ETV Bharat / bharat

ଗଭୀର ନଦୀ ମଝିରେ କୁଆଁକୁଆଁ ଶବ୍ଦ, ଚାରିଆଡେ ଖୁସିର ଲହରୀ - bihar flood

ରାଜ୍ୟର ପୂର୍ବୀ ଚମ୍ପାରଣ ମୋତିହାରୀ ଜିଲ୍ଲାରେ ବନ୍ୟା ପ୍ରକୋପରୁ ଲୋକଙ୍କୁ ବଞ୍ଚାଇବା ପାଇଁ 9ମ ବାଟାଲିୟନର ଏନଡିଆରଏଫ୍ ଟିମ୍ କାର୍ଯ୍ୟରତ ଥିଲେ। ଏହି ସମୟରେ ସ୍ଥାନୀୟ ଅଞ୍ଚଳର ରୀମା ଦେବୀ(25) ନାମକ ଜଣେ ଗର୍ଭବତୀ ମହିଳା ପ୍ରସବ ବେଦନାରେ ଛଟପଟ ହେଉଥିଲେ। ଆଉ ଏହାକୁ ଦେଖି ତାଙ୍କ ପରିବାରଲୋକ ବଡ ବ୍ୟସ୍ତ ବିବ୍ରତ ହୋଇପଡିଲେ। କଣ କରିବେ କିଛି ବୁଝିପାରିଲେନି। କାହିଁକିନା ଚାରିଆଡେ ପାଣି ହିଁ ପାଣି ।

ଗଭୀର ନଦୀ ମଝିରେ କୁଆଁକୁଆଁ ଶବ୍ଦ, ଚାରିଆଡେ ଖୁସିର ଲହରୀ

author img

By

Published : Jul 27, 2020, 1:23 PM IST

ପାଟନା: ସମଗ୍ର ବିହାର ବନ୍ୟାରେ ଉବୁଟୁବୁ ହେବାରେ ଲାଗିଛି । ଏବେ ବି 10 ଲକ୍ଷରୁ ଊର୍ଦ୍ଧ୍ବ ଲୋକ ପ୍ରଭାବିତ ଅଛନ୍ତି। ଶତାଧିକ ଲୋକଙ୍କ ଜୀବନ ଗଲାଣି। ପୁରା ପ୍ରଶାସନ ଏଥିପାଇଁ ତତ୍ପର। ଏହାରି ଭିତରେ କଅଁଳିଆ ଶିଶୁର କୁଆଁକୁଆଁ ଶବ୍ଦ ସମସ୍ତଙ୍କ ମନରେ ଖୁସି ଭରି ଦେଇଛି । ଚାଲନ୍ତୁ ଜାଣିବା କଣ ରହିଥିଲା ଘଟଣାବଳୀ...

ରାଜ୍ୟର ପୂର୍ବୀ ଚମ୍ପାରଣ ମୋତିହାରୀ ଜିଲ୍ଲାରେ ବନ୍ୟା ପ୍ରକୋପରୁ ଲୋକଙ୍କୁ ବଞ୍ଚାଇବା ପାଇଁ 9ମ ବାଟାଲିୟନର ଏନଡିଆରଏଫ୍ ଟିମ୍ କାର୍ଯ୍ୟରତ ଥିଲେ। ଏହି ସମୟରେ ସ୍ଥାନୀୟ ଅଞ୍ଚଳର ରୀମା ଦେବୀ(25) ନାମକ ଜଣେ ଗର୍ଭବତୀ ମହିଳା ପ୍ରସବ ବେଦନାରେ ଛଟପଟ ହେଉଥିଲେ। ଆଉ ଏହାକୁ ଦେଖି ତାଙ୍କ ପରିବାରଲୋକ ବଡ ବ୍ୟସ୍ତ ବିବ୍ରତ ହୋଇପଡିଲେ। କଣ କରିବେ କିଛି ବୁଝିପାରିଲେନି। କାହିଁକିନା ଚାରିଆଡେ ପାଣି ହିଁ ପାଣି ।

