିବେଶ ବିକଶିତ ନୁହେଁ । ନା ସେମାନଙ୍କର ବଞ୍ଚିବାର ମାନ ବିକଶିତ । ଏମିତିରେ ସରକାର କୋଟି କୋଟି ଟଙ୍କାର କ୍ୟାମ୍ପେନ କେତେଦୂର ସଫଳ !

ରିପୋର୍ଟ ମୁତାବକ, ସଫେଇ କର୍ମଚାରୀଙ୍କ ଚାକିରିର କୌଣସି ସ୍ଥାୟୀତ୍ବ ନାହିଁ, ସେମାନଙ୍କ ସୁରକ୍ଷା ପାଇଁ ଆଇନ ନାହିଁ, ସେମାନଙ୍କ ମୃତ୍ୟୁ ପରେ ପରିବାରର ଭରଣପୋଷଣ ପାଇଁ କୌଣସି ବିକଳ୍ପ ବ୍ୟବସ୍ଥା ନାହିଁ ଏବଂ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା କି ସେମାନଙ୍କ ପାଇଁ କୌଣସି ସ୍ବାସ୍ଥ୍ୟ ବୀମା ନାହିଁ । ଏହି କର୍ମଚାରୀମାନେ କି ଦିନ କି ରାତି ସବୁବେଳେ ଆମ ପରିବେଶ ସଫେଇରେ ନିଃସ୍ବାର୍ଥପର ଭାବେ ଚେଷ୍ଟାରତ । ହେଲେ ପ୍ରତିବଦଳରେ ଏମାନେ ପାଉଛନ୍ତି କ’ଣ ?

ପାଇଖାନା ସଫେଇଠାରୁ ଆରମ୍ଭ କରି ଗଭୀର ଗାତ ସଫା, ସେପ୍ଟିକ ଟାଙ୍କି ସଫେଇ, ନାଳ ନର୍ଦ୍ଦମା ସଫେଇ, ମ୍ୟାନହୋଲ ସଫେଇ, ଏପରିକି ପ୍ଲାଣ୍ଟରେ ବିଭିନ୍ନ ସାନିଟାରୀ ବା ସଫେଇ କାର୍ଯ୍ୟ ଓ ପମ୍ପ ଷ୍ଟେସନ ଅପରେଟ ଭଳି କାର୍ଯ୍ୟ କରିଥାନ୍ତି ଏହି କର୍ମଚାରୀମାନେ । ଅଧିକାଂଶ ସମୟରେ ଏମାନେ କ୍ଷତିକାରକ ଗ୍ୟାସପୂର୍ଣ୍ଣ ପରିବେଶରେ କାର୍ଯ୍ୟ କରିଥାନ୍ତି । ଯେଉଁଥିପାଇଁ ଏମାନଙ୍କୁ ହଇଜା, ଟାଇଫଏଡ ଓ ହେପାଟାଇଟିସ ପରି ରୋଗ ହେବାର ରହିଥାଏ ଯଥେଷ୍ଟ ସମ୍ଭାବନା ।

ଏପରି ସ୍ଥିତିରେ ଆବଶ୍ୟକ କିଛି ଜରୁରୀ ପରିବର୍ତ୍ତନ । ସେ ହେଉଛି :

