ETV Bharat / bharat

ବିଲରେ ମହିଳାଙ୍କୁ ଗଣଦୁଷ୍କର୍ମ ! - ଉତ୍ତରପ୍ରଦେଶ ପୋଲିସ

ଚାଷ ଜମିରେ ମହିଳାଙ୍କୁ ଗଣଦୁଷ୍କର୍ମ ! ଜମିକୁ ଖାଇବା ନେଇ ଯିବା ସମୟରେ ଦୁଷ୍କର୍ମ ଅଭିଯୋଗ ହୋଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏପରି ହୋଇଥିବା ପ୍ରାଥମିକ ତଦନ୍ତରୁ ସୂଚନା । ଅଧିକ ପଢନ୍ତୁ....

ଚାଷ ଜମିରେ ମହିଳାଙ୍କୁ ଗଣଦୁଷ୍କର୍ମ
ଚାଷ ଜମିରେ ମହିଳାଙ୍କୁ ଗଣଦୁଷ୍କର୍ମ
author img

By

Published : Oct 15, 2020, 7:34 PM IST

ଲକ୍ଷ୍ନୌ: ଚାଷ ଜମିରେ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ମହିଳା ଜଣକ ଜମିରେ କାମ କରୁଥିବା ପରିବାର ଲୋକଙ୍କ ପାଇଁ ଖାଦ୍ୟ ନେଇ ଯାଉଥିଲେ । ଏହିସମୟରେ କିଛି ଦୁର୍ବୃତ୍ତ ତାଙ୍କୁ ଟେକି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏନେଇ ସ୍ଥାନୀୟ ପୋଲିସ ପକ୍ଷରୁ ସୂଚନା ମିଳିଛି ।

ଉତ୍ତରପ୍ରଦେଶର ସାହାରାନପୁର ଜିଲ୍ଲା ମିଲ୍କୋ ଗ୍ରାମର ଜଣେ ମହିଳା ଜମିରେ କାମ କରୁଥିବା ପୁଅମାନଙ୍କ ପାଇଁ ଖାଦ୍ୟ ନେଇ ଯାଉଥିଲେ । ଏହି ସମୟରେ ତାଙ୍କୁ କିଛି ଦୁର୍ବୃତ୍ତ ଆଖୁ କ୍ଷେତକୁ ଟାଣି ନେଇ ଦୁଷ୍କର୍ମ ଉଦ୍ୟମ କରିଥିଲେ । ମହିଳାଙ୍କ ପାଟି ଶୁଣି ନିକଟସ୍ଥ ଜମିରେ କାମ କରୁଥିବା ତାଙ୍କ ପୁଅମାନେ ଉକ୍ତ ସ୍ଥାନକୁ ଦୌଡି ଯାଇଥିଲେ । ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ଅଭିଯୁକ୍ତମାନେ ଫେରାର ହୋଇ ଯାଇଥିଲେ ।

ଏନେଇ ନିକଟସ୍ଥ ପୋଲିସ ଷ୍ଟେସନରେ ଅଭିଯୋଗ କରାଯିବା ସହ ପୀଡିତାଙ୍କ ମେଡିକାଲ ଯାଞ୍ଚ ଏବଂ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୋଲିସର ପ୍ରାଥମିକ ତଦନ୍ତ ଅନୁଯାୟୀ ପୀଡିତାଙ୍କ ସହ ଅଭିଯୁକ୍ତମାନଙ୍କର ପୂର୍ବରୁ ବିବାଦ ଥିଲା । ଏସବୁକୁ ଦୃଷ୍ଟିରେ ରଖି ପୋଲିସ ତଦନ୍ତ ଆରମ୍ଭ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.