ETV Bharat / bharat

ଝାଡଖଣ୍ଡରେ ଦ୍ୱିତୀୟ ମହଲାରୁ 5 ଶିଶୁଙ୍କୁ ତଳକୁ ଫିଙ୍ଗିଲେ ମହିଳା - ଝାଡଖଣ୍ଡରେ 5 ଛୁଆଙ୍କୁ ଛାତରୁ ଫିଙ୍ଗିବା ଘଟଣା

ଝାଡଖଣ୍ଡରେ ମହିଳାଙ୍କ ଅଜବ କାଣ୍ଡ । ଗୋଟିଏ ପରେ ଗୋଟିଏ କରି 5 ଜଣ ଶିଶୁଙ୍କୁ ଛାତ ତଳକୁ ଫିଙ୍ଗି ଦେଇଛନ୍ତି । ଅଧିକ ପଢନ୍ତୁ...

2 ମହଲାରୁ 5ଟି ଛୁଆଙ୍କୁ ତଳକୁ ଫିଙ୍ଗିଲେ ମହିଳା

author img

By

Published : Nov 1, 2020, 8:51 PM IST

Updated : Nov 1, 2020, 10:26 PM IST

ରାଞ୍ଚି: ଝାଡଖଣ୍ଡରେ ଜଣେ ମହିଳାଙ୍କ ଅଜବକାଣ୍ଡ । ଗୋଟିଏ ପରେ ଗୋଟିଏ କରି 5 ଜଣ ଶିଶୁଙ୍କୁ ଦୁଇ ମହଲା ଛାତ ଉପରୁ ତଳକୁ ଫିଙ୍ଗି ଦେଇଛନ୍ତି ମହିଳା ଜଣକ । ଏଥିରେ ଜଣେ ଶିଶୁ ଗୁରୁତର ହୋଇଥିବାବଳେ 4 ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଝାଡଖଣ୍ଡରେ ଦ୍ୱିତୀୟ ମହଲାରୁ 5 ଶିଶୁଙ୍କୁ ତଳକୁ ଫିଙ୍ଗିଲେ ମହିଳା

ସୂଚନା ଅନୁଯାୟୀ ସାହିଗଞ୍ଜ ନଗର ଥାନା ଅନ୍ତର୍ଗତ ଜାଭିୟର୍ସ ସ୍କୁଲ ନିକଟରେ ଥିବା ନୂଆ ଟୋଲ ମହଲାରେ ଆଜି(ରବିବାର) ସକାଳ 7ଟା ସମୟରେ ଜଣେ ମହିଳା 5 ଜଣ ଶିଶୁଙ୍କୁ ଗୋଟିଏ ପରେ ଗୋଟିଏ କରି ସମସ୍ତଙ୍କୁ ତଳକୁ ଫିଙ୍ଗି ଦେଇଥିଲେ । ଏନେଇ ପଡୋଶୀ ଜାଣିବା ପରେ ପରିବାର ଲୋକଙ୍କୁ ଜଣାଇଥିଲେ । ପରିବାର ଲୋକେ ଆହତ ଓ ଗୁରୁତରଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଉକ୍ତ ମହିଳା ଜଣକ ସେହି ଘରର ବୋହୂ । ସେ କିଛିଦିନ ହେବ ମାନସିକ ରୋଗରେ ପୀଡିତ ଅଛନ୍ତି । ସେ ଅନେକ ଥର ଘରଛାଡି ପଳାଇଯାଆନ୍ତି । ପରିବାର ଲୋକେ ତଙ୍କୁ ଖୋଜା ଖୋଜି କରି ଘରକୁ ଆଣନ୍ତି । ତେବେ ଏନେଇ ପରିବାର ଲୋକେ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ପରିବାର ଲୋକେ ବର୍ତ୍ତମାନ ଆହତ ଶିଶୁଙ୍କୁ ଭାଗଲପୁର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 1, 2020, 10:26 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.