ETV Bharat / bharat

ଟ୍ରେନରେ ପୁଣି ପ୍ରସବ, ଦିଲ୍ଲୀ ଷ୍ଟେସନରେ ଜନ୍ମ ନେଲା ଶିଶୁ - ଟ୍ରେନରେ ପୁଣି ପ୍ରସବ

72 ଘଣ୍ଟା ଭିତରେ ଟ୍ରେନ ଭିତରେ ତୃତୀୟ ପ୍ରସବ । ବେଙ୍ଗାଲୁରୁ-ନୂଆଦିଲ୍ଲୀ ସ୍ପେଶାଲ ଏକ୍ସପ୍ରେସ ଟ୍ରେନରେ ଜଣେ ମହିଳା ଶିଶୁକୁ ଜନ୍ମ ଦେଇଛନ୍ତି । ପୂର୍ବରୁ ବଲାଙ୍ଗୀର ଯାଉଥିବା ଟ୍ରେନରେ ହୋଇଥିଲା ପ୍ରସବ । ଅଧିକ ପଢନ୍ତୁ...

ଟ୍ରେନରେ ପୁଣି ପ୍ରସବ, ଦିଲ୍ଲୀ ଷ୍ଟେସନରେ ଜନ୍ମ ନେଲା ଶିଶୁ

author img

By

Published : May 25, 2020, 7:19 PM IST

ନୂଆଦିଲ୍ଲୀ: ପୁଣି ଟ୍ରେନରେ ଶିଶୁର ଜନ୍ମ । ଦିଲ୍ଲୀର ଏକ ଏକ୍ସପ୍ରେସ ଟ୍ରେନରେ ଜଣେ ମହିଳା ଯାତ୍ରୀ ଯାତ୍ରା ସମୟରେ ଏକ ଶିଶୁକୁ ଜନ୍ମ ଦେଇଛନ୍ତି | ଉଭୟ ମା ଏବଂ ଶିଶୁ ସୁସ୍ଥ ଥିବା ଦକ୍ଷିଣ ପଶ୍ଚିମ ରେଳ ଜୋନ ପକ୍ଷରୁ ସୂଚନା ମିଳିଛି ।

ରବିବାର କେଏସଆର ବେଙ୍ଗାଲୁରୁ-ନୂଆଦିଲ୍ଲୀ ସ୍ପେଶାଲ ଏକ୍ସପ୍ରେସ ଟ୍ରେନରେ ଜଣେ ମହିଳା ଯାତ୍ରା କରୁଥିବା ସମୟରେ ଆଗ୍ରା ନିକଟରେ ପ୍ରସବ ଯନ୍ତ୍ରଣା ଅନୁଭବ କରିଥିଲେ। ଏହା ପରେ ରେଳ ବିଭାଗ ପକ୍ଷରୁ ମଥୁରାଠାରେ ଜଣେ ଡାକ୍ତରଙ୍କ ବ୍ୟବସ୍ଥା କରାଯାଇଥିଲା । କିନ୍ତୁ କରୋନା ଭାଇରସର ଭୟ ହେତୁ ଯାତ୍ରୀ ଜଣଙ୍କ ଚିକିତ୍ସା ମନା କରିଦେଇଥିଲେ। ତେବେ ସମାନ ଟ୍ରେନରେ ଯାତ୍ରା କରୁଥିବା ଜଣେ ମହିଳା ଡାକ୍ତର ଶିଶୁଟିକୁ ପ୍ରସବ କରିବାରେ ସାହାଯ୍ୟ କରିଥିଲେ। ଶେଷରେ ଶିଶୁଟି ଦିଲ୍ଲୀ ଷ୍ଟେସନରେ ଜନ୍ମ ନେଇଥିଲା। ଏବେ ଉଭୟ ମାଆ ଏବଂ ଶିଶୁ ସୁସ୍ଥ ଅଛନ୍ତି।

ପୂର୍ବରୁ ରବିବାର ଆନ୍ଧ୍ରପ୍ରଦେଶ କାଜିପେଟରୁ ଏକ ଶ୍ରମିକ ସ୍ପେଶାଲ ଟ୍ରେନ ବଲାଙ୍ଗୀର ଆସୁଥିବାବେଳେ ଏହି ଟ୍ରେନରେ ଛତିଶଗଡ ଗରିଆ ବନ୍ଦକୁ ଯାଉଥିବା ଗର୍ଭବତୀ ଜଣକ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ । ସେହିପରି ଶୁକ୍ରବାର ତେତେଙ୍ଗାନାର ସିକନ୍ଦରାବାଦରୁ ବଲଙ୍ଗୀର ଯାଉଥିବା ଶ୍ରମିକ ସ୍ପେଶାଲ ଟ୍ରେନରେ ଜଣେ ଗର୍ଭବତୀ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ । ତେବେ 72 ଘଣ୍ଟା ଭିତରେ ଟ୍ରେନରେ ଏହା ତୃତୀୟ ପ୍ରସବ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.