ETV Bharat / bharat

ଯବାନଙ୍କ ପାଇଁ ବର୍ଯ୍ୟବସ୍ତୁରୁ ରାକ୍ଷୀ ତିଆରି କଲେ ମହିଳା - ଜବାନଙ୍କ ପାଇଁ ବର୍ଜ୍ୟବସ୍ତୁରୁ ରାକ୍ଷୀ ତିଆରି କଲେ ମହିଳା କାରିଗର

ଆସୁଛି ରାକ୍ଷୀ ପୂର୍ଣ୍ଣିମା । ଯବାନଙ୍କ ପାଇଁ ବର୍ଯ୍ୟବସ୍ତୁରୁ ରାକ୍ଷୀ ତିଆରି କଲେ କୁଚ ଜିଲ୍ଲାର ମହିଳା କାରିଗର । ଯବାନଙ୍କ ପାଖକୁ ପଠାଗଲା 1 ଲକ୍ଷ ରାକ୍ଷୀ ।ଅଧିକ ପଢନ୍ତୁ....

Women artisans of Kutch preparing raakhi for Indian soldiers
ଜବାନଙ୍କ ପାଇଁ ବର୍ଜ୍ୟବସ୍ତୁରୁ ରାକ୍ଷୀ ତିଆରି କଲେ ମହିଳା କାରିଗର
author img

By

Published : Jul 31, 2020, 1:19 PM IST

ଗାନ୍ଧୀନଗର: ଆଗକୁ ଆସୁଛି ରାକ୍ଷୀ ପୂର୍ଣ୍ଣିମା । ନିଜର ସୁରକ୍ଷା ପାଇଁ ଭଉଣୀଟିଏ ନିଜ ଭାଇ ହାତରେ ବାନ୍ଧି ଦିଏ ସୁରକ୍ଷାର କବଚ ରାକ୍ଷୀ। ହେଲେ ପୁରା ଦେଶକୁ ସୁରକ୍ଷା ଦେଉଥିବା ଯବାନଙ୍କ ପାଇଁ ରାକ୍ଷୀ ତିଆରି କରିଛନ୍ତି ଗୁଜୁରାଟ କୁଚ ଜିଲ୍ଲାର କିଛି ମହିଳା କାରିଗର। ଏକ ସ୍ବଚ୍ଛାସେବୀ ସଂଗଠନ ‘ଆର୍ଟିସାନ ଅଫ ଜୟ ଯବାନ’ କାର୍ଯ୍ୟକ୍ରମ ଅଧିନରେ 40,000 ରାକ୍ଷୀ ତିଆରି କରିଛନ୍ତି । ବିଭିନ୍ନ ପ୍ରକାର ବର୍ଯ୍ୟବସ୍ତୁରୁ କାରିଗରମାନେ ଏହି ରାକ୍ଷୀ ପ୍ରସ୍ତୁତ କରିଛନ୍ତି । ତେବେ, ଏହି ହସ୍ତଶିଳ୍ପର ବିକାଶ ପାଇଁ 5ଟି ଅନୁଷ୍ଠାନ ମିଳିତ ଭାବେ କାର୍ଯ୍ୟ କରୁଛି। ତେବେ, ଏହି ସଂଗଠନର ଜଣେ ମହିଳା କହିଛନ୍ତି ହାବା ଅନୁଷ୍ଠାନ 1 ଲକ୍ଷ ରାକ୍ଷୀ ସଂଗ୍ରହ କରିଛି । ଯାହା ଯବାନମାନଙ୍କ ପାଖକୁ ପଠାଯାଇଛି ।ତେବେ ଏହି ରାକ୍ଷୀ ତିଆରି କାର୍ଯ୍ୟରେ ଖମିର ସଂଗଠନ ସହିତ କସାବ, ଶୃଜନ, ଭିଆରଡି ମଧ୍ୟ ସହଯୋଗ କରିଥିଲେ ।

ଜବାନଙ୍କ ପାଇଁ ବର୍ଜ୍ୟବସ୍ତୁରୁ ରାକ୍ଷୀ ତିଆରି କଲେ ମହିଳା କାରିଗର

କେବଳ କୁଚର 5ଟି ସଂଗଠନ ଏପର୍ଯ୍ୟନ୍ତ 40 ହଜାର ରାକ୍ଷୀ ତିଆରି କରିସାରିଛନ୍ତି । ଖାମିର ସଂଗଠନ 23,000 ରାଖୀ ତିଆରି କରିଛନ୍ତି । କେବଳ ବର୍ଯ୍ୟବସ୍ତୁରୁ 15,000 ରାକ୍ଷୀ ତିଆରି ହୋଅଥିବା ବେଳେ 8,000 ବୁଣା ରାକ୍ଷୀ ତିଆରୀ କରାଯାଇଛି । କେତେକ ରାକ୍ଷୀକୁ କୃତ୍ରିମ ମୋତି ଓ ମାଳିରେ ଡିଜାଇନ କରାଯାଇଥିବେ ବେଳେ ଆଉ କେତେକ ରାକ୍ଷୀକୁ କଳା କପଡା ମାଧ୍ୟମରେ ବୁଣିଛନ୍ତି କାରିଗଲ। ଯାହା ଦେଖିବାକୁ ବେଶ ଆକର୍ଷଣୀୟ । ତେବେ ଏହି କାର୍ଯ୍ୟରେ ନିୟୋଜିତ ଥିବା କାରିଗରମାନଙ୍କୁ ସଂଗଠନ ପକ୍ଷରୁ ପାରିଶ୍ରମିକ ଯୋଗାଇ ଦିଆଯାଉଛି । ଯାହା ଦ୍ବାରା ରୋଜଗାର ସୃଷ୍ଟି ହେଉଛି । 100ଟି ରାକ୍ଷୀ ତିଆରି କରିବାକୁ କାରିଗର ମାନଙ୍କୁ 30 ଟଙ୍କା ମିଳୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.