ETV Bharat / bharat

ବିରଳ ବସ୍ତୁ ସଂଗ୍ରହ ନିଶାରେ ସତ୍ୟ, ଖୋଲିବେ ସଂଗ୍ରହାଳୟ

ଭାରତର ବିରଳ ବସ୍ତୁ ସଂଗ୍ରହ ରେକର୍ଡ ନିଶାରେ ଓଡିଶାର ସତ୍ୟ କେତନ ମହାନ୍ତି । ପ୍ରାୟ 8000ରୁ ଊର୍ଦ୍ଧ୍ବ ବିରଳ ବସ୍ତୁ ସଂଗ୍ରହ କରି ପଶ୍ଚିମ ଓଡିଶାରେ ସଂଗ୍ରହାଳୟ ଖୋଲିବାର ସ୍ବପ୍ନ ଦେଖିଛନ୍ତି ସେ ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Jun 3, 2019, 11:07 AM IST

Updated : Jun 3, 2019, 11:23 AM IST

ବରଗଡ: ଦୁର୍ଲଭ ଐତିହାସିକ ଅବଶେଷ ତଥା କଳାକୃତିକୁ ସଜାଇ ରଖିବାର ଇଚ୍ଛାଶକ୍ତି ସହ 40 ବର୍ଷୀୟ ସତ୍ୟ କେତନ ମହାନ୍ତି ବିଗତ 20ବର୍ଷ ହେବ ସଂଗ୍ରହ କରୁଛନ୍ତି ବିରଳ ବସ୍ତୁ । ପ୍ରାୟ 8000ରୁ ଊର୍ଦ୍ଧ୍ବ ବିରଳ ବସ୍ତୁକୁ ନେଇ ଏହି ବ୍ୟବସାୟୀ ଜଣକ ପଶ୍ଚିମ ଓଡିଶାରେ ଏକ ସଂଗ୍ରହାଳୟ ଖୋଲିବାର ସ୍ବପ୍ନ ଦେଖିଛନ୍ତି ।

ବରଗଡବାସୀ ସତ୍ୟଙ୍କ କହିବାନୁଯାୟୀ, ସେ ବିଗତ 23ବର୍ଷ ହେବ ଏହି ବସ୍ତୁମାନ ସଂଗ୍ରହ କରୁଛନ୍ତି । ତେବେ ସେ ନିଜର ଏହି ସଂଗ୍ରହକୁ 14 ଭାଗରେ ବିଭକ୍ତ କରିଛନ୍ତି । ସେଥିରେ ସୁନା ମୁଦ୍ରା ମଧ୍ୟ ସାମିଲ । ଆଉ ସେଗୁଡିକ ଗଙ୍ଗା, ଅଶୋକା ଓ କୃଷ୍ଣ, ରଜିଆ ସୁଲତାନ ଓ ଗୁଜୁରାଟ ତଥା ରାଜସ୍ଥାନର ରାଜରାଜୁଡା ସମୟର ଅଟେ । ଏବେ ସୁଦ୍ଧା ତାଙ୍କ ନିକଟରେ ପ୍ରାୟ 1000ମୁଦ୍ରାର ସଂଗ୍ରହ ରହିଛି ।

ମୁଦ୍ରା ଛଡା ସତ୍ୟଙ୍କ ନିକଟରେ ବୁଦ୍ଧ ଓ ଜୁରାସିକ ଯୁଗର ମଧ୍ୟ ଅନେକ ସାମଗ୍ରୀ ରହିଛି । 100ରୁ ଅଧିକ ଜୀବାଶ୍ମ, ଦୁର୍ଲଭ ସମୁଦ୍ର ଶଙ୍ଖ, ସଂଗୀତ ବାଦ୍ୟଯନ୍ତ୍ର, ପୁରାତନ ଲଫାପା, ମାରଣାସ୍ତ୍ର, ଆଦିବାସୀଙ୍କ ଅଳଙ୍କାର, 350ରୁ ଅଧିକ ଖଣିଜ ସମ୍ପଦ ଆଦି ଅନ୍ୟତମ ।

