ଲକ୍ଷ୍ନୌ: ଅମେଠୀର ଜଣେ ମହିଳା ଓ ତାଙ୍କ ଝିଅ ଶୁକ୍ରବାର ଲକ୍ଷ୍ନୌର ଲୋକଭବନ ଅର୍ଥାତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି । ଘଟଣାସ୍ଥଳରେ ଥିବା ପୋଲିସ କର୍ମଚାରୀ କୌଣସି ପ୍ରକାରେ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲେ। ଘଟଣା ପରେ ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ଉଭୟଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି ।
କୁହାଯାଉଛି ଯେ ମହିଳାଙ୍କ ଜମି ବିବାଦରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ମା-ଝିଅ ନିରାଶ ହୋଇଥିଲେ । ଏହି ମାମଲା ଅମେଠୀର ଜାମଥ ଥାନା ଅନ୍ତର୍ଗତ । ସେଠାରେ ଏହି ମାମଲାରେ ମାଆ-ଝିଅ ଥାନାରେ ନିର୍ଯାତନା ମାମଲାକୁ ନେଇ ମାମଲା ରୁଜୁ କରିଥିଲେ । ହେଲେ ଠିକ ସମୟରେ କାର୍ଯ୍ୟାନୁଷ୍ଠାନ ଗ୍ରାହଣ ନକରାଯିବାରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମାଆ-ଝିଅ ନିଜକୁ ନିଆଁ ଲଗାଇ ଦେଇଛନ୍ତି ।