ETV Bharat / bharat

ଭାରତୀୟ ସେନାରେ ସ୍ଥାୟୀ ମହିଳା କମିଶନଙ୍କ ଗଠନ ଓ ଇତିହାସ

1990ରେ ଭାରତୀୟ ସେନାରେ ମହିଳା ଅଧିକାରୀଙ୍କୁ ଏସଏସସି ଅଫିସର ଭାବେ ନିଯୁକ୍ତି ପ୍ରଦାନ ପ୍ରଥମ ଥର ଆରମ୍ଭ ହୋଇଥିଲା । ସେମାନଙ୍କର ସର୍ବାଧିକ କାର୍ଯ୍ୟକାଳର ସମୟସୀମା 14 ବର୍ଷ ରହିଥିଲା । ଅଧିକ ପଢନ୍ତୁ...

ଭାରତୀୟ ସେନାରେ ସ୍ଥାୟୀ ମହିଳା କମିଶନଙ୍କ ଗଠନ ଓ ଇତିହାସ
ଭାରତୀୟ ସେନାରେ ସ୍ଥାୟୀ ମହିଳା କମିଶନଙ୍କ ଗଠନ ଓ ଇତିହାସ
author img

By

Published : Jul 24, 2020, 6:16 AM IST

ହାଇଦ୍ରାବାଦ: ଭାରତୀୟ ସେନାରେ ମହିଳା ଅଧିକାରୀଙ୍କ ସ୍ଥାୟୀ କମିଶନକୁ ଗୁରୁବାର ପ୍ରତିରକ୍ଷା ମନ୍ତ୍ରଣାଳୟ ମଞ୍ଜୁରୀ ପ୍ରଦାନ କରିଛି । ଫଳରେ ମହିଳା ଅଧିକାରୀମାନେ ଅଧିକ ସଶକ୍ତ ହେବା ସହ ସଙ୍ଗଠନରେ ବୃହତ ଭୂମିକା ଗ୍ରହଣ କରିପାରିବେ । ତେବେ 1990ରୁ ଆରମ୍ଭ ହୋଇଥିଲା ଏହି କମିଶନଙ୍କ ଗୌରବମୟ ଯାତ୍ରା । ସେବେଠାରୁ ଏହାର ଗଠନ ହେବା ସହ ନିକଟରେ କିଛି ବର୍ଷ ତଳେ ସ୍ଥାୟୀ କମିଶନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଯାହା ଗୁରୁବାର ସଫଳ ରୂପ ନେଇଛି ।

1990ରେ ଭାରତୀୟ ସେନାରେ ମହିଳା ଅଧିକାରୀଙ୍କୁ ଏସଏସସି ଅଫିସର ଭାବେ ନିଯୁକ୍ତି ପ୍ରଦାନ ପ୍ରଥମ ଥର ଆରମ୍ଭ ହୋଇଥିଲା । ସେମାନଙ୍କର ସର୍ବାଧିକ କାର୍ଯ୍ୟକାଳର ସମୟସୀମା 14 ବର୍ଷ ରହିଥିଲା । ଏହାପରେ 21 ବର୍ଷ ପରେ 2011ରେ ତିନି ବାହିନୀର ନ୍ୟାୟିକ ଏବଂ ଶିକ୍ଷା ବ୍ରାଞ୍ଚରେ ମହିଳା ଏସଏସସି ଅଫିସରଙ୍କ ସ୍ଥାୟୀ କମିଶନକୁ ସ୍ବୀକୃତି ପ୍ରଦାନ କରିଥିଲେ । ଏହାପରେ 2018 ସ୍ବାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ମୋଦି ଘୋଷଣା କରିଥିଲେ ଯେ ସ୍ଥାୟୀ ମହିଳା କମିଶନଙ୍କୁ ଖୁବଶିଘ୍ର ବଡ ପଦବୀରେ ନିଯୁକ୍ତି ଦିଆଯିବ । ପରବର୍ତ୍ତୀ ବର୍ଷ 2019 ଫେବୃୟାରୀ 25ରେ ସରକାର ଭାରତୀୟ ସେନା ସମର୍ଥିତ 8ଟି ସେବାରେ ସ୍ଥାୟୀ କମିଶନ ପାଇଁ ପ୍ରସ୍ତାବ ଦେଇଥିଲେ ।

