ETV Bharat / bharat

ୱାର୍କିଂ ଫ୍ରମ ହୋମ: ୱାଇ-ଫାଇ ସ୍ପିଡ ବଢାଇବାକୁ 9 ସହଜ ଟିପ୍ସ

ଘରୁ କାମ କରୁଥିବା ଅନେକ ଲୋକଙ୍କ ନେଟୱାର୍କକୁ ନେଇ ଅସୁବିଧା ରହୁଥିବା ଅଭିଯୋଗ ଆସୁଛି । ଏହି ସାଧାରଣ ଅଭିଯୋଗର ସମାଧାନ ପାଇଁ ଆମେ କହୁଛି 9ଟି ସହଜ ଟିପ୍ସ ।

author img

By

Published : Mar 28, 2020, 8:01 AM IST

Work from home, easy steps to boost wi-fi speed, ୱାର୍କିଂ ଫ୍ରମ ହୋମ, ୱାଇ-ଫାଇ ସ୍ପିଡ ବଢାଇବାକୁ ସହଜ ଟିପ୍ସ
ୱାର୍କିଂ ଫ୍ରମ ହୋମ: ୱାଇ-ଫାଇ ସ୍ପିଡ ବଢାଇବାକୁ 9 ସହଜ ଟିପ୍ସ

ହାଇଦ୍ରାବାଦ: ବିଶ୍ବରେ କୋରୋନା ଆତଙ୍କ ଯୋଗୁଁ ପ୍ରାୟ ସମସ୍ତ ଲୋକ ଏବେ ୱାର୍କ ଫ୍ରମ ହୋମ କରିବାକୁ ବାଧ୍ୟ । ଏମିତିରେ ବିଗତ କିଛି ଦିନରେ ଇଣ୍ଟରନେଟର ବ୍ୟବହାର 30 ପ୍ରତିଶତ ବଢିଥିବା ପ୍ରକାଶ କରିଛି ସେଲ୍ୟୁଲାର ଅପରେଟର ଆସୋସିଏସନ ଅଫ ଇଣ୍ଡିଆ(ସିଓଏଆଇ) । ତେବେ ଘରୁ କାମ କରୁଥିବା ଅନେକ ଲୋକଙ୍କ ନେଟୱାର୍କକୁ ନେଇ ଅସୁବିଧା ରହୁଥିବା ଅଭିଯୋଗ ଆସୁଛି ।

ଏହି ସାଧାରଣ ଅଭିଯୋଗର ସମାଧାନ ପାଇଁ ଆମେ କହୁଛି 9ଟି ସହଜ ଟିପ୍ସ । ଏହାଦ୍ବାରା ଆପଣ ନିଜ ୱାଇ-ଫାଇ ସ୍ପିଡକୁ ବଢାଇବା ସହ ଡାଟା ୟୁସେଜକୁ ବି ନିୟନ୍ତ୍ରଣ କରିପାରିବେ। କ’ଣ ରହିଛି ଏହି ଟିପ୍ସ ଜାଣିବା ପାଇଁ ଆଗକୁ ପଢନ୍ତୁ...

1- ନିଜ ରାଉଟର ସହ ଅନାବଶ୍ୟକ ଗ୍ୟାଜେଟକୁ କନେକ୍ଟ କରନ୍ତୁ ନାହିଁ । ଉଦାହରଣ ସ୍ବରୂପ ଯଦି ଆପଣଙ୍କ କାମ ସମୟରେ ଫୋନରେ ୱାଇ-ଫାଇର ଆବଶ୍ୟକତା ନାହିଁ, ତେବେ ଏହାକୁ ୱାଇ-ଫାଇରୁ ଡିସକନେକ୍ଟ କରନ୍ତୁ । ଏହାଦ୍ବାରା ଲାପଟପ ବା ଡେସ୍କଟପରେ ଇଣ୍ଟରନେଟର ସ୍ପିଡ ବଢିବ ଏବଂ କାମ ସହଜ ହେବ ।

2- ଘରେ ଆପଣ ରାଉଟରକୁ କେଉଁଠି ରଖୁଛନ୍ତି ତାହା ଉପରେ ମଧ୍ୟ ଇଣ୍ଟରନେଟର ସ୍ପିଡ ନିର୍ଭରଶୀଳ । ତେଣୁ ରାଉଟରକୁ ସବୁବେଳେ କାନ୍ଥ ଓ ଇଲେକ୍ଟ୍ରିକାଲ ବସ୍ତୁଠାରୁ ଦୂରରେ ରଖିବାକୁ ଚେଷ୍ଟା କରନ୍ତୁ ।

3- ସ୍ପିଡ ବଢାଇବାକୁ ସୀମିତ ବ୍ୟାଣ୍ଡୱିଡଥ ଯୁକ୍ତ ଏକାଧିକ ସର୍ଭିସ ସେଟ ଆଇଡେଣ୍ଟିଫାୟାର(ଏସଏସଆଇଡି) ଲଗାନ୍ତୁ । ଏହାଦ୍ବାରା ଭିନ୍ନ ଡିଭାଇସକୁ ଉପଯୁକ୍ତ ପରିମାଣରେ ଇଣ୍ଟରନେଟ ମିଳିପାରିବ ।

4- ଆପଣ କାମ କରିବାକୁ ଥିବା ସିଷ୍ଟମ, ଡେସ୍କଟପ ବା ଲାପଟପକୁ ଏକ ନିର୍ଦ୍ଦିଷ୍ଟ ଫ୍ରିକ୍ବେନ୍ସିରେ ସେଟ କରନ୍ତୁ । ଏହି ଫ୍ରିକ୍ବେନ୍ସିରେ ଅନ୍ୟ କୌଣସି ଡିଭାଇସକୁ ସେଟ କରନ୍ତୁ ନାହିଁ ।

5- ଆପଣ ବିନା ବାଧାରେ କାମ କରିବାକୁ ଚାହୁଁଥିଲେ ଲ୍ୟାନ ୱାୟାର ଦ୍ବାରା ମଧ୍ୟ କନେକ୍ସନ କରିପାରିବେ ।

6- ଡୁଆଲ-ବ୍ୟାଣ୍ଡ ରାଉଟରରେ 2.4GHz ବଦଳରେ 5GHz ଫ୍ରିକ୍ବେନ୍ସିକୁ ସିଲେକ୍ଟ କରନ୍ତୁ ।

7- ଅଧିକ ରେଞ୍ଜ ପାଇଁ ଡୁଆଲ-ବ୍ୟାଣ୍ଡ ରାଉଟରରେ 2.4GHz ଫ୍ରିକ୍ବେନ୍ସି ସିଲେକ୍ଟ କରନ୍ତୁ ।

8- ଥାର୍ଡି ପାର୍ଟି ଆପ୍‌ ସାହାଯ୍ୟରେ ୱାଇ-ଫାଇ ଡେଡ ଜୋନ ଦେଖନ୍ତୁ ଏବଂ ସେଠାରେ କାମ ନକରିବାକୁ ଚେଷ୍ଟା କରନ୍ତୁ ।

9- ୱାଇ-ଫାଇ କଭରେଜ ବଢାଇବା ପାଇଁ ରିପିଟର ଓ ଏକ୍ସଟେଣ୍ଡରର ବ୍ୟବହାର କରନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.