ETV Bharat / bharat

ଜୀବନ ନେଲା ଏନଆରସି ତାଲିକା - ଆସାମର ନୋଗାଓଁ ଜିଲ୍ଲା

ପରିବାରର ସମସ୍ତ ସଦସ୍ୟଙ୍କ ନାମ ଏନଆରସି ତାଲିକାରେ ଥିଲା । କିନ୍ତୁ ରହିମା ବେଗମ ଏଥିରୁ ବାଦ ପଡିଥିଲେ । ପରିବାରରୁ ଦୁରେଇ ଯିବାର ଦୁଃଖ ସହିନପାରି ସେ ଆଜି ଆତ୍ମହତ୍ୟା କରିଛନ୍ତି ।

ଫଟୋ ସୌଜନ୍ୟ: ଇଟିଭି ଭାରତ
author img

By

Published : Sep 3, 2019, 7:45 PM IST

ଗୌହାଟୀ: ଏନଆରସି ତାଲିକା ନେଲା ଆଉ ଏକ ଜୀବନ । ଏନଆରସି ତାଲିକାରୁ ବାଦ ପଡିଥିବା ଆସାମର ନୋଗାଓଁ ଜିଲ୍ଲାର ରହିମା ବେଗମ ନାମକ ଜଣେ ମହିଳା ଆଜି ଆତ୍ମହତ୍ୟା କରିଛନ୍ତି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ରହିମା ବେଗମ ନୋଗାଓଁ ଜିଲ୍ଲାର ବୋରଘୁଲି ନିବାସୀ ଅଟନ୍ତି । ସେ ନିଜ ସ୍ବାମୀ ଏବଂ 5 ପିଲାଙ୍କ ସହ ଦୀର୍ଘ ବର୍ଷ ଧରି ଗୌହାଟୀରେ ରହିଆସୁଥିଲେ । କିନ୍ତୁ ସମୟରେ ସେ ଏନଆରସି ପାଇଁ ନିଜ ଦସ୍ତାବିଜ ଦାଖଲ କରି ପାରିନଥିଲେ । ଏହି କାରଣରୁ ତାଙ୍କ ନାଁ ଏହି ତାଲିକାରୁ ବାଦ ପଡିଥିଲା । ରହିମାଙ୍କ ବ୍ୟତିତ ତାଙ୍କ ପରିବାରର ସମସ୍ତ ସଦସ୍ୟଙ୍କ ନାମ ଏହି ତାଲିକାରେ ଥିଲା । ତେବେ ପରିବାରରୁ ଦୁରେଇ ଯିବାର ଦୁଃଖ ସହିନପାରି ସେ ମଙ୍ଗଳବାର ଅପରାହ୍ନରେ ଆତ୍ମହତ୍ୟା କରିଛନ୍ତି ।

ଏହା ପୂର୍ବରୁ ମଧ୍ୟ ଏନଆରସି ତାଲିକାରେ ନିଜ ନାଁ ନପାଇ ସୋଣ୍ଟିପୁର ଜିଲ୍ଲାର ଜଣେ ମହିଳା କୂଅକୁ ଡେଇଁ ଆତ୍ମହତ୍ୟା କରିଥିଲେ ।

ସୂଚନାଯୋଗ୍ୟ ଯେ, ଆସାମର ରାଷ୍ଟ୍ରୀୟ ନାଗରିକତା ପଞ୍ଜିକାର(ଏନଆରସି) ଚୂଡାନ୍ତ ତାଲିକା ଅଗଷ୍ଟ 31 ରେ ପ୍ରକାଶ ପାଇଥିଲା । ଏଥିରେ 3 କୋଟି 11 ଲକ୍ଷ 21 ହଜାର 4 ଜଣ ଲୋକଙ୍କ ନାମ ସାମିଲ ରହିଥିବା ବେଳଏ ପ୍ରାୟ 19 ଲକ୍ଷ 6 ହଜାର 657 ଲୋକ ଏହି ତାଲିକାରୁ ବାଦ ପଡିଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.