ETV Bharat / bharat

ଏନଆରସି ତାଲିକା ନେଲା ମୁଣ୍ଡ

author img

By

Published : Aug 31, 2019, 11:31 AM IST

ରାଷ୍ଟ୍ରୀୟ ନାଗରିକତା ପଞ୍ଜିକାର(ଏନଆରସି)ରେ ନାମ ନଥିବାରୁ ଜୀବନ ହାରିଲେ ମହିଳା । ଆସାମର ସୋଣ୍ଟିପୁର ଜିଲ୍ଲାରେ ଘଟିଛି ଏହି ଦୁଃଖଦ ଘଟଣା ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ଗୌହାଟି: ଏନଆରସି ତାଲିକା ପ୍ରକାଶ ପରେ ଜୀବନ ହାରିଲେ ମହିଳା । କୂଅକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା ରହିଛି । ଆଜି ଆସାମର ରାଷ୍ଟ୍ରୀୟ ନାଗରିକତା ପଞ୍ଜିକାର(ଏନଆରସି) ଚୂଡାନ୍ତ ତାଲିକା ପ୍ରକାଶ ପରେ ସୋଣ୍ଟିପୁର ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଦୁଃଖଦ ଘଟଣା ।

ଶନିବାର ପ୍ରକାଶ ପାଇଛି ଆସାମର ରାଷ୍ଟ୍ରୀୟ ନାଗରିକତା ପଞ୍ଜିକାର(ଏନଆରସି) ଚୂଡାନ୍ତ ତାଲିକା । ଏନଆରସିରେ ନାମ ନଥିବାରୁ ମହିଳା ଜଣକ ଦୁଃଖରେ ମ୍ରିୟମାଣ ହୋଇ କୂଅକୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ଏହି ଘଟଣା ନେଇ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

ସୂଚନା ଅନୁଯାୟୀ, ଆଜି ଗୃହ ମନ୍ତ୍ରଣାଳୟ ଏହି ତାଲିକା ପ୍ରକାଶ କରିଛି । ଯେଉଁଥିରେ 3 କୋଟି 11 ଲକ୍ଷ 21 ହଜାର 4 ଜଣ ଲୋକଙ୍କ ନାମ ସାମିଲ ରହିଛି । ପ୍ରାୟ 19 ଲକ୍ଷ 6 ହଜାର 657 ଲୋକଙ୍କ ନାଁ ଏହି ତାଲିକାରୁ ବାଦ ପଡିଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.