ଖାଲି ସେତିକି ନୁହେଁ, ବରଂ ତାଙ୍କ ନିକଟରେ ପ୍ରୟ 2000ରୁ ଊର୍ଦ୍ଧ୍ବ ଡାକ ଟିକେଟ, ପୁରାତନ ଲଫାପା, ପତ୍ର ଲେଖା ଚିଠି ଓ ପ୍ରାୟ 800ପ୍ରକାରର ହର୍ବାଲ ସାମଗ୍ରୀ ମଧ୍ୟ ରହିଛି । ତେବେ ଏସବୁ ସାମଗ୍ରୀ ସଂଗ୍ରହରେ ଏହି ବ୍ୟକ୍ତି ଜଣକ ନିଜର ଅଧା ଆୟ ଖର୍ଚ୍ଚ କରିଥାନ୍ତି ।

‘ନିକଟ ଭବିଷ୍ୟତରେ ମୁଁ ନିଜ ଚେଷ୍ଟାରେ ପଶ୍ଚିମ ଓଡିଶାରେ ଗୋଟିଏ ସଂଗ୍ରହାଳୟ ସ୍ଥାପନ କରିବି, ଯାହାକି ଆଗାମୀ ଯୁବପିଢିଙ୍କୁ ଭାରତର ସଂସ୍କୃତି ଓ ଇତିହାସ ଜାଣିବାରେ ସାହାଯ୍ୟ କରିବ’ ବୋଲି କହିଛନ୍ତି ସତ୍ୟ କେତନ । ପ୍ରକାଶ ଥାଉକି, ସତ୍ୟଙ୍କ ନିକଟରେ ସର୍ବାଧିକ ପୁରାତନ ଲଫାପା ଓ ମୁଦ୍ରାର ଦୁଇଟି ଭାରତୀୟ ରେକର୍ଡ ରହିଛି । ପଶ୍ଚିମ ଓଡିଶାର ଅନେକ ଶିକ୍ଷାନୁଷ୍ଠାନ ସତ୍ୟ କେତନଙ୍କୁ ନିଜର ସଂଗ୍ରହ ପ୍ରଦର୍ଶନ କରିବାକୁ ଅନୁରୋଧ କରିଥାନ୍ତି ।

Intro:Body:

ବରଗଡ: ଦୁର୍ଲଭ ଐତିହାସିକ ଅବଶେଷ ତଥା କଳାକୃତିକୁ ସଜାଇ ରଖିବାର ଇଚ୍ଛାଶକ୍ତି ସହ 40ବର୍ଷିୟ ସତ୍ୟ କେତନ ମହାନ୍ତି ବିଗତ 20ବର୍ଷ ହେବ ସଂଗ୍ରହ କରୁଛନ୍ତି ବିରଳ ବସ୍ତୁ । ପ୍ରାୟ 8000ରୁ ଉର୍ଦ୍ଧ୍ବ ବିରଳ ବସ୍ତୁକୁ  ନେଇ ଏହି ବ୍ୟବସାୟୀ ଜଣକ ପଶ୍ଚିମ ଓଡିଶାରେ ଏକ ସଂଗ୍ରହାଳୟ ଖୋଲିବାର ସ୍ବପ୍ନ ଦେଖିଛନ୍ତି ।

ବରଗଡ ବାସୀ ସତ୍ୟଙ୍କ କହିବାନୁଯାୟୀ, ସେ ବିଗତ 23ବର୍ଷ ହେବ ଏହି ବସ୍ତୁମାନ ସଂଗ୍ରହ କରୁଛନ୍ତି । ତେବେ ସେ ନିଜର ଏହି ସଂଗ୍ରହକୁ 14ଭାଗରେ ବିଭକ୍ତ କରିଛନ୍ତି । ସେଥିରେ ସୁନା ମୁଦ୍ରା ମଧ୍ୟ ସାମିଲ । ଆଉ ସେଗୁଡିକ ଗଙ୍ଗା, ଅଶୋକା ଓ କୃଷ୍ଣ, ରଜିଆ ସୁଲତାନ ଓ ଗୁଜୁରାଟ ତଥା ରାଜସ୍ଥାନର ରାଜରାଜୁଡା ସମୟର ଅଟେ । ଏବେସୁଦ୍ଧା ତାଙ୍କ ନିକଟରେ ପ୍ରାୟ 1000ମୁଦ୍ରାର ସଂଗ୍ରହ ରହିଛି ।

ମୁଦ୍ରା ଛଡା ସତ୍ୟଙ୍କ ନିକଟରେ ବୁଦ୍ଧ ଓ ଜୁରାସିକ ଯୁଗର ମଧ୍ୟ ଅନେକ ସାମଗ୍ରୀ ରହିଛି । 100ରୁ ଅଧିକ ଜୀବାଶ୍ମ, ଦୁର୍ଲଭ ସମୁଦ୍ର ଶଙ୍ଖ, ସଂଗୀତ ବାଦ୍ୟଯନ୍ତ୍ର, ପୁରାତନ ଲଫାପା,ମାରଣାସ୍ତ୍ର, ଆଦିବାସୀଙ୍କ ଅଳଙ୍କାର, 350ରୁ ଅଧିକ ଖଣିଜ ସମ୍ପଦ ଆଦି ଅନ୍ୟତମ ।

ଖାଲି ସେତିକି ନୁହେଁ, ବରଂ ତାଙ୍କ ନିକଟରେ ପ୍ରୟ 2000ରୁ ଉର୍ଦ୍ଧ୍ବ ଡାକ ଟିକେଟ, ପୁରାତନ ଲଫାପା, ପତ୍ର ଲେଖା ଚିଠି ଓ ପ୍ରାୟ 800ପ୍ରକାରର ହର୍ବାଲ ସାମଗ୍ରୀ ମଧ୍ୟ ରହିଛି । ତେବେ ଏସବୁ ସାମଗ୍ରୀ ସଂଗ୍ରହରେ ଏହି ବ୍ୟକ୍ତି ଜଣକ ନିଜର ଅଧା ଆୟ ଖର୍ଚ୍ଚ କରିଥାନ୍ତି ।

‘ନିକଟ ଭବିଷ୍ୟତରେ ମୁଁ ନିଜ ଚେଷ୍ଟାରେ ପଶ୍ଚିମ ଓଡିଶାରେ ଗୋଟିଏ ସଂଗ୍ରହାଳୟ ସ୍ଥାପନ କରିବି, ଯାହାକି ଆଗାମୀ ଯୁବପୀଢିଙ୍କୁ ଭାରତର ସଂସ୍କୃତି ଓ ଇତିହାସ ଜାଣିବାରେ ସାହାଯ୍ୟ କରିବ’ ବୋଲି କହିଛନ୍ତି ସତ୍ୟ କେତନ । ପ୍ରକାଶ ଥାଉକି, ସତ୍ୟଙ୍କ ନିକଟରେ ସର୍ବାଧିକ ପୁରାତନ ଲଫାପା ଓ ମୁଦ୍ରାର ଦୁଇଟି ଭାରତୀୟ ରେକର୍ଡ ରହିଛି । ପଶ୍ଚିମ ଓଡିଶାର ଅନେକ ଶିକ୍ଷାନୁଷ୍ଠାନ ସତ୍ୟ କେତନଙ୍କୁ ନିଜର ସଂଗ୍ରହ ପ୍ରଦର୍ଶନ କରିବାକୁ ଅନୁରୋଧ କରିଥାନ୍ତି ।                                               

Conclusion:
Last Updated : Jun 3, 2019, 11:23 AM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.