ETV Bharat / bharat

ଦିଲ୍ଲୀର ଆଉ 6 ଅଞ୍ଚଳକୁ ହଟସ୍ପଟ ଘୋଷଣା

ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଶନିବାର 6 ନୂଆ ହଟସ୍ପଟ ଚିହ୍ନଟ କରାଯାଇଛି । ଏହାକୁ ମିଶାଇ ଦିଲ୍ଲୀର ମୋଟ 30 ଅଞ୍ଚଳକୁ ହଟସ୍ପଟ ଘୋଷଣା କରାଯାଇଛି ।

author img

By

Published : Apr 11, 2020, 1:51 PM IST

hotsopt
ଦିଲ୍ଲୀର ଆଉ 6 ଅଞ୍ଚଳକୁ ହଟସ୍ପଟ ଘୋଷଣା

ନୂଆଦିଲ୍ଲୀ: ଦେଶରେ ଦ୍ରୁତ ଗତିରେ ବଢି ଚାଲିଛି କୋରୋନା ଭାଇରସ । ଏହା ମଧ୍ୟରେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଶନିବାର 6 ନୂଆ ହଟସ୍ପଟ ଚିହ୍ନଟ କରାଯାଇଛି । ଏହାକୁ ମିଶାଇ ଦିଲ୍ଲୀର ମୋଟ 30 ଅଞ୍ଚଳକୁ ହଟସ୍ପଟ ଘୋଷଣା କରାଯାଇଛି ।

ତେବେ 6 ନୂଆ ଅଞ୍ଚଳ ମାନଙ୍କ ମଧ୍ୟରେ ରହିଛି ନବି କରିମ. ଇ ପକେଟ୍ ଜିଟିବି ଏନକ୍ଲେଭ, ଅବନ ବକର ନଗର ନିକଟସ୍ଥ ଜାକିର ନଗରର ଷ୍ଟ୍ରିଟ ନଂ 18-22, ଏବଂ ଜାକିର ନଗର । ତେବେ ରାଜ୍ୟରେ 183 ନୂଆ କୋରୋନା ମାମଲା ସାମ୍ନାକୁ ଆସିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଥିବା ଜଣାପଡିଛି । ତେବେ ଦିଲ୍ଲୀରେ ବର୍ତ୍ତମାନ ସୁଦ୍ଧା ମୋଟ 903 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ପ୍ରକାଶ ଥାଉକି, ଦେଶରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ 7447ରେ ପହଞ୍ଚିଛି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 6565 ଜଣ ଆକ୍ରାନ୍ତ ଆକ୍ଟିଭ ଥିବାବେଳେ 643 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାପଡିଛି । ଏପଟେ ଦେଶରେ ମୋଟ କୋରୋନା ମୃତ୍ୟୁ ସଂଖ୍ୟା 239ରେ ପହଞ୍ଚିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.