ETV Bharat / bharat

କୋରୋନା ଆରୋଗ୍ୟ ହାର: 78.15 ପ୍ରତିଶତ ସହ ଟପ୍‌ରେ ରାଜସ୍ଥାନ, ଓଡିଶାରେ 72%

author img

By

Published : Jun 24, 2020, 7:30 PM IST

ରାଜସ୍ଥାନ: ଆରୋଗ୍ୟ ହାର 78.15% ଥିବା ରାଜସ୍ଥାନ ରାଜ୍ୟର ବାକି ଦେଶ ପାଇଁ ଏକ ଉଦାହରଣ ଭାବରେ ଉଭା ହୋଇଛି। ରେକର୍ଡ ହୋଇଥିବା 15,627 ଟି ମଧ୍ୟରୁ 12,213 ଟି ଆରୋଗ୍ୟ ହୋଇଛନ୍ତି । ଓଡ଼ିଶା: ରାଜ୍ୟର 5,470 ରୋଗୀଙ୍କ ମଧ୍ୟରୁ ଆରୋଗ୍ୟ ହାର 72% । କୋରୋନାରେ 3,988 ଜଣ ଚିକିତ୍ସିତ ହୋଇ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି।

ଡିଜାଇନ ଫଟୋ
ଡିଜାଇନ ଫଟୋ

ନୂଆଦିଲ୍ଲୀ: ଦେଶରେ କୋରୋନା ସଂକ୍ରମଣ ରିପୋର୍ଟ ଦ୍ରୁତ ଗତିରେ ବଢିବାରେ ଲାଗିଛି । ଏପରିସ୍ଥଳେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ପ୍ରକାଶିତ ତଥ୍ୟ ଅନୁଯାୟୀ ରାଜସ୍ଥାନରେ କୋଭିଡ୍ -19 ରୋଗୀଙ୍କ ଆରୋଗ୍ୟ ହାର ଜାତୀୟ ହାର ତୁଳନାରେ 78.15% ରହିଛି । ଏହାସହ ଦେଶବ୍ୟାପୀ କୋରୋନା ଆରୋଗ୍ୟ ହାରରେ ରାଜସ୍ଥାନ ଟପ୍‌ରେ ରହିଛି ସେହିପରି ଓଡିଶା ଆରୋଗ୍ୟ ହାରର 4 ନମ୍ବର ସ୍ଥାନରେ ରହିଛି । ଆଜି ପର୍ଯ୍ୟନ୍ତ 258,684 ରୋଗୀ ସୁସ୍ଥ ହେବା ପରେ ଦେଶରେ କୋଭିଡ -19 ଆରୋଗ୍ୟ ହାର 56.70% କୁ ବୃଦ୍ଧି ପାଇଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଦର୍ଶାଇଛି ।

ବୁଧବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ରାଜସ୍ଥାନରେ ଏପର୍ଯ୍ୟନ୍ତ 15,627 ସଂକ୍ରମଣ ଦେଖାଦେଇଛି ଏବଂ ସେଥିମଧ୍ୟରୁ 12,213 ଲୋକ ଆରୋଗ୍ୟ ହୋଇଛନ୍ତି ।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟର କୋଭିଡ -19 ଡ୍ୟାସବୋର୍ଡ ଅନୁଯାୟୀ ଗତ 24 ଘଣ୍ଟା ମଧ୍ୟରେ 10,495 ଜଣ ଲୋକ ଦେଶର ବିଭିନ୍ନ ଡାକ୍ତରଖାନାରୁ କୋରୋନାରୁ ଆରୋଗ୍ୟ ଲାଭ କରି ଘରକୁ ଫେରିଛନ୍ତି ।

ଆରୋଗ୍ୟ ହାର ଦୃଷ୍ଟିରୁ ଦେଶର ଶ୍ରେଷ୍ଠ ୧୦ଟି ରାଜ୍ୟର ଏକ ତାଲିକା...