ସମାନ ବର୍ଷ ଅକ୍ଟୋବର 31ରେ ଭାରତୀୟ ସେନାରେ ସ୍ଥାୟୀ କମିଶନ ପଦବୀ 2020 ଏପ୍ରିଲ ସୁଦ୍ଧା କାର୍ଯ୍ୟକାରୀ ହେବ ବୋଲି ସ୍ଥିର ହୋଇଥିଲା । ନଭେମ୍ବର 11 2019ରେ ସୁପ୍ରିମକୋର୍ଟ ସେନାକୁ 8 ମହିଳା ସେନା ଅଧିକାରୀ ସ୍ଥାୟୀ କମିଶନ କରିବା ପାଇଁ ନିଷ୍ପତ୍ତି ନେବାକୁ କହିଥିଲେ । ଏଥିପାଇଁ ସେମାନେ ପୂର୍ବରୁ 2010ରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ତ ହୋଇଥିଲେ । ଚଳିତ ବର୍ଷ ଫେବୃୟାରୀ 17ରେ ସୁପ୍ରିମକୋର୍ଟ ଏହି ପ୍ରସଙ୍ଗରେ ଅଧିକ କଠୋର ହୋଇଥିଲେ । ଭାରତ ସରକାରଙ୍କ ପକ୍ଷରୁ ଉପସ୍ଥାପିତ ଯୁକ୍ତି ପୁରୁଷ ଯବାନ ଏବେ ମହିଳାଙ୍କଠାରୁ ଅର୍ଡର ଗ୍ରହଣ କରିବାକୁ ପ୍ରସ୍ତୁତ ନାହାନ୍ତିକୁ ଖଣ୍ଡନ କରିଥିଲେ ସୁପ୍ରିମକୋର୍ଟ । ଏହାସହ ମହିଳାମାନେ ଆର୍ମି କମାଣ୍ଡର ଭାବେ କାର୍ଯ୍ୟ କରିପାରିବେ ବୋଲି କହିଥିଲେ । ସେହିପରି ସମସ୍ତ ସ୍ଥାୟୀ ପଦବୀ ପାଇଁ କେବଳ ପୁରୁଷ ନୁହେଁ ମହିଳା ସେନା ଅଧିକାରୀଙ୍କୁ ମଧ୍ୟ ନିଯୁକ୍ତି ଦେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଏହା ଫଳରେ ଏବେ ପୁରୁଷ ଯବାନଙ୍କ ଭଳି ମହିଳା ଅଧିକାରୀମାନେ ମଧ୍ୟ ରାଙ୍କ, ପେନସନ, ପଦବୀ ସହ ଅଧିକ ସମୟ ସେନାରେ କାର୍ଯ୍ୟ କରିପାରିବେ । ଏହାପରେ ଜୁଲାଇ 7ରେ ସୁପ୍ରିମକୋର୍ଟ ସରକାରଙ୍କୁ ସେନାରେ ଯୋଗ୍ୟ ମହିଳା ଅଫିସରଙ୍କୁ ସ୍ଥାୟୀ କମିଶନ ଭାବେ ନିଯୁକ୍ତି ଦେବାକୁ ଗୋଟିଏ ମାସ ଅଧିକ ସମୟ ଦେଇଥିଲେ । ଶେଷରେ ଜୁଲାଇ 23ରେ ଏହି ଐତିହାସିକ ନିଷ୍ପତ୍ତି କାର୍ଯ୍ୟକାରୀ ହୋଇଥିଲା । କେନ୍ଦ୍ର ସରକାର ଏକ ଅଫିସିଆଲ ବିଜ୍ଞପ୍ତି ପ୍ରକାଶ କରିବା ସହ ଭାରତୀୟ ସେନାରେ ମହିଳା ସ୍ଥାୟୀ କମିଶନ ପାଇଁ ଚିଠି ଲେଖିଥିଲେ । ଏହାସହ ସେନାରେ ବଡ ଭୂମିକା ନେବା ପାଇଁ ମହିଳା ସଶକ୍ତିକରଣକୁ ଏକ ପଥ ଦେଖାଇଥିଲେ । ତେବେ ବିଶ୍ବର ଅନ୍ୟାନ୍ୟ ଦେଶରେ ଏପରି ଭୂମିକା ମହିଳା ସେନା ଅଧିକାରୀଙ୍କୁ ବହୁତ ପୂର୍ବରୁ ମିଳିସାରିଛି । ୟୁକେରେ 2018ରେ ମହିଳାଙ୍କୁ ସେନାରେ ସମସ୍ତ ପ୍ରକାର ପଦବୀ ପାଇଁ ଗ୍ରହଣ କରାଯାଇଥିଲା । ଏପରିକି ସେମାନେ ରାଜପରିବାରର ସୁରକ୍ଷା ଦାୟିତ୍ବରେ ମଧ୍ୟ ରହିପାରିବେ ବୋଲି ବ୍ରିଟେନ ସରକାର ନିଷ୍ପତ୍ତି ନେଇଥିଲେ ।