1- ସଫେଇ କର୍ମଚାରୀଙ୍କ ଚାକିରୀରେ ସ୍ଥାୟୀତ୍ବ ସହ ସେମାନଙ୍କ ପାଇଁ ନୂତନ ଓ ଗଠନମୂଳକ ଆଇନର ପ୍ରଣୟନ ।
2- ବର୍ତ୍ତମାନ ଲାଗୁଥିବା ଆଇନରେ ପରିବର୍ତ୍ତନ ।
3- ସ୍ବାସ୍ଥ୍ୟଗତ ସମସ୍ୟା ପରି ବିଶେଷଭାବେ ଦୃଷ୍ଟିପାତ ।
4- ସଫେଇ କର୍ମଚାରୀଙ୍କ ସଶକ୍ତିକରଣ ଓ ସେମାନଙ୍କ ଅଧିକାରର ସୁରକ୍ଷା ।
5- ସେମାନେ ପ୍ରତିଦିନ ସାମ୍ନା କରୁଥିବା ଅସୁବିଧା ସବୁର ସ୍ଥାୟୀ ସମାଧାନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:କୁହାଯାଏ ଦୁଃଖ ଯେତେବେଳେ ଆସେ ବନ୍ଧୁ ବାନ୍ଧବକୁ ଧରି ଆସେ। ଏଇ ଯେମିତି ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ନଠୁଆବର ପଂଚାୟତ ର ଆଦମପୁର ଗାଁ ର ସସ୍ମିତା ସେଠି ଓ ତାଙ୍କ ପରିବାର କଥା। ସସ୍ମିତା ବାପାଙ୍କୁ କେବେ ହରାଇଛନ୍ତି ମନେ ନାହିଁ।, ମା କିଛି ବର୍ଷ ତଳେ ବାପା ପାଖକୁ ଆରପାରିକୁ ଚାଲିଗଲେ। ଘରେ କେବଳ ସସ୍ମିତା କୁ ମିଶାଇ କେବଳ 5 ଭଉଣୀ । ମୁଣ୍ଡଗୁଂଜିବାକୁ ଯାଗା ଖଣ୍ଡେ ନାହିଁ। ସହି ପଡ଼ିଶାଙ୍କ ସହାୟତାରେ 3ଭଉଣୀ ହାତକୁ ଦୁଇ ହାତ ହୋଇଯାଇଛନ୍ତି। ସସ୍ମିତା ବଡ଼ ଭଉଣୀ ସହିତ ରହୁଥିବା ନୁଆଁଣିଆ ଘରର ସୁଖକୁ ବି ଛଢାଇ ନେଇଛି ବାତ୍ୟା ଫନି। ଏବେ ସାହି ପଡ଼ିଶା ଙ୍କ ବାରଣ୍ଡା ପାଲଟିଛି ସସ୍ମିତା ଓ ଭଉଣୀଙ୍କ ଆଶ୍ରୟସ୍ଥଳୀ।
ଭିଓ୧-ଆଉ ଦୁଃଖ ସହିବାକୁ ହେବ ? ଦୁଃଖର କଣ କୌଣସି ସୀମା ନାହଁ ? କେମିତି ବଂଚିବୁ ଏ ଦୁନିଆରେ ? ଆଉ କାହା ପାଖରେ କେତେ ନେହୁରା ହେବୁ ? କିଏ ଆମକୁ ସାହାଯ୍ୟ କରିବ? ଆଉ କେତେ ଦିନ ଏ ସଂଘର୍ଷ ଚାଲିବ ? ଏମିତି ଅତୀତକୁ ବାହୁନି ବାହୁନି ଭବିଷ୍ୟତ ଗଢିବା ପାଇଁ ଲାଗି ପଡିଛି ଆଡ଼ମପୁର ଗାଁର ସସ୍ମିତା ସେଠି। ସସ୍ମିତା ନିଜ ଭଉଣୀ ସହିତ ରହୁଥିବା ଏହି ନୁଆଁଣିଆ ଚାଳ ଘର ଉପରେ ଶେଷରେ ବାତ୍ୟା ଫନି ବି ଦାଉ ସାଜିଲା।ବର୍ଷ ବର୍ଷ ଧରି ମରାମତି ଓ ଛପର ହୋଇନଥିବା ଏହି ଚାଳ ଘର ସଂପୂର୍ଣ୍ଣ ଭାବେ ମାଟିରେ ମିଶିଛି । ଆଉ ଏବେ ସସ୍ମିତା ଓ ଭଉଣୀ ଠିକଣା ପାଲିଟିଛି ପଡ଼ୋଶୀଙ୍କ ବାରଣ୍ଡା । ଯେଉଁଠି କିଛି ପିଲାଙ୍କୁ ପାଠ ପଢ଼ାଇ ଦାନା ଯୋଗାଡ଼ ପାଇଁ ସଂଘର୍ଷ କରୁଛି।

Body:bite-ସସ୍ମିତା ସେଠି, ଆଦମପୁର ବାସିନ୍ଦା
bite-ଭୀମସେନ ସେଠି, ସମ୍ପର୍କୀୟ
ଭିଓ୨-ସସ୍ମିତାଙ୍କ ପରିବାର କହିଲେ 5 ଭଉଣୀ । ବାପା ଦୀର୍ଘ ବର୍ଷ ହେଲା ଆରପାରିକୁ ଚାଲିଯାଇଛନ୍ତି। ମା ମଧ୍ୟ କିଛି ବର୍ଷ ତଳେ ମୃତ୍ୟୁ ବରଣ କରିଛନ୍ତି । 3 ଭଉଣୀଙ୍କୁ ଗାଁ ଲୋକେ ସାହାଯ୍ୟ କରି ବିଭାହ କରିଦେଇଛନ୍ତି। ଏବେ ସସ୍ମିତା ଓ ତାଙ୍କ ଭଉଣୀ ଦୈନିକ କାମ ଧନ୍ଦା କରି ଯାହା କିଛି ରୋଜକାର କରୁଛନ୍ତି ସେଥିରେ ଦୈନିକ ଚୁଲି ଜଳୁଛି। ଯଦିଓ ସରକାର ଗ୍ରାମାଞ୍ଚଳର ଲୋକଙ୍କ ପାଇଁ ବିଶେଷ କରି ଦଳିତ ମାନଙ୍କ ପାଇଁ ଅନେକ ଯୋଜନା ପ୍ରଣୟନ କରୁଥିବା ଦାବୀ କରୁଛନ୍ତି, ତେବେ ଏଠି କୌଣସି ଯୋଜନା ପହଁଚି ନ ପାରିବା ପ୍ରଶାସନିକ ଅବହେଳା କୁ ଆଙ୍ଗୁଳି ନିର୍ଦ୍ଦେଶ କରୁଛି। ଆମେ ଏ ସମ୍ପର୍କରେ ତୁରନ୍ତ ରସୁଲପୁର ବିଡ଼ିଓଙ୍କ ଦୃଷ୍ଟି ଆକର୍ଷଣ କରିଥିଲୁ। ସେ ଏଥିପ୍ରତି ଦୃଷ୍ଟି ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।
bite-ଲୋକନାଥ ପଣ୍ଡା, ପଡୋଶୀ
bite-ଉମାକାନ୍ତ ପରିଡା, ରସୁଲପୁର ବିଡ଼ିଓ
ଫାଭିଓ- କେବେ ବିଡ଼ିଓଙ୍କ ପ୍ରତିଶ୍ରୁତି ପାଳନ ହେବ ଏବଂ କେବେ ସସ୍ମିତାଙ୍କ ପରିବାରକୁ ନ୍ୟାୟ ମିଳିବ ତାକୁ ସମସ୍ତଙ୍କ ଅପେକ୍ଷା
ପିଟିସି

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.