ନୂଆଦିଲ୍ଲୀ: ଆରମ୍ଭ ହେବାକୁ ଯାଉଛି ଶୀତ ଦିନ । କୋରାନା ସାରା ବିଶ୍ବକୁ କବଳିତ କରିଥିବା ବେଳେ ଶୀତ ଦିନରେ 'ଟୁଇଣ୍ଡେମିକ'କୁ ନେଇ ଚିନ୍ତାରେ ସ୍ବାସ୍ଥ୍ୟ ବିଶେଷଜ୍ଞ । ଶୀତଦିନେ ଲୋକମାନେ ଉଭୟ ସ୍ବାଇନ ଫ୍ଲୁ ଓ କୋଭିଡ-19ରେ ସଂକ୍ରମଣ ହୋଇପାରନ୍ତି ବୋଲି କହିଛି ସ୍ବାସ୍ଥ୍ୟ ବିଶେଷଜ୍ଞ ।
କୋରାନା ପାଇଁ ଡାକ୍ତରୀ ଚିକିତ୍ସା ଅତ୍ୟଧିକ ମାତ୍ରାରେ ଚାଲିଛି । 'ଟୁଇଣ୍ଡେମିକ' ଶୀତଦିନରେ ଆଘ୍ରାଣ କରିବା ଓ କାଶ ପାଇଁ ବିପଦ ବୋଲି କହିଛନ୍ତି ବିଶେଷଜ୍ଞ । ସେ ଆହୁରି କହିଛନ୍ତି ରୋଗ ପ୍ରତିରୋଧକ ଶକ୍ତି ସହ ଆଗାମୀ ଶୀତ ଦିନ ପାଇଁ ପ୍ରସ୍ତୁତ ରହିବା ବର୍ତ୍ତମାନ ପାଇଁ ଅଧିକ ଗୁରୁତ୍ବପୂର୍ଣ୍ଣ ହୋଇପଡିଛି । କୋରୋନା ମହାମାରୀ ସମୟରେ 'ଟୁଇଣ୍ଡେମିକ' ଆମ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ ବୋଲି ଆଇଏନଏସକୁ କହିଛନ୍ତି କେନ୍ଦ୍ର ଗୋଷ୍ଠୀ କମ୍ୟୁନିଟି ମେଡିସିନ୍ର ସହକାରୀ ପ୍ରଫେସର ହର୍ଷଲ୍ ଆର ସାଲଭେ । ବାରମ୍ବାର ହାତ ଧୋଇବା, ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ସହ ସବୁଜ ପନିପରିବା ଯୁକ୍ତ ଖାଦ୍ୟ ଖାଇବାକୁ ପରାମର୍ଶ ଦେଇଛନ୍ତି ପ୍ରଫେସର ସାଲଭେ ।
ଗୁରୁଗ୍ରାମର ନାରାୟଣ ଡାକ୍ତଖାନାର ସନିୟର ଡାଇଏଟସିଆନ ପ୍ରୀତମ କୌରଙ୍କ କହିବା ଅନୁସାରେ ଶୀତ ଦିନ ଯେତେ ପାଖଉଛି କୋଣ ଅନୁକୋଣରୁ ମହାମାରୀ ସଂକ୍ରମଣ ବଢିବା ନେଇ ସେତେ ବିପଦ ବଢୁଛି । ସେ ଆହୁରି କହିଛନ୍ତି, ଆମ ଶରୀରକୁ ସୁସ୍ଥ କରିବାର ଶକ୍ତି ଆମ ପାଖରେ ଅଛି କାରଣ, 70ରୁ 80 ପ୍ରତିଶତ ରୋଗ ପ୍ରତିରୋଧକ ଶକ୍ତି ଅନ୍ତନଳୀରୁ ଆସିଥାଏ । ତେଣି ଆମକୁ ରୋଗ ପ୍ରତିରୋଧକ ଶକ୍ତି ବଢାଇବାକୁ ହେବ । ଏଥି ସହ 80ପ୍ରତିଶତ ପୁଷ୍ଟିକର ଖାଦ୍ୟ ଖାଇବା ସହ 20ପ୍ରତିଶତ ଶାରିରୀକ ବ୍ୟାୟାମ କରିବାକୁ ପରାର୍ମଶ ଦେଇଛନ୍ତି ।
ଦିଲ୍ଲୀର ସାର୍ ଗଙ୍ଗା ହସ୍ପିଟାଲର ଚେୟାରମ୍ୟାନ ଏସ.ପି ବାଇଟ୍ରା କହିଛନ୍ତି ପାଗ ବଦଳିବା ସହିତ କୋଭିଡ-19ରେ ସଂକ୍ରମଣ ସମୟରେ ଆଣ୍ଟିଅକ୍ସିଡେଣ୍ଟ ଏ ବିପଦକୁ କମେଇବାରେ ସାହାଯ୍ୟ କରିବ ।
କୋରୋନା ସ୍ଥିତି ସହ 'ଟୁଇଣ୍ଡେମିକ'କୁ ମୁକାବିଲା କରିବା ପାଇଁ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ । ରୋଗ ପ୍ରତିରୋଧକ ଶକ୍ତି ପାଇଁ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ସୁପାରିଶ କରଯାଇଥିବା ପ୍ରାକୃତିକ ଦ୍ରବ୍ୟର ଚାହିଦା ବୃଦ୍ଧି ପାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