ଆମେରିକା ସେନାରେ ମହିଳାଙ୍କ ପାଇଁ ଏହି ଦ୍ବାର 1976ରେ ଖୋଲିଥିଲା । 1977ରେ ସେମାନଙ୍କୁ ପ୍ରାଥମିକ ଟ୍ରେନିଂ ଦେବା ସହ ବିଭିନ୍ନ ପ୍ରକାର ସେବାରେ ଯୋଗଦାନର ଅନୁମତି ମିଳିଥିଲା । 2015ରେ ଯୁଦ୍ଧରେ ସମସ୍ତ ପ୍ରକାର ଯୁଦ୍ଧ ପାଇଁ ମହିଳା ଅଧିକାରୀଙ୍କୁ ଅନୁମତି ମିଳିଥିଲା । କାନାଡା ସେନାରେ ପ୍ରାୟ 85 ପ୍ରତିଶତ ପୁରୁଷ ସୈନିକ ରହିଛନ୍ତି । ତେବେ 1989ରେ ମହିଳାଙ୍କୁ ଯୁଦ୍ଧରେ ଭାଗ ନେବା ପାଇଁ ଅନୁମତି ମିଳିଥିଲା । କାନାଡା ସେନାର ପ୍ରାଥମିକ ପଦବୀରେ ନିୟମିତ ଭାବେ 15 ପ୍ରତିଶତ ମହିଳାଙ୍କୁ ନିଯୁକ୍ତି ଦିଆଯାଉଛି । ରୋମାନିଆର ସେନା ପ୍ରାୟ 60 ଜଣ ମହିଳାଙ୍କୁ ଇରାକ ଯୁଦ୍ଧରେ ଭାଗ ନେବା ପାଇଁ ପଠାଇଥିଲା । ଆଫଗାନିସ୍ତାନ ସେନା ପକ୍ଷରୁ ପ୍ରାୟ 7 ପ୍ରତିଶତ ମହିଳା ଯୁଦ୍ଧରେ ଭାଗ ନେଇଥାନ୍ତି । ଫ୍ରାନ୍ସ ମିଲିଟାରୀରେ ମହିଳାଙ୍କ ସଂଖ୍ୟା 19 ପ୍ରତିଶତ ରହିଛି । ଯୁଦ୍ଧରେ ଏମାନେ ଭାଗ ନେଇପାରିବେ କିନ୍ତୁ ଏହି ସଂଖ୍ୟା ଖୁବ୍ କମ ରହିଛି ।

ସେହିପରି ଜର୍ମାନୀରେ 2001ରୁ ମହିଳାମାନେ ସେନାରେ ଯୋଗ ଦେବା ଆରମ୍ଭ କରିଥିଲେ । ସେମାନେ ନିଜ ଇଚ୍ଛାରେ କୌଣସି ସେବା ବାଛିପାରିବେ ବୋଲି ନିୟମ ରହିଥିଲା । ନୌସେନାରେ ଅଧିକ ସଂଖ୍ୟାରେ ମହିଳା ଯୋଗ ଦେଇଥିଲେ । 2001ରୁ 2014 ମଧ୍ୟରେ ମହିଳା ସେନାଙ୍କ ସଂଖ୍ୟା ତିନି ଗୁଣା ହୋଇଥିଲା । ଏହି ସମୟରେ ଯୁଦ୍ଧରେ ପ୍ରାୟ 800 ମହିଳା ଭାଗ ନେଇଥିଲେ । ଏମାନଙ୍କ ମଧ୍ୟରୁ ଅଧିକାଂଶ ଆଫଗାନିସ୍ତାନ ଯୁଦ୍ଧରେ ଭାଗ ନେଇଥିଲେ । ଡେନମାର୍କରେ 1998ରୁ ଡାନିସ ମିଲିଟାରୀରେ ସମସ୍ତ ପ୍ରକାର ରାଙ୍କରେ ମହିଳାଙ୍କୁ ସୁଯୋଗ ଦିଆଯାଇଥିଲା । ଏମାନେ ମଧ୍ୟ ଆଫଗାନିସ୍ତାନ ଯୁଦ୍ଧରେ ଯୋଗ ଦେଇଥିଲେ । ଇସ୍ରାଏଲରେ 1990ରୁ ମହିଳାଙ୍କ ପାଇଁ ସେନାରେ ନିଯୁକ୍ତି ଆରମ୍ଭ ହୋଇଥିଲା । ଏଠାରେ ପ୍ରାୟ 90 ପ୍ରତିଶତ ମିଲିଟାରୀ ଭୂମିକାରେ ମହିଳାଙ୍କ ନିଯୁକ୍ତି ହେଉଛି । ନେଦରଲାଣ୍ଡରେ ମହିଳାଙ୍କୁ ନୌସେନାରେ ନିଯୁକ୍ତି ପାଇଁ ସୁଯୋଗ ମିଳେନାହିଁ କିନ୍ତୁ ଅନ୍ୟାନ୍ୟ ଯୁଦ୍ଧ ଭୂମିକା ପାଇଁ ସେମାନେ ଆବେଦନ କରିପାରିବେ । ତେବେ ଯୁଦ୍ଧରେ ଭାଗ ନେଉଥିବା ମହିଳାଙ୍କ ସଂଖ୍ୟା ଏହି ଦେଶରେ କମ ରହିଛି । 2001ରୁ ନ୍ୟୁଜିଲାଣ୍ଡରେ ମହିଳାଙ୍କ ପାଇଁ ଏହି ସୁଯୋଗ ଆରମ୍ଭ ହୋଇଛି । ଏଠାରେ 9 ଜଣ ମହିଳା ବନ୍ଧୁକଧାରୀ, 3 ଜଣ ରାଇଫଲ୍ ଅପରେଟର ଏବଂ ଜଣେ ଫିଲ୍ଡ ଇଞ୍ଜିନିୟର ଅଛନ୍ତି ।

ପୋଲାଣ୍ଡରେ 2004ରୁ ଏହି ସୁବିଧା ଆରମ୍ଭ ହୋଇଥିଲା । ଏଥିପାଇଁ ସେଠାକାର ମହିଳାଙ୍କୁ କଲେଜ ନର୍ସିଂ ଏବଂ ଭେଟେନାରୀ ଡିଗ୍ରୀ ବାଧ୍ୟତାମୂଳକ ଥିଲା । ସ୍ବିଡେନରେ 1989ରୁ ମିଲିଟାରୀ ସେବାରେ କୌଣସି ପ୍ରକାର ଲିଙ୍ଗଗତ ଭେଦଭାବ ନଥିଲା । ଆଫଗାନିସ୍ତାନରେ ମହିଳା ସେନାଧିକାରୀଙ୍କ ଭୂମିକା ଅତ୍ୟନ୍ତ ଫଳପ୍ରଦ ଥିଲା ବୋଲି ସ୍ବିଡେନ ସେନା ପକ୍ଷରୁ ପ୍ରକାଶ କରାଯାଇଥିଲା । ସ୍ଥାନୀୟ ମହିଳାଙ୍କ ସହ ମିଶି ସ୍ବିଡେନ ମହିଳାମାନେ ସେନା ପାଇଁ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସଂଗ୍ରହ କରିଥିଲେ । ଅଷ୍ଟ୍ରେଲିଆରେ ସେପ୍ଟେମ୍ବର 2011ରୁ ସେନାରେ ମହିଳା ଯୋଦ୍ଧାଙ୍କ ପାଇଁ ସୁଯୋଗ ଖୋଲିଥିଲା । ଆଫଗାନିସ୍ତାନରେ ସ୍ପେଶାଲ ଅପରେସନରେ ସେମାନଙ୍କୁ ଯୋଗ ଦେବାର ସୁଯୋଗ ମିଳିଥିଲା । ନୌସେନାରେ ମଧ୍ୟ ବୁଡାଳୀ ଭାବେ ମହିଳାଙ୍କୁ ନିଯୁକ୍ତି ଦେଇଥିଲେ ଅଷ୍ଟ୍ରେଲିଆ ସରକାର । ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଜୁଲିଆ ଗିଲ୍ଲାର୍ଡ ସେତେବେଳେ ଏହି ପଦକ୍ଷେପକୁ ସମର୍ଥନ ଦେଇଥିଲେ । ନରୱେ 1985ରେ ପ୍ରଥମ ନାଟୋ ଦେଶ ଭାବେ ମହିଳାଙ୍କୁ ସବୁପ୍ରକାର ମିଲିଟାରୀ ସେବାରେ ଯୋଗ ଦେବାକୁ ସୁଯୋଗ ଦେଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.