ଗଭୀର ନଦୀ ମଝିରେ କୁଆଁକୁଆଁ ଶବ୍ଦ, ଚାରିଆଡେ ଖୁସିର ଲହରୀ

ଆଉ ଏହି ସମୟରେ ଏହି ଘଟଣା ସମ୍ପର୍କରେ ବନ୍ୟା ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିବା ଏନଡିଆରଏଫ ଟିମର କମାଣ୍ଡର ସହାୟକଙ୍କ ଉପ ନିରୀକ୍ଷକ ଜିତେନ୍ଦ୍ର କୁମାରଙ୍କୁ ଜାଣିବାକୁ ପାଇଲେ । ସେ ଏହି ସମ୍ପର୍କରେ ତାଙ୍କ ଉପରିସ୍ଥ ଅଧିକାରୀ ଅରବିନ୍ଦ ମିଶ୍ରଙ୍କୁ କହିଥିଲେ। ତାଙ୍କ ନିର୍ଦ୍ଦେଶ ପରେ ଉଦ୍ଧାରକାରୀ ଦଳ ତୁରନ୍ତ ଗର୍ଭବତୀଙ୍କ ଘର ନିକଟକୁ ଉଦ୍ଧାର ବୋଟ୍ ନେଇ ପହଞ୍ଚିଥିଲେ।

ବୋଟରେ ଗର୍ଭବତୀ ମହିଳା, ତାଙ୍କର ଜଣେ ଦୁଇଜଣ ମହିଳା ସମ୍ପର୍କୀୟ ଏବଂ ଜଣେ ଆଶାକର୍ମୀଙ୍କୁ ନେଇ ଉଦ୍ଧାରକାରୀ ଦଳ ନିକଟସ୍ଥ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ନେବା ପାଇଁ ବାହାରିଗଲେ। ବୁଢୀ ଗଣ୍ଡକ ନାମକ ନଦୀରେ ବନ୍ୟା ପାଣି ଉଛୁଳୁ ଥାଏ। ବୋଟଟି ଏପଟ ସେପଟ ହେବାକୁ ଲାଗିଥାଏ। ଏହି ସମୟରେ ମହିଳାଙ୍କ ପ୍ରସବ ବେଦନା ଆହୁରି ବଢିଯାଇଥିଲା। ମହିଳା ଓ ତାଙ୍କ ଶିଶୁ ପ୍ରତି ବିପଦ ଥିବା ଜାଣି ଉଦ୍ଧାରକାରୀ ଦଳ ଉକ୍ତ ବୋଟରେ ହିଁ ମହିଳାଙ୍କ ପ୍ରସବ କରିବା ନେଇ ନିଷ୍ପତ୍ତି ନେଲେ।

ଆଉ ଶେଷରେ ତାଙ୍କ ପରିବାରର କିଛି ମହିଳା ଏବଂ ଆଶାକର୍ମୀଙ୍କ ସହଯୋଗରେ ନଦୀ ମଝିରେ ସୁରକ୍ଷିତ ପ୍ରସବ ହୋଇପାରିଲା। କଅଁଳିଆ ଶିଶୁର କୁଆଁକୁଆଁ ଶବ୍ଦରେ ନଦୀର ଚତୁଃପାର୍ଶ୍ବ କମ୍ପି ଉଠିଲା। ଉଦ୍ଧାରକାରୀ ଦଳଙ୍କ ସମେତ ପରିବାର ଲୋକଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଉଠିଲା। ସମସ୍ତଙ୍କ ମୁହଁରେ ଏନଡିଆରଏଫଟିମର ପ୍ରଶଂସା। ପରେ ମହିଳା ଏବଂ ନବଜାତ ଶିଶୁକୁ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ମହିଳା ଏବଂ ନବଜାତକ ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.