ETV Bharat / bharat

ସର୍ବକାଳୀନ ରେକର୍ଡ ଭାଙ୍ଗିଲା କୋରୋନା, ଦେଶରେ 40,425 ନୂଆ ମାମଲା ସହ 681 ମୃତ୍ୟୁ

author img

By

Published : Jul 20, 2020, 10:31 AM IST

ସୋମବାର ସର୍ବକାଳୀନ ଦୈନିକ ରେକର୍ଡ ଭାଙ୍ଗିଛି ଦେଶର କୋରୋନା ପଜିଟିଭ୍ ମାମଲା। 24 ଘଣ୍ଟାରେ ଦେଶରେ 40,425 ମାମଲା ସହ 681 ମୃତ୍ୟୁ ମାମଲା ରେକର୍ଡ କରାଯାଇଛି। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।

ସର୍ବକାଳୀନ ରେକର୍ଡ ଭାଙ୍ଗିଲା କୋରୋନା , 40,425 ନୂଆ ମାମଲା ସହ 681 ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ କୋରୋନା ଚେର ଲମ୍ବିବାରେ ଲାଗିଛି। ପ୍ରତ୍ୟେକ ଦିନ ବାହାରୁଛି ହଜାର ହଜାର ମାମଲା ଓ ଯାଉଛି ଶହ ଶହ ଜୀବନ। ତେବେ ପ୍ରତିଷେଧକ ଅପେକ୍ଷାରେ ଥିବା ବିଶ୍ବବାସୀଙ୍କୁ କେବେ ମିଳିବ ଏହି ଅଦୃଶ୍ୟ ଭାଇରସ କବଳରୁ ମୁକ୍ତି ତାହାକୁ ହିଁ ଅପେକ୍ଷା।

ସୋମବାର ସର୍ବକାଳୀନ ଦୈନିକ ରେକର୍ଡ ଭାଙ୍ଗିଛି ଦେଶର କୋରୋନା ପଜିଟିଭ୍ ମାମଲା। 24 ଘଣ୍ଟାରେ ଦେଶରେ 40,425 ମାମଲା ସହ 681 ମୃତ୍ୟୁ ମାମଲା ରେକର୍ଡ କରାଯାଇଛି। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଏହାକୁ ମିଶାଇ ଭାରତରେ କୋରୋନା ସଂକ୍ରମଣ ମାମଲା 11 ଲକ୍ଷକୁ ମାର୍କ ଅତିକ୍ରମ କରିଛି। ଦେଶରେ ବର୍ତ୍ତମାନ 11,18,043 ମାମଲା ରହିଥିବା ବେଳେ 27,497 ଲୋକଙ୍କ ମୃତ୍ୟୁ ହୋଇଛି। ସେହିପରି 3,90,459 ସକ୍ରିୟ ମାମଲା ଥିବା ବେଳେ 7,00,087 ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଦେଶରେ ସବୁଠୁ ପ୍ରଭାବିତ ରାଜ୍ୟ ତାଲିକାରେ ରହିଛି ମହାରାଷ୍ଟ୍ର। ଏଠାରେ ସଂକ୍ରମଣ ମାମଲା ଖୁବ୍ ଦ୍ରୁତ ଗତିରେ ବଢିଚାଲିଛି। କହିବାକୁ ଗଲେ ଦେଶର ଅର୍ଦ୍ଧାଧିକ ମାମଲା ଏହି ରାଜ୍ୟରୁ ରେକର୍ଡ କରାଯାଇଛି। ବର୍ତ୍ତମାନ ମହାରାଷ୍ଟ୍ରରେ ସଂକ୍ରମଣ ମାମଲା 3,10,455ରେ ପହଁଞ୍ଚିଛି।

ଅନ୍ୟପଟେ ଆଇସିଏମଆର ଦ୍ବାରା ଜାରି କରାଯାଇଥିବା ତାଜା ରିପୋର୍ଟ ଅନୁସାରେ, ଏବେ ସୁ୍ଦ୍ଧା ଦେଶରେ 1,40,47,908 ସାମ୍ପଲ ପରୀକ୍ଷା କରାଯାଇଛି। ରବିବାର 2,56,039 ସାମ୍ପଲ ପରୀକ୍ଷା କରାଯାଇଥିଲା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.