କୋଲକାତା: କୋରୋନା କାଳରେ ମଧ୍ୟ ଥମିବାର ନାଁ ଧରୁନି ଦୁଷ୍କର୍ମ ପରି କୁକର୍ମ। ଦେହଲୋଭୀ ରାକ୍ଷସ ନିଜ ପ୍ରବୃତ୍ତିରୁ କେବେ ବି ନିଜକୁ ଦୂରେଇ ରଖିପାରୁନାହିଁ। ଯାହାର ଶିକାର ହେଉଛନ୍ତି ନିରୀହ ଯୁବତୀ ଓ ମହିଳା। ଏହାର ନିଚ୍ଛକ ଉଦାହରଣ ଦେଖିବାକୁ ମିଳିଛି କୋଲକାତାସ୍ଥିତ ଉତ୍ତର 24 ପ୍ରଗଣାର ହାରୋଆରେ ।
ସକାଳୁ ରାସ୍ତା କଡରେ ଏକ ଆଦିବାସୀ ମହିଳା ଅର୍ଦ୍ଧ ଉଲଗ୍ନ ଅବସ୍ଥାରେ ପଡିରହିଥିଲେ। ତାଙ୍କର ଗୋଡ ଏବଂ ହାତ ବନ୍ଧା ହୋଇଥିଲା। ଦୁବୃର୍ତ୍ତମାନେ ଉକ୍ତ ମହିଳାଙ୍କ ସହ ଦୁଷ୍କର୍ମ କରି ହାତ-ଗୋଡ ବାନ୍ଧି ଦେଇଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି । ଶୋଚନୀୟ ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଦୋଷୀ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସ୍ଥାନୀୟ ଲୋକମାନେ ହାରୋଆର ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