ନୂଆଦିଲ୍ଲୀ: ଛୁଆକୁ ଧରି 17 ମହଲା ଛାତରୁ ଡେଇଁଲେ ମାଆ । ଏପରି ଏକ ଅଭବାନୀୟ ଘଟଣା ଦିଲ୍ଲୀସ୍ଥିତ ନୋଏଡାରେ ଦେଖିବାକୁ ମିଳିଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ସୂଚନା ଅନୁଯାୟୀ ଦିଲ୍ଲୀର ନୋଏଡା ଜିଲ୍ଲା ବିସରଖ ଥାନା ଅନ୍ତର୍ଗତ ସୁପରଟେକ ଇକୋ ଭିଲେଜର ଜଣେ ମହିଳା 4 ବର୍ଷର ଛୁଆକୁ ଧରି 17 ମହଲା କୋଠାରୁ ଡେଇଁପଡିଛନ୍ତି । ଫଳରେ ଘଟଣାସ୍ଥଳରେ ଉଭୟ ମାଆ ଓ ଛୁଆର ମୃତ୍ୟୁ ଘଟିଛି । ଖବର ପାଇ ପୋଲିସ ମୃତଦେହ ଜବତ କରି ପୋଷ୍ଟମଟମ ପାଇଁ ପଠାଇଛି । ତେବେ ଆତ୍ମହତ୍ୟାର କାରଣ ଜଣାପଡି ନଥିବାବେଳେ ମହିଳାଙ୍କ ନିକଟରୁ କୌଣସି ସୁଇସାଇଡ୍ ନୋଟ୍ ମିଳିନଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ପୋଲିସ୍ ମାମଲାର ତଦନ୍ତ ଆରମ୍ଭ କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