ETV Bharat / bharat

ଡ୍ୟୁଟିରେ ଯୋଗ ଦେବେ ୱିଙ୍ଗ କମାଣ୍ଡର ଅଭିନନ୍ଦନ, ଖୁବଶୀଘ୍ର ହେବ ଫିଟନେସ ଟେଷ୍ଟ

author img

By

Published : Aug 8, 2019, 8:35 PM IST

ଫ୍ଲାଇଂ ଅପରେସନ ପାଇଁ ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ଖୁବଶୀଘ୍ର ମେଡିକାଲ ଫିଟନେସ ଟେଷ୍ଟ ନିଆଯିବ । ଏହାପରେ ପୁଣିଥରେ ନିଜ କର୍ମକ୍ଷେତ୍ରରେ ଯୋଗ ଦେବେ ୱିଙ୍ଗ କମାଣ୍ଡର ।

ଫାଇଲ ଫଟୋ

ନୂଆଦିଲ୍ଲୀ: ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ଫ୍ଲାଇଂ ଅପରେସନ ପାଇଁ ଖୁବଶୀଘ୍ର ମେଡିକାଲ ଫିଟନେସ ଟେଷ୍ଟ ନିଆଯିବ। ଚଳିତ ବର୍ଷ ଫେବୃଆରୀରେ ପାକିସ୍ତାନ ବାୟୁସେନାର ଏଫ-16 ବିମାନକୁ ଖସାଇ ଚର୍ଚ୍ଚାରେ ଆସିଥିଲେ ଅଭିନନ୍ଦନ । କିନ୍ତୁ ତାଙ୍କ ବିମାନ ମିଗ-21 ବିମାନ ଦୁର୍ଘଟଣାଗ୍ରସ୍ଥ ହେବା ଯୋଗୁଁ ଅଭିନନ୍ଦନ ପାକିସ୍ତାନ ସେନା କବଜାରେ ଥିବା ସହ ଭାରତକୁ ଆହତ ଅବସ୍ଥାରେ ଫେରିଥିଲେ । ତେବେ ଅଭିନନ୍ଦନ ଫେରିବା ପରେ ତାଙ୍କୁ ବାୟୁସେନା ଡ୍ୟୁଟିରୁ ଦୂରେଇ ରଖିଯାଇଥିଲା ।

ପାକିସ୍ତାନୀ ଏଫ-16 ବିମାନକୁ ଖସାଇ ଥିବାରୁ ଅଭିନନ୍ଦନଙ୍କୁ କେନ୍ଦ୍ର ସରକାର ସମ୍ମାନିତ କରିବେ । ସୂତ୍ରରୁ ପ୍ରକାଶ ଯେ ଅଭିନନ୍ଦନଙ୍କୁ ବୀର ଚକ୍ରରେ ସମ୍ମାନିତ କରାଯିବ । ଏହା ବ୍ୟତୀତ ଆତଙ୍କୀ କ୍ୟାମ୍ପରେ ବିସ୍ଫୋରଣ କରିଥିବା ମିରାଜ 2000ର ପାଇଲଟଙ୍କୁ ମଧ୍ୟ ବାୟୁସେନା ମେଡାଲ ଦିଆଯିବ । ସୂଚନା ଥାଉକି ଭାରତ ପାଇଁ ଯୁଦ୍ଧ କରିଥିବା ବୀର ଯବାନଙ୍କୁ ବୀରତ୍ବକୁ କେନ୍ଦ୍ର କରି ସେମାନଙ୍କୁ ବୀରଚକ୍ରରେ ସମ୍ମାନିତ କରାଯାଏ । ଏହି ସମ୍ମାନ ଯବାନଙ୍କ ଅସାଧାରଣ ବୀରତା କିମ୍ବା ବଳିଦାନ ପାଇଁ ଦିଆଯାଏ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.