ETV Bharat / bharat

4ଛୁଆଙ୍କ ସମେତ 5 ମୃତଦେହ ଉଦ୍ଧାର, ସାମୂହିକ ଆତ୍ମହତ୍ୟା ସନ୍ଦେହ - ଚାରି ଛୁଆଙ୍କ ସହିତ 5 ଜଣଙ୍କ ମୃତଦେହ ଉଦ୍ଧାର

ଉତ୍ତର ପ୍ରଦେଶର ଲଳିତପୁର ଜିଲ୍ଲାରେ ଗୋଟିଏ ଘରୁ 5 ଜଣଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ତେବେ ପ୍ରାଥମିକ ତଦନ୍ତରୁ ଏହା ସାମୂହିକ ଆତ୍ମହତ୍ୟା ଦର୍ଶାଇଛି ପୋଲିସ । ସେପଟେ ଗରିବୀ କାରଣରୁ ଏମାନେ ଆତ୍ମହତ୍ୟା କରିଛନ୍ତି ବୋଲି ପରିବାର ଲୋକେ କହିଛନ୍ତି ।

ପ୍ରତିକାତ୍ମକ ଫଟୋ
author img

By

Published : Oct 22, 2019, 11:45 PM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଲଳିତପୁର ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଗୋଟିଏ ଘରୁ 4 ଜଣ ଛୁଆଙ୍କ ସହିତ ଜଣେ ମହିଳାଙ୍କ ମୃତଦେହକୁ ଉଦ୍ଧାର କରିଛି ପୋଲିସ । ତେବେ ଏହି ଘଟଣାକୁ କେହି ଆତ୍ମହତ୍ୟା କହୁଥିବା ବେଳେ ଏମାନଙ୍କ ମୃତ୍ୟୁ ଏବେ ସନ୍ଦେହ ଘେରରେ ରହିଛି ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ମୃତଦେହ ଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ଘଟଣାଟି ଲଳିତପୁର ଜିଲ୍ଲାର ମଦାନାପୁର ଥାନା ଅନ୍ତର୍ଗତ ଉଲ୍‌ଦନା ଖୁର୍ଦ ଗ୍ରାମରେ ଘଟିଛି ।

ଏହି ସୂଚନା ପାଇବା ପରେ ଘଟଣା ସ୍ଥଳରେ ସ୍ଥାନୀୟ ଥାନା ଅଧିକ୍ଷକ ଏମଏମ ବେଗ କହିଛନ୍ତି, ସୋମବାର ସନ୍ଧ୍ୟା ଘଟଣା ସମ୍ପର୍କରେ ଆମକୁ ସୂଚନା ମିଳିଥିଲା । ଘଟଣାସ୍ଥଳକୁ ଆସି ଶବକୁ ଜବତ କରିଥିଲୁ । ସେମାନଙ୍କ ମଧ୍ୟରେ ଉକ୍ତ ଗ୍ରାମର ବାସିନ୍ଦା ରାଜେଶ କୁଶଓ୍ବାହଙ୍କ ସ୍ତ୍ରୀ ବିମଳା(27), ତାଙ୍କ ପିଲା ଭୁରି(2), ଆରୁଷି(7), ନୟଂସ(4) ଏବଂ ରୋସନୀ(4)ଙ୍କ ମୃତଦେହ ରହିଥିଲା । ନୟଂସ ଏବଂ ରୋସନୀ ଜମଜ ଭାଇ ଭଉଣୀ ବୋଲି ସେ ସୂଚନା ଦେଇଥିଲେ ।

ସେ ଆହୁରି ମଧ୍ୟ କହିଥିଲେ, ପ୍ରାଥମିକ ତଦନ୍ତରୁ ଏହା ସାମୂହିକ ଆତ୍ମହତ୍ୟା କରିଥିବା ସୂଚନା ଦେଇଥିଲେ । ମାତ୍ର ଏ ପର୍ଯ୍ୟନ୍ତ ଏହାର ସ୍ପଷ୍ଟ କାରଣ ଜଣାପଡ଼ିନାହିଁ । ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହାର କାରଣ ସ୍ପଷ୍ଟ ଜଣାପଡ଼ିବ ବୋଲି ଥାନା ଅଧିକ୍ଷକ ସୂଚନା ଦେଇଥିଲେ ।

ସେହିଭଳି ମଦନାପୁର ଥାନାର ଅଧ୍ୟକ୍ଷ ଅଲମା ଅହିରଓ୍ବାର କହିଛନ୍ତି କି, ମୃତ ବିମଳା ଏବଂ ତାଙ୍କର ସ୍ବାମୀଙ୍କ ମଧ୍ୟରେ କିଛି ଦିନ ତଳେ କଳହ ଦେଖାଦେଇଥିଲା । ଏହି ଘଟଣା ପରେ ବିମଳା ନିଜ ବାପଘରକୁ ଚାଲି ଯାଇଥିଲେ । ଗତ ଶନିବାର ସେ ପୁନର୍ବାର ନିଜ ଘରକୁ ଫେରି ଆସିଥିଲେ । ମାତ୍ର ଏହି ସାମୂହିକ ମୃ୍ତ୍ୟୁର କାରଣ ସ୍ପଷ୍ଟ ଜଣାପଡ଼ିନାହିଁ । ତେବେ ସବୁ ଦିଗକୁ ପୋଲିସ ଦୃଷ୍ଟିରେ ରଖି ତଦନ୍ତ ଆରମ୍ଭ କରିଛି ।

Intro:Body:

prabhu

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.