  1. ରାଜସ୍ଥାନ: ଆରୋଗ୍ୟ ହାର 78.15% ଥିବା ରାଜସ୍ଥାନ ରାଜ୍ୟର ବାକି ଦେଶ ପାଇଁ ଏକ ଉଦାହରଣ ଭାବରେ ଉଭା ହୋଇଛି। ରେକର୍ଡ ହୋଇଥିବା 15,627 ଟି ମଧ୍ୟରୁ 12,213 ଟି ଆରୋଗ୍ୟ ହୋଇଛନ୍ତି ।
  2. ମଧ୍ୟପ୍ରଦେଶ: କୋଭିଡ -19 ରୋଗୀଙ୍କ ମଧ୍ୟରୁ 9,335 ଆରୋଗ୍ୟ ଲାଭ କରିଛନ୍ତି । ରାଜ୍ୟରେ ଆରୋଗ୍ୟ ହାର 76.13% ରହିଛି । ମଧ୍ୟପ୍ରଦେଶ ବର୍ତ୍ତମାନ ସୁଦ୍ଧା 12,261 ସଂକ୍ରମଣ ରିପୋର୍ଟ ରେକର୍ଡ ହୋଇଛି ।
  3. ବିହାର: 8,153 ସଂକ୍ରମଣ ରିପୋର୍ଟରୁ ବିହାରରେ 6,104 ରୋଗୀ ଆରୋଗ୍ୟ ହୋଇଛନ୍ତି । ରାଜ୍ୟରେ ଆରୋଗ୍ୟ ହାର 74.86% ।
  4. ଓଡ଼ିଶା: ରାଜ୍ୟର 5,470 ରୋଗୀଙ୍କ ମଧ୍ୟରୁ ଆରୋଗ୍ୟ ହାର 72% । କୋରୋନାରେ 3,988 ଜଣ ଚିକିତ୍ସିତ ହୋଇ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି।
  5. ଗୁଜୁରାଟ: ଗୁଜୁରାଟରେ 20,513 ରୋଗୀ ଡିସଚାର୍ଜ ହୋଇଛନ୍ତି । ଗୁଜୁରାଟର ଆରୋଗ୍ୟ ହାର 72.30% ରହିଛି । ରାଜ୍ୟରେ ଏପର୍ଯ୍ୟନ୍ତ 28,371 ସଂକ୍ରମିତ ରହିଛନ୍ତି ।
  6. ଝାଡଖଣ୍ଡ: ରାଜ୍ୟରେ 2,185 ସଂକ୍ରମଣ ରିପୋର୍ଟ ରେକର୍ଡ ହୋଇଛି । ସେଥିମଧ୍ୟରୁ 1,520 ରୋଗୀ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି । ରାଜ୍ୟରେ ଆରୋଗ୍ୟ ହାର 69.56% ରହିଛି ।
  7. ପଞ୍ଜାବ: ପଞ୍ଜାବରେ 4,397 ଜଣଙ୍କ ମଧ୍ୟରୁ 3,047 ରୋଗୀ କୋରୋନା କବଳରୁ ରକ୍ଷା ପାଇଛନ୍ତି । ରାଜ୍ୟର ଆରୋଗ୍ୟ ହାର 69.29% ରହିଛି।
  8. ଛତିଶଗଡ: କୋଭିଡ -19 ଦ୍ବାରା ଆରୋଗ୍ୟ ହୋଇଥିବା ଲୋକଙ୍କ ସଂଖ୍ୟା 1,553 । ରାଜ୍ୟରେ କୋରୋନା ଆରୋଗ୍ୟ ହାର 65.74% ରହିଛି । ବୁଧବାର ସୁଦ୍ଧା ରାଜ୍ୟରେ କୋରୋନା ସଂକ୍ରମଣ ରିପୋର୍ଟ 2,362 ରହିଛି ।
  9. ଆସାମ: ଉତ୍ତର-ପୂର୍ବ ରାଜ୍ୟରେ କୋରୋନା 5831 ରୋଗୀଙ୍କ ମଧ୍ୟରୁ 3,762 ଆରୋଗ୍ୟ ଲାଭ କରିଛନ୍ତି । ରାଜ୍ୟରେ କୋୋରନା ଆରୋଗ୍ୟ ହାର64.51% ରହିଛି ।
  10. ଉତ୍ତରପ୍ରଦେଶ: ଦେଶର ସବୁଠାରୁ ଜନବହୁଳ ରାଜ୍ୟରେ 18,893 ସଂକ୍ରମଣ ରେକର୍ଡ ହୋଇଛି । ଏଥିମଧ୍ୟରୁ 12,116 ଜଣ ଲୋକ ଆରୋଗ୍ୟ ହୋଇଛନ୍ତି । ଉତ୍ତରପ୍ରଦେଶର ଆରୋଗ୍ୟ ହାର 64.12% ରହିଛି ।

ଏଠାରେ ସୂଚନା ଯୋଗ୍ୟ ଯେ, ଗତ 24 ଘଣ୍ଟା ମଧ୍ୟରେ ଭାରତରେ 465 ମୃତ୍ୟୁ ଏବଂ 1,59,68 ନୂତନ ମାମଲା ରିପୋର୍ଟ ହୋଇଛି । ବୁଧବାର ମୋଟ COVID-19 ସଂକ୍ରମଣ 4.5 ଲକ୍ଷ ଅତିକ୍ରମ କରି 4,56,183 ରେ ପହଞ୍ଚିଛି। ଦେଶରେ 14,476 ଲୋକ କୋରୋନାରେ ପ୍ରାଣ ହରାଇଛନ୍ତି । ଏହାସହ ବର୍ତ୍ତମାନ ସୁଦ୍ଧା ଦେଶରେ 1,83,022 ସକ୍ରିୟ ମାମଲା ଏବଂ 2,58,685 ଲୋକ, ଚିକିତ୍ସିତ ହୋଇ ଡିସଚାର୍ଜ ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